ଘରୋଇ ଚ୍ୟାନେଲର ସାମ୍ଵାଦିକଙ୍କୁ ଆକ୍ରମଣ : ୨ ଗିରଫ, ବିଭିନ୍ନ ମହଲରେ ନିନ୍ଦା

ଯଦୁପୁରରେ ନନ୍ଦିଘୋଷ ଟିଭି ରିପୋର୍ଟର ଓ କ୍ୟାମେରାମ୍ୟାନ୍‌ଙ୍କୁ ଆକ୍ରମଣ ମାମଲାରେ ନୟାଗଡ଼ ସଦର ଥାନା ପୋଲିସ୍ ୨ ଜଣଙ୍କୁ ଗିରଫ କରିଛି | ଦୁଇ ଅଭିଯୁକ୍ତ ହେଉଛନ୍ତି ଦୀପକ ଦଳବେହେରା ଓ ବାଦଲ ରାଉତ |

ଭୁବନେଶ୍ୱର : ଯଦୁପୁରରେ ନନ୍ଦିଘୋଷ ଟିଭି ରିପୋର୍ଟର ଓ କ୍ୟାମେରାମ୍ୟାନ୍‌ଙ୍କୁ ଆକ୍ରମଣ ମାମଲାରେ ନୟାଗଡ଼ ସଦର ଥାନା ପୋଲିସ୍ ୨ ଜଣଙ୍କୁ ଗିରଫ କରିଛି | ଦୁଇ ଅଭିଯୁକ୍ତ ହେଉଛନ୍ତି ଦୀପକ ଦଳବେହେରା ଓ ବାଦଲ ରାଉତ | ମୁଖ୍ୟ ଅଭିଯୁକ୍ତ ଯତୀନ ମହାନ୍ତିଙ୍କୁ ଗିରଫ କରାଯାଇପାରିନାହିଁ | ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏଥିସହ ବିଜେପି ନେତ୍ରୀ ଇରାନୀ ରୟଙ୍କୁ ଗିରଫ କରିବାକୁ ଦାବି ହୋଇଛି |

Reporte-Attack-Nayagarh

ଗଣମାଧ୍ୟମ ଉପରେ ବିଜେପିର ଏପରି ଆକ୍ରୋଶମୂଳକ ଆକ୍ରମଣକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି | ଓଡ଼ିଶାର ବରିଷ୍ଠ ସାମ୍ବାଦିକଙ୍କ ସମେତ, ବିଜେଡ଼ି ମୁଖପାତ୍ର ଡ଼ ସସ୍ମିତ ପାତ୍ର, ବିଜେଡ଼ି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହାକୁ ନିନ୍ଦା କରିଛନ୍ତି |

ସୂଚନାଯୋଗ୍ୟ, ଗତକାଲି ବିଜେପି ପଦଯାତ୍ରା ଖବର ସଂଗ୍ରହ ବେଳେ ନନ୍ଦିଘୋଷ ଚିଭି ଚ୍ୟାନେଲର ସାମ୍ବାଦିକ ଅନୁଜ ଦାସ ଏବଂ ଭିଡ଼ିଓ ସାମ୍ବାଦିକ ବିଷ୍ୱୁ ତାସିଆଙ୍କ ଉପରେ ବିଜେପି କର୍ମୀ ଆକ୍ରମଣ କରିଥିଲେ | ବିଜେପି କର୍ମୀଙ୍କ କବଳରୁ ସାମ୍ବାଦିକଙ୍କୁ ପୋଲିସ ଉଦ୍ଧାର କରିଥିଲା | ଏଥିରେ ଗୁରୁତର ହୋଇ ସେମାନେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି | ଏହି ପଦଯାତ୍ରା ବେଳେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ଇରାନୀ ରାୟ, ବିଭୁ ତରାଇ ଓ ପୃଥ୍ୱୀରାଜ ହରିଚନ୍ଦନଙ୍କ ପରି ବରିଷ୍ଠ ନେତାଙ୍କ ଉପସ୍ଥିତ ଥିଲେ | ବିଜେପିର ଏଭଳି ହୀନ ମାନସିକତାକୁ ଚାରିଆଡୁ ନିନ୍ଦା କରାଯାଇଛି | ବିଜେପିର ବିନାଶ କାଳେ ବିପରୀତ ବୁଦ୍ଧି ବୋଲି ବରିଷ୍ଠ ସାମ୍ବାଦିକ ମାନେ କହିଛନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+