ଖୁବ୍ ଶୀଘ୍ର ଆସିପାରେ ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ସାମ୍ନାକୁ ଆସୁଛି ପ୍ରାର୍ଥୀ ତାଲିକା । ଗତକାଲି ବିଜେଡ଼ି ଏହାର 72 ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । ଏହା ସହ କେତେକ ଲୋକସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀ ଦେଇସାରିଛି ଦଳ । କିନ୍ତୁ ପଛରେ ପଡ଼ିଯାଇଛନ୍ତି ବିଜେପି ଓ କଂଗ୍ରେସ ।

BJP

ଏଥି ମଧ୍ୟରେ ଖୁବ୍ ଶୀଘ୍ର ବିଜେପି ଏହାର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । ବିଧାନସଭା ସମେତ ବାକି ଥିବା ଲୋକସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀ ତାଲିକା ଆସିପାରେ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପୁଣି ଦିଲ୍ଲୀ ଯାଇଛନ୍ତି । ତାଙ୍କ ସହ ମାନସ ମହାନ୍ତି ବି ଦିଲ୍ଲୀ ଯାଇଛନ୍ତି ।

ଆଜି ଉଭୟ ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ୱ ସହ ଆଲୋଚନା କରିଛନ୍ତି । ବିଧାନସଭା ପ୍ରାର୍ଥୀ ତାଲିକା ସହ ବାକିଥିବା 3 ଲୋକସଭା ଆସନ, ଯାଜପୁର, କଟକ ଓ କନ୍ଧମାଳ ଟିକେଟ ନେଇ ପ୍ରାର୍ଥୀଙ୍କ ବିଷୟରେ ଆଲୋଚନା ହେବାର ଅଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+