Get Updates
Get notified of breaking news, exclusive insights, and must-see stories!

‘ସିଏମ୍ଓ କୁ ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି, କ୍ଷମତା ହସ୍ତାନ୍ତର ନୁହଁ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ'

ଭୁବନେଶ୍ୱର: 5-ଟି ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇ କେନ୍ଦ୍ର ନିକଟରେ ଫେରାଦ ହୋଇଛନ୍ତି ବିଜେପି ଓ କଂଗ୍ରେସ । ବିଜେପିର ଅଭିଯୋଗ ପରେ କୌଣସି ବ୍ୟକ୍ତିଙ୍କ ନାଁ ନଥାଇ ସର୍ଭିସ୍ କଣ୍ଡକ୍ଟ ରୁଲ୍ ଉଲଙ୍ଘନ କରୁଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ।

Prasanna Acharya

ଏହା ପରେ ଏହାକୁ ନେଇ ପୁଣି ବିଜେଡି ଉପରେ ବର୍ଷିଥିଲା ବିଜେପି । ବର୍ତ୍ତମାନ ଏହାକୁ ନେଇ ମୁହଁ ଖୋଲିଛନ୍ତି ବିଜେଡ଼ି ନେତା । ମୁଖ୍ୟମନ୍ତ୍ରୀ କାହାକୁ କ୍ଷମତା ହସ୍ତାନ୍ତର କରିନାହାଁନ୍ତି, ସେ ବିଭିନ୍ନ ବ୍ୟକ୍ତିଙ୍କୁ ଦାୟିତ୍ୱ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କାହାକୁ ଦାୟିତ୍ୱ ଦେବା ଅସମ୍ବିଧଆନିକ ନୁହଁ ବୋଲି କହିଛନ୍ତି ବିଜେଡ଼ିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ।

ସେ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ହିସାବରେ ସିଏମଓକୁ ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି । ମୁଖ୍ୟମନ୍ତ୍ରୀ ନିଜ ସରକାରୀ ଘରକୁ ଅଭିଯୋଗ ପ୍ରକୋଷ୍ଠରେ ପରିଣତ କରିଛନ୍ତି । ସିଏମଓକୁ ଆସିବା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ, ସରକାର ଯଦି ଲୋକଙ୍କ ପାଖରେ ପହଞ୍ଚିବେ ଏଥିରେ ଅସୁବିଧା କଣ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ।

ଯାହା ନିକଟରେ କୌଣସି ପ୍ରସଙ୍ଗ ନଥାଏ, ସେମାନେ ଏମିତି କୁହନ୍ତି । ଏମିତି ଚିଠି ଆସିବା ନୂଆ କଥା ନୁହେଁ । ଏଭଳି ଚିଠି ଆମେ ଆଗରୁ ଦେଖିଛୁ, ସରକାର ଲୋକଙ୍କ ନିକଟରେ ପହଞ୍ଚୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+