ପୌରାଞ୍ଚଳ ଉପ ନିର୍ବାଚନ ଫଳ ଫ୍ରକାଶ, ସବୁ ଠି ବିଜେଡ଼ିର ବାଜିମାତ୍
ଭୁବନେଶ୍ୱର: ପୁଣି ବିଜେଡ଼ି କିଙ୍ଗ୍ । ନିକଟରେ ହୋଇଥିବା ପୌରାଞ୍ଚଳ ଉପ ନିର୍ବାଚନରେ ବିଜେଡ଼ି ପୁଣି ବାଜିମାତ୍ କରିଛି । 4 ଟି ପୌରାଞ୍ଚଳ ଉପ-ନିର୍ବାଚନରେ ବିଜେଡ଼ି ବିଜୟୀ ହୋଇଛି । ଏପରିକି ବିରୋଧୀମାନେ ବିଜେଡି ପ୍ରାର୍ଥୀ ପାଇଥିବା ଭୋଟ୍ ର ପାଖ ମାଡ଼ିପାରି ନାହାଁନ୍ତି ।
ଚିକିଟି ଏନଏସି ଓ୍ୱାର୍ଡ ଉପନିର୍ବାଚନରେ ବିଜେଡି ବିଜୟୀ ହୋଇଛି । 3 ନମ୍ବର ଓ୍ୱାର୍ଡରେ ବିଜେଡି ପ୍ରାର୍ଥୀ ହରପ୍ରସାଦ ଚୌଧୁରୀ ବିଜୟୀ ହୋଇଛନ୍ତି । ମୋଟ୍ 501 ଭୋଟ୍ ମଧ୍ୟରୁ ହରପ୍ରସାଦଙ୍କୁ 484 ଖଣ୍ଡ ଭୋଟ୍ ମିଳିଛି । ବିଜେପି ପ୍ରାର୍ଥୀଙ୍କୁ ମାତ୍ର 15ଖଣ୍ଡ ଭୋଟ୍ ରେ ସନ୍ତୁଷ୍ଟ ହେବାରୁ ପଡ଼ିଛି ।

ସେହିପରି ଜଗତସିଂହପୁର ପୌର ପରିଷଦ 6 ନମ୍ବର ଓ୍ୱାର୍ଡରେ ବିଜେଡି ବିଜୟୀ ହୋଇଛି । ବିଜେଡି ପ୍ରାର୍ଥୀ ରୋଜାଲିନ ଦାଶ 407 ଖଣ୍ଡ ଭୋଟ୍ ପାଇ କଂଗ୍ରେସ ପ୍ରାର୍ଥୀଙ୍କୁ ହରାଇଛନ୍ତି । କଂଗ୍ରେସକୁ 406 ଖଣ୍ଡ ଭୋଟ ଏବଂ ବିଜେପିକୁ ମାତ୍ର 21 ଖଣ୍ଡ ଭୋଟ୍ ମିଳିଛି ।
ଏହା ସହ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀ ଜି ଉଦୟଗିରି NAC ଅଧକ୍ଷ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ବିଜୟ ହୋଇଛି । ବିଜେଡି ପ୍ରାର୍ଥୀନୀ ଦେବସ୍ମିତା ଶତପଥୀଙ୍କୁ 3111 ଖଣ୍ଡ ଭୋଟ ମିଳିଛି । ସେହିପରି ବିଜେପି ପ୍ରାର୍ଥୀ ରଞ୍ଜିତା ନାୟକ ମାତ୍ର 737 ଖଣ୍ଡ ଭୋଟ ପାଇଛନ୍ତି । କଂଗ୍ରେସର ମଧୁଲିନା ଦିଗଲଙ୍କୁ 614 ଭୋଟ୍ ମିଳିଛି ।
ସେହିପରି ଯୋଡ଼ା ପୌରପରିଷଦ 8 ନମ୍ବର ୱାର୍ଡ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଶୁଭମ୍ ନାଏକ 806 ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ 229 ଖଣ୍ଡ ଭୋଟ ପାଇଛନ୍ତି ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications