ରାଜନୈତିକ ମନ୍ତବ୍ୟ ଦେବାରୁ କ୍ଷାନ୍ତ ରୁହନ୍ତୁ ବିଶ୍ୱଭୂଷଣ, ସାମ୍ବାଦିକ ସମ୍ମିଳନୀରେ ଅପିଲ୍ କଲା ବିଜେଡ଼ି
ଭୁବନେଶ୍ୱର: ରାଜନୈତିକ ମନ୍ତବ୍ୟ ଦେବାରୁ କ୍ଷାନ୍ତ ରୁହନ୍ତୁ ବିଶ୍ୱଭୂଷଣ । ସାମ୍ବାଦିକ ସମ୍ମିଳନୀ କରି ଅପିଲ୍ କଲା ବିଜେଡ଼ି । ଛତିଶଗଡର ରାଜ୍ୟପାଳ ହୋଇ ମଧ୍ୟ ସେ ଓଡିଶାର ବିଭିନ୍ନ ପ୍ରସଙ୍ଗରେ ରାଜନୈତିକ ଟିପ୍ପଣୀ କରୁଛନ୍ତି । ଏଭଳି ରାଜନୈତିକ ମନ୍ତବ୍ୟ ଦେବାରୁ କ୍ଷାନ୍ତ ରହିବାକୁ ଅପିଲ୍ କରିଛି ବିଜେଡି । ପଦମର୍ଯ୍ୟାଦା ରକ୍ଷା କରୁନାହାଁନ୍ତି ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ରାଜ୍ୟପାଳଙ୍କୁ ଏଭଳି ରାଜନୈତିକ ମନ୍ତବ୍ୟ ଶୋଭାପାଏନି ବୋଲି କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର ।

ଏପରିକି ପୁଅର ରାଜନୈତିକ ଭବିଷ୍ୟତ ପାଇଁ ବିଶ୍ୱଭୂଷଣ ବ୍ୟଗ୍ର । ହେଲେ ତାଙ୍କଠାରୁ ଏପରି ଆଶା କରାଯାଏ ନାହିଁ । କାରଣ ରାଜ୍ୟପାଳ ସାମ୍ବିଧାନିକ ବିଧି ବ୍ୟବସ୍ଥା ମଧ୍ୟରେ ରହିବା ଗ୍ରହଣୀୟ । ଏମିତି କହି ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ସମାଲୋଚନା କରିଛି ବିଜେଡି ।
ବିଜେଡ଼ି ଆହୁରି କହିଛି ଦେଶର ଗଣତନ୍ତ୍ରକୁ ବଳିଷ୍ଠ କରିବାରେ ରାଜ୍ୟପାଳଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଓଡିଶାରୁ ବିଭିନ୍ନ ରାଜ୍ୟରେ ନିଯୁକ୍ତି ପାଉଥିବା ଓଡିଆ ରାଜ୍ୟପାଳଙ୍କୁ ନେଇ ରାଜ୍ୟ ସବୁବେଳେ ଗର୍ବ ଅନୁଭବ କରେ । କିନ୍ତୁ ରାଜ୍ୟପାଳ ଭାବେ ପଦ ଓ ଗୋପନୀୟତାର ଶପଥ ନେବା ପରେ ସେମାନେ ସମ୍ବିଧାନର ନୀତିନିୟମରେ କାମ କରିବା କଥା । ସମ୍ବିଧାନର ଧାରା ୧୫୩ରୁ ୧୬୨ ପର୍ଯ୍ୟନ୍ତ ରାଜ୍ୟପାଳଙ୍କ କ୍ଷମତା ଓ ଭୂମିକାବାବଦରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ।
ରାଜ୍ୟପାଳ ଭାବେ ଦାୟିତ୍ବ ନେବା ପରେ ସେମାନେ କୌଣସି ରାଜନୈତିକ ଦଳ ସହ ଯୋଡିହେବା ଉଚିତ ନୁହେଁ । ଏପରିକି ନିରପେକ୍ଷତା ଅବଲମ୍ବନ କରିବାକୁ ରାଜନୈତିକ ଟିପ୍ପଣୀ ମଧ୍ୟ ଦେବା ଉଚିତ ନୁହେଁ । କିନ୍ତୁ ଗତ କିଛି ଦିନ ହେଲା ଛତିଶଗତ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଯେଉଁଭଳି ଓଡିଶା ବାବଦରେ ମନ୍ତବ୍ୟ ଦେଉଛନ୍ତି ତାହା ତାଙ୍କ ପଦ ମର୍ଯ୍ୟଦାକୁ କ୍ଷୁର୍ଣ୍ଣ କରୁଛି ବୋଲି ସସ୍ମିତ କହିଛନ୍ତି । ବିଶ୍ବଭୂଷଣ ବାବୁ ତାଙ୍କ ପୁଅର ରାଜନୈତିକ ଭବିଷ୍ୟତକୁ ନେଇ ଚିନ୍ତିତ । ଯେଉଁଥିପାଇଁ ସେ ଏଭଳି ମନ୍ତବ୍ୟ ଦେଉଛନ୍ତି ବୋଲି ସସ୍ମିତ ଓ ବିଜେଡ଼ି ମୁଖପାତ୍ର ପ୍ରିୟବ୍ରତ ମାଝୀ କହିଛନ୍ତି ।
ଡ. ପାତ୍ର କହିଛନ୍ତି, ମାନ୍ୟବର ରାଜ୍ୟପାଳ ଓଡ଼ିଶା ଉପରେ ବିଭିନ୍ନ ପ୍ରସଙ୍ଗରେ ମତ ବ୍ୟକ୍ତ କରି ତାଙ୍କ ପଦର ମର୍ଯ୍ୟାଦା ଓ ସମ୍ମାନକୁ ହ୍ରାସ କରିବେ ନାହିଁ । ଏହା ତାଙ୍କଠାରୁ ଆଶା କରାଯାଉନାହିଁ । ଓଡ଼ିଶା ଭଳି ରାଜ୍ୟରେ ଏହା ପୂର୍ବରୁ କେବେ ବି ଦେଖିବାକୁ ମିଳିନଥିଲା ।
-
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ବୋମାମାଡ଼ରେ ଥରୁଛି ମଧ୍ୟପ୍ରାଚ୍ୟ, ଇରାନର ୧୬ ଯୁଦ୍ଧ ଜାହାଜ ଧ୍ବଂସ କଲା ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
ଓଡ଼ିଶା ବାସୀଙ୍କ ଭାରି ପ୍ରିୟ ମାଂସ, ଗୃହରେ ସୂଚନା ଦେଲେ ମନ୍ତ୍ରୀ -
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ !












Click it and Unblock the Notifications