Get Updates
Get notified of breaking news, exclusive insights, and must-see stories!

ଗ୍ୟାସ ଦର ବୃଦ୍ଧି : ରାଜଭବନ ଆଗରେ ଧାରଣା ଦେଲା ବିଜେଡ଼ି

bjd protest

ଭୁବନେଶ୍ୱର: ଗ୍ୟାସ ଦର ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ରକୁ ଘେରିଛି ବିଜେଡ଼ି । ବୁଧବାର ଦିନ ରାଜ ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛି ବିଜେଡି । ରାଜ୍ୟପାଳଙ୍କୁ ଭେଟି ଏ ପ୍ରସଙ୍ଗରେ ଦାବିପତ୍ର ମଧ୍ୟ ପ୍ରଦାନ କରିଛି ।

ବିଜେଡି କହିଛି ଯେ ଏଲପିଜି ମୂଲ୍ୟ ଦ୍ରୁତ ଗତିରେ ବଢୁଛି, ତଥାପି ଏହାକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର କିଛି କରୁନାହାଁନ୍ତି । ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ଯେ 2014 ରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ 410 ଟଙ୍କା ଥିଲା ଯାହା ବର୍ତ୍ତମାନ 1130 ଟଙ୍କାକୁ ବୃଦ୍ଧି ପାଇଛି ।

ସେ କହିଛନ୍ତି ଯେ ଏହା ଘରୋଇ ବଜେଟରେ ଯଥେଷ୍ଟ ପ୍ରଭାବ ପକାଉଛି ଏବଂ ମୂଲ୍ୟ ନିୟନ୍ତ୍ରଣ କରିବାକୁ ବିଜେଡି ବାରମ୍ବାର ଦାବି କରିଆସୁଛି, କିନ୍ତୁ କେନ୍ଦ୍ର ସରକାର ସେମାନଙ୍କ ନିବେଦନକୁ କର୍ଣ୍ଣପାତ କରୁ ନାହାଁନ୍ତି । ଏଲପିଜି ମୂଲ୍ୟକୁ ନିୟନ୍ତ୍ରଣ କରିବା ଏବଂ ଯଦି ସେମାନଙ୍କର ଦାବି ଶୁଣା ନଗଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛି ବିଜେଡ଼ି ।

ଆଜିର ଏହି ପ୍ରତିବାଦରେ ବିଜେଡିର ବହୁ ନେତା, ବିଧାୟକ, କର୍ମୀ ପ୍ରମୁଖ ସାମିଲ ହୋଇଛନ୍ତି । ଧାରଣାସ୍ଥଳରୁ ବିଜେଡିର ଏକ ପ୍ରତିନିଧି ଦଳ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଦାବିପତ୍ର ଦେଇଥିଲେ ।

କେନ୍ଦ୍ର ସରକାରଙ୍କ ଉଜ୍ୱଳା ଯୋଜନା ଅନ୍ଧାର ଯୋଜନାରେ ପରିଣତ ହୋଇଛି ବୋଲି କହିଛି ବିଜେଡ଼ି । ବିଜେଡ଼ି ପକ୍ଷରୁ କୁହାଯାଇଛି ରାଜ୍ୟର ମା' ଏବଂ ଭଉଣୀମାନଙ୍କ ପାଇଁ ସର୍ବଦା କାମକରୁଥିବା ବିଜୁ ଜନତାଦଳ ତୁରନ୍ତ ଏଲ୍‍ପିଜି ଗ୍ୟାସ ଦର ହ୍ରାସ ପାଇଁ ଦାବିକରି ଆସୁଛି । ହେଲେ କେନ୍ଦ୍ରସରକାର ଏଥିପ୍ରତି ଧ୍ୟାନ ଦେଉନାହିଁ । ଯଦି କେନ୍ଦ୍ରସରକାର ଗ୍ୟାସ ଦର ତୁରନ୍ତ ହ୍ରାସ ନକରନ୍ତି ତେବେ ଆଗାମୀ ଦିନରେ ବିଜୁଜନତା ଦଳ ଏହି ପ୍ରତିବାଦ ରାଜ୍ୟର ସମସ୍ତ ଆରଡିସି, ଜିଲ୍ଲାପାଳ, ବ୍ଲକ, ପଞ୍ଚାୟତ ଓ ଗାଁସ୍ତରରେ କରିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+