ସଙ୍ଗଠନ ସୁଦୃଢ କରୁଛି ବିଜେଡ଼ି, ନିଯୁକ୍ତ ହେଲେ 6 ଜିଲ୍ଲାର ସଭାପତି
ଭୁବନେଶ୍ୱର : ରାଜ୍ୟର 6 ଜିଲ୍ଲାରେ ସଙ୍ଗଠନକୁ ମଜବୁତ କରିବା ପାଇଁ ଜିଲ୍ଲା ସଭାପତି ନିଯୁକ୍ତ ହୋଇଛନ୍ତି । ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଏହି ନିଯୁକ୍ତି କରିଛନ୍ତି । ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏନେଇ ଏକ ପ୍ରେସ୍ ବାର୍ତ୍ତା ଜାରି କରିଛନ୍ତି ।

ଢେଙ୍କାନାଳ, ବାଲେଶ୍ୱର, ବରଗଡ଼, କୋରାପୁଟ, ରାଉରକେଲା, ଝାରସୁଗୁଡ଼ା ଜିଲ୍ଲାକୁ ମିଳିଛି ବିଜେଡ଼ି ସଭାପତି । ଢେଙ୍କାନାଳ ଜିଲ୍ଲାର ବିଜେଡି ସଭାପତି ହୋଇଛନ୍ତି ନୃସିଂହ ଚରଣ ସାହୁ । ଦେବୀ ପ୍ରସାଦ ଭୁତିଆଙ୍କୁ ଜିଲ୍ଲାର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରାଯାଇଛି । ଅଶ୍ୱିନୀ କୁମାର ପାତ୍ର ବାଲେଶ୍ୱର ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ।

କୋରାପୁଟ ଜିଲ୍ଲା ବିଜେଡି ସଭାପତି ଦାୟିତ୍ୱ ଝିହ୍ନ ହିକକାଙ୍କୁ ମିଳିଥିବା ବେଳେ ପ୍ରଶାନ୍ତ ଗୁପ୍ତା ହୋଇଛନ୍ତି କାର୍ଯ୍ୟକାରୀ ସଭାପତି । ବରଗଡ଼ ଜିଲ୍ଲା ପାଇଁ ପ୍ରଭାସ କୁମାର ସିଂହ ଜିଲ୍ଲା ସଭାପତି ଓ ସୁଶାନ୍ତ ମହାପାତ୍ର କାର୍ଯ୍ୟକାରୀ ସଭାପତି ହୋଇଛନ୍ତି । ରାଉରକେଲା ଜିଲ୍ଲା ସଭାପତି ହୋଇଛନ୍ତି ହାଲୁ ମୁଣ୍ଡାରୀ ଓ ଝାରସୁଗୁଡ଼ା ଜିଲ୍ଲା ସଭାପତି ହୋଇଛି ରବି ସିଂହ ।












Click it and Unblock the Notifications