କୋଶଳୀ ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ ନେଇ କେନ୍ଦ୍ର ସରକାର ପାଖରେ ଓଡ଼ିଶାର ଦାବି

ଆମେ ସବୁ ସାମ୍ବିଧାନିକ ପ୍ରକ୍ରିୟା ସାରିଛୁ । ଆମେ ରାଷ୍ଟ୍ରପତିଙ୍କୁ ଭେଟିବୁ । ତାଙ୍କର ଏହି କ୍ଷମତା ଅଛି । ବିଜେଡିର ସାଂସ୍କୃତିକ ଉଇଙ୍ଗ ରାଷ୍ଟ୍ରପତିଙ୍କୁ ଭେଟିବୁ ବୋଲି କହିଛନ୍ତି ବିଜେଡ଼ି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ।

ଭୁବନେଶ୍ୱର : ବିଜେଡି ଓ ରାଜ୍ୟବାସୀଙ୍କ ତରଫରୁ ରାଷ୍ଟ୍ରପତିଙ୍କୁ ଓଡ଼ିଶାକୁ ସ୍ୱାଗତ କରୁଛୁ । ଓଡ଼ିଶା ଇଂରେଜ ସମୟରୁ ଭାଷା ପାଇଁ ସଂଗ୍ରାମ କରି ଆସିଛି । ବିଜୟ ବି ପାଇଛି । ସାଢ଼େ 4 କୋଟିରୁ 1 କୋଟି ମାତୃଭାଷାକୁ ଅଲଗା ଭାବେ ବ୍ୟବହାର କରନ୍ତି । ସେ କୋଶଳୀ, ହୋ, ମୁଣ୍ଡାରୀ, ଭୂମିଜ ପରି କେତେକ ଭାଷା । ୟୁପିଏ ଓ ମୋଦୀ ସରକାରଙ୍କ ପାଖରେ ମୁଖ୍ୟମନ୍ତ୍ରୀ ଅଷ୍ଟମ ପରିଷଦରେ ସାମିଲ କରିବାକୁ ଦୃଷ୍ଟି ଆକର୍ଷଣ କରିଛନ୍ତି । ବାରମ୍ବାର ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ପାଖରେ ଓ ନୀତି ଆୟୋଗ ପାଖରେ ଏନେଇ ଦାବି କରିଛନ୍ତି । ଏଥିପାଇଁ ଏକ ବିଶେଷଜ୍ଞ କମିଟି ମଧ୍ୟ ଗଠନ ହୋଇଥିଲା । କମିଟି ରିପୋର୍ଟ ଦେଇଛି । ଆମେ ସବୁ ସାମ୍ବିଧାନିକ ପ୍ରକ୍ରିୟା ସାରିଛୁ । ଆମେ ରାଷ୍ଟ୍ରପତିଙ୍କୁ ଭେଟିବୁ । ତାଙ୍କର ଏହି କ୍ଷମତା ଅଛି । ବିଜେଡିର ସାଂସ୍କୃତିକ ଉଇଙ୍ଗ ରାଷ୍ଟ୍ରପତିଙ୍କୁ ଭେଟିବୁ ବୋଲି କହିଛନ୍ତି ବିଜେଡ଼ି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ।

shreemayee mishra-BJd Office

ଏହା ସହିତ ବିଜେଡ଼ି ବିଧୟିକା ବାସନ୍ତୀ ହେମ୍ବ୍ରମ୍ ଆଞ୍ଚଳକି ଭାଷାକୁ ନେଇ କହିଛନତି, ରତରେ 30 ଲକ୍ଷ ଓ ଓଡ଼ିଶାରେ 10 ଲକ୍ଷ ହୋ ଭାଷା ବ୍ୟବହାର କରନ୍ତି । ଏହି ଭାଷାରେ ବହୁ ମାଧୁର୍ଯ୍ୟ ଅଛି । ଏହାକୁ ମାନ୍ୟତା ନ ମିଳିଲେ, ଆଗାମୀ ଦିନରେ ଏହା ଲୋପ ପାଇଯିବ । ହୋ ଭାଷା ଲୋକଙ୍କୁ ଓଡ଼ିଆ କହିବାରେ ଅସୁବିଧା ହୁଏ । ମାନ୍ୟତା ମିଳିଲେ, ସେମାନେ ସମାଜରେ ତାଳରେ ତାଳରେ ଦେଇପାରିବେ ବୋଲି ଦାବି କରିଛନ୍ତି ଶ୍ରାମତୀ ହେମ୍ବ୍ରମ୍ ।

ଏହା ବ୍ୟତୀତ କୋଶଳୀ ବହୁତ ମିଠା ଭାଷା । ଏହି ଭାଷା ଶୁଣିଲେ, ଆତ୍ମାକୁ ଛୁଇଁ ଯାଏ । 75 ଲକ୍ଷ ଲୋକ ଏହି ଭାଷା କହନ୍ତି । କୋଶଳୀରେ ରାମାୟଣ, ମହାଭାରତ ରଚନା କରାଯାଇଛି ବୋଲି କହିଛନ୍ତି ବିଜେଡିର ସାଧାରଣ ସମ୍ପାଦିକା ଶ୍ରୀମୟୀ ମିଶ୍ର । ସେ ଆହୁରି ମଧ୍ୟ କହିଛନ୍ତି, ଏହି ଭାଷା ମନକୁ ପ୍ରଫୁଲିତ କରେ । ନୂଆଖାଇ ଭେଟଘାଟ ସାରା ଦେଶରେ ଆଦୃତ । ଲୋକ ଏହି ଭାଷାକୁ ଆଗେଇ ନେବାକୁ ଚାହୁଁଛନ୍ତି । କେନ୍ଦ୍ର ସରକାର ଏହାକୁ ଅଷ୍ଟମ ଅନୁଛେଦରେ ସାମିଲ କରନ୍ତୁ । ଆମ ପଶ୍ଚିମ ଓଡ଼ିଶାରୁ ଅନେକ ବିଜେପି ସାଂସଦ ଅଛନ୍ତି । ସେମାନେ ଏହି କଥା ସଂସଦରେ ଉଠେଇଲେ, ରାଜ୍ୟବାସୀ ଧନ୍ୟ ହେବେ ବୋଲି ଶ୍ରୀମତୀ ମିଶ୍ର ଦାବି ଉପସ୍ଥାପନ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+