ଆସନ୍ତା 22 ରେ ବିଧାୟକ ଦଳ ବୈଠକ
ଭୁବନେଶ୍ୱର: ସେପ୍ଟେମ୍ବର 22 ତାରିଖରେ ବସିବ ବିଜେଡି ବିଧାୟକ ଦଳ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବ ବୈଠକ ।
22 ରେ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ । ଅଧିବେଶନରେ ଦଳର ରଣନୀତି କଣ ରହିବ ସେ ନେଇ ବିଜେଡି ବିଧାୟକ ଦଳ ବୈଠକରେ ଆଲୋଚନା ହେବ ।

ଏହା ସହ ସେହିଦିନ ଅର୍ଥାତ୍ 22 ସେପ୍ଟେମ୍ବରରେ ହେବ ବାଚସ୍ପତି ନିର୍ବାଚନ । ସକାଳ 9.30 ମିନିଟରେ ହେବ ବାଚସ୍ପତି ନିର୍ବାଚନ । ଏହା ପରେ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ ।
ଉଲ୍ଲେଖଯୋଗ୍ୟ, 21 ରେ ହେବାକୁ ଥିବା ବାଚସ୍ପତି ନିର୍ବାଚନକୁ ବର୍ଜନ କରିବାକୁ ଘୋଷଣା କରିଥିଲେ ବିରୋଧୀ କଂଗ୍ରେସ ଓ ବିଜେପି । ନୂଆଖାଇ ପର୍ବ ଥିବାକୁ ବାଚସ୍ପତି ନିର୍ବାଚନକୁ ବର୍ଜନ କରିବାକୁ ପ୍ରଥମେ ଘୋଷଣା କରିଥିଲା କଂଗ୍ରେସ । ଏହା ପରେ ବର୍ତ୍ତମାନ 22 ତାରିଖରେ ନିର୍ବାଚନ ହେବା ନେଇ ସୂଚନା ଆସିଛି ।
ସେହିଦିନ କଂଗ୍ରେସର ମଧ୍ୟ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତି କରିବ କଂଗ୍ରେସ ।












Click it and Unblock the Notifications