Get Updates
Get notified of breaking news, exclusive insights, and must-see stories!

ଦଳ ଭିତରୁ ସୌମ୍ୟଙ୍କୁ ଟାର୍ଗେଟ୍; ଅରୁଣ, ଅତନୁଙ୍କ ପରେ କହିଲେ ପ୍ରତାପ ଦେବ

ଭୁବନେଶ୍ୱର: ଗତ କିଛି ଦିନ ହେବ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଓ 5 ଟି ସଚିବଙ୍କ ଗସ୍ତକୁ ନେଇ ବିଜେଡି ସରକାରକୁ ଟାର୍ଗେଟ୍ କରୁଥିବା ବିଜେଡ଼ି ବିଧାୟକ ସୌମ୍ୟ ପଟ୍ଟନାୟକଙ୍କ ଉପରେ ବର୍ଷୁଛନ୍ତି ବିଜେଡ଼ି ନେତା । ତାଙ୍କ ଆଲେଖ୍ୟରେ ସରକାରଙ୍କୁ ଟାର୍ଗେଟେ କରିବାକୁ ବ୍ଲାକମେଲ୍ ବୋଲି କହିଛନ୍ତି ବିଜେଡ଼ି ନେତା । ପ୍ରଥମେ ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ ଏବଂ ଏବେ ପ୍ରତାପ ଦେବ ସୌମ୍ୟଙ୍କ ଉପରେ ବର୍ଷିଛନ୍ତି ।

Pratap dev - soumya patnaik

ଗଣତନ୍ତ୍ର ପଦ୍ଧତିରେ ସମସ୍ତେ ନିଜ ମତ ରଖି ପାରିବେ, ସେଥିରେ କିଛି ଅସୁବିଧା ନାହିଁ । କିନ୍ତୁ ଗଣତନ୍ତ୍ର ପଦ୍ଧତିରେ ଯେତେବେଳେ ଆପଣ ନିର୍ଦିଷ୍ଟ ଦଳରେ ଅଛନ୍ତି ଏବଂ ସେ ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ବିଜେଡି ବିଧାୟକ ହୋଇ ନିରନ୍ତର ଭାବେ ସରକାର ଓ ଦଳକୁ ସମାଲୋଚନା କରୁଛନ୍ତି । ଯଦି ସମାଲୋଚନା କରିବାର ଅଛି ଦଳରୁ ବାହାରି କରନ୍ତୁ । ଦଳ ଛାଡ଼ି ସମ୍ପାଦକୀୟ ଲେଖନ୍ତୁ ବୋଲି କହିଛନ୍ତି ପ୍ରତାପ ।

ଏପରିକି ସୌମ୍ୟ ବାବୁ ଜଣେ ଶିକ୍ଷିତ ଜ୍ଞାନୀ ଗୁଣି ଲୋକ, ତାଙ୍କୁ ଉପଦେଶ ଦେବା ମୋର ଆବଶ୍ୟକତା ନାହିଁ । କିନ୍ତୁ ସୌମ୍ୟ ବାବୁ ଜାଣିବା ଦରକାର ସେ ବିଜେଡିରେ ଅଛନ୍ତି । ଯେଉଁ ପ୍ରସଙ୍ଗରେ ସେ ତାଙ୍କ ସମ୍ବାଦପତ୍ରରେ ଲେଖୁଛନ୍ତି ଓ ମତ ମନ୍ତବ୍ୟ ଦେଉଛନ୍ତି ତାହା ଠିକ ନୁହେଁ । ଯେଉଁ 5T ସଚିବଙ୍କ ଗସ୍ତ ନେଇ ସମାଲୋଚନା କରାଯାଉଛି, ମୁଖ୍ୟମନ୍ତ୍ରୀ ତାଙ୍କୁ ପଠେଇଛନ୍ତି । ଏ କଥା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବା ପରେ ବାରମ୍ବାର ସମାଲୋଚନା କରିବା ହେଉଛି ସୌମ୍ୟବାବୁଙ୍କ ବ୍ଲାକ ମେଲିଂ ଟାକ୍ଟିସ ।

ସୌମ୍ୟ ବାବୁଯଦି ସ୍ୱାଧୀନ ବ୍ୟକ୍ତିତ୍ୱ ହୋଇଥାନ୍ତେ.. ତାହା ଯାହା କହିଥିଲେ ବି କିଛି ଫରକ ପଡ଼ି ନଥାନ୍ତା । ନିର୍ଦ୍ଦିଷ୍ଟ ଦଳରେ ରହି ଦଳୀୟ ପ୍ଲାଟଫର୍ମରେ ନକହି ଏକପାଖିଆ ଭାବେ ସବୁ କଥା ଉପରେ ସମାଲୋଚନା କରୁଛନ୍ତି ତାକୁ ବ୍ଲାକମେଲ ବୋଲି ହିଁ କୁହାଯିବ । ସୌମ୍ୟବାବୁ ଦଳୀୟ ଅନୁଶାସନ ଭଙ୍ଗ କରୁଛନ୍ତି । ଯଦି ତାଙ୍କର କିଛି କହିବାର ଅଛି ତାହା ଘର ବାହାରକୁ ଯାଇ କହିପାରନ୍ତି । ଦଳରୁ ବାହାରି ସେ ସମ୍ପାଦକୀୟ ଲେଖନ୍ତୁ, ସମାଲୋଚନା କରନ୍ତୁ ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଦେବ ।

ଏହା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସୌମ୍ୟ ପଟ୍ଟନାୟକ କହିଛନ୍ତି, ପ୍ରତାପଙ୍କୁ ଧନ୍ୟବାଦ, ମୋ କଥା କିଛି ପରିମାଣରେ ତାଙ୍କୁ ଆଘାତ ଦେଉଛି । ପ୍ରତାପ ଦେବ ପରାମର୍ଶ ଦେଇଛନ୍ତି, ତାଙ୍କ କଥା କଣ ବେଦର ଗାର । ସୌମ୍ୟ ପଟ୍ଟନାୟକ କଟାକ୍ଷ କରି କହିଛନ୍ତି... ଯାହାର କିଛି ଦୁର୍ବଳତା ଥାଏ, କିମ୍ବା ଲୁଚାଇବାକୁ ଥାଏ..ତାଙ୍କୁ ହିଁ ବ୍ଲାକମେଲ ଡର ଥାଏ । ମୋ ଲେଖୁଥିବା ସମ୍ପାଦକୀୟରେ ଦଳର କଲ୍ୟାଣ ହେବ ସିନା ଅମଙ୍ଗଳ ହେବ ନାହିଁ ।

ଦଳୀୟ ଫୋରମରେ କାହିଁକି କହୁନାହାନ୍ତି ବୋଲି ପ୍ରଶ୍ନରେ ଜବାବ ଦେଇଛନ୍ତି ସୌମ୍ୟ । ତୃତୀୟ ମହଲାରେ ଗୋଟିଏ ଦଳୀୟ ଅଫିସ୍‌ ଅଛି କି ବୋଲି ସେ ପ୍ରଶ୍ନ କରିଛନ୍ତି । ଦରମାଭୋଗୀ ସଚିବମାନେ ଦଳୀୟ କାମରେ ମୁଣ୍ଡ ପୂରାଇବା ଅନୁଚିତ । ଆମ ଦଳରେ କଣ କେହି ନେତା ନାହାନ୍ତି କି ?

ଏପରିକି ନିର୍ଦ୍ଦିଷ୍ଟ ବ୍ୟୁରୋକ୍ରାଟଙ୍କୁ କଡ଼ା ଆହ୍ୱାନ ଦେଇଛନ୍ତି ସୌମ୍ୟ । ଚାକିରି ଛାଡ଼ି ଦଳ ସମ୍ଭାଳିବାକୁ କହିଛନ୍ତି । ଆମ ଦଳରେ କଣ କେହି ନେତା ନାହାଁନ୍ତି ଦଳ କଥା ବୁଝିବାକୁ ବୋଲି ସେ ପ୍ରଶ୍ନ କରିଛନ୍ତି । ଜଣେ ଦୁଇ ଜଣ ଆଇଏଏସ୍ କଣ ଦଳ କଥା ବୁଝିବେ?' ଯଦି ଦଳ କଥା ବୁଝିବାକୁ ଇଛା, ଇସ୍ତଫା ଦେଇ ଦଳକୁ ଆସିବା ଉଚିତ । ପଦବୀରୁ ଇସ୍ତଫା ଦେଇ ଦଳୀୟ କାର୍ଯ୍ୟକ୍ରମ ସମ୍ଭାଳନ୍ତୁ, ଆପତ୍ତି ନାହିଁ । ହେଲେ ସିଧାସଳଖ ଫାଇଭ୍‌ ଟି ସଚିବ ରାଜନୀତି କରିପାରିବେ ନାହିଁ ବୋଲି କହିଛନ୍ତି ସୌମ୍ୟ ।

ଏହା ପୂର୍ବରୁ ଦଳକୁ ବ୍ଲାକ୍ ମେଲ୍ କରୁଛନ୍ତି ବୋଲି କହିଥିଲେ ଅତନୁ ସବ୍ୟସାଚୀ ନାୟକ । ଅରୁଣ ସାହୁଙ୍କ ପରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ସୌମ୍ୟଙ୍କୁ ଟାର୍ଗେଟ୍‌ କରିଥିଲେ । ଦଳରେ ଥାଇ ଦଳକୁ ବ୍ଲାକମେଲ କରୁଛନ୍ତି, ପୂର୍ବରୁ ଅନେକ ଥର ଏମିତି କରିଛନ୍ତି ଏହା ତାଙ୍କ ପୁରୁଣା ଅଭ୍ୟାସ । ସୌମ୍ୟ ବାବୁଙ୍କ ଲେଖା ର ପ୍ରଭାବ ଲୋକଙ୍କ ଉପରେ ପଡ଼ିବନି । ସୌମ୍ୟ ବାବୁ କଣ, କେତେ ଥର ଦଳ ପରିବର୍ତ୍ତନ କରି ଏଠିକି ଆସିଛନ୍ତି ତାହା ରାଜ୍ୟବାସୀ ଜାଣିଛନ୍ତି ।ବିଗତ ଦିନ ରେ ମଧ୍ୟ ସେ ବ୍ଲାକମେଲ କରିଥିଲେ । ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ ରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ରାଜ୍ୟ ଗସ୍ତ କରି ଲୋକଙ୍କ ପାଖକୁ ଯାଇ ଅଭିଯୋଗ ଆଣିଲେ, ସେଥିରେ ସୌମ୍ୟ ବାବୁଙ୍କ ଅସୁବିଧା କେଉଁଠି ରହିଲା ? ସୌମ୍ୟ ବାବୁ ଯେଉଁ ମନ୍ତବ୍ୟ ଲେଖୁଛନ୍ତି ତାକୁ ଆମେ ବିରୋଧ କରୁଛୁ । ବ୍ଲାକମେଲ କରିବା କିମ୍ବା ରାଜନୈତିକ ସଂକୀର୍ଣ୍ଣତାକୁ ନେଇ ଚାଲିବା ଠିକ ନୁହେଁ ବୋଲି କହିଥିଲେ ଅତନୁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+