Get Updates
Get notified of breaking news, exclusive insights, and must-see stories!

ନିର୍ଦ୍ୱନ୍ଦରେ ଡେପୁଟି ମେୟର ନିର୍ବାଚିତ ହେଲେ ମଞ୍ଜୁଲତା କହଁର

ବିଏମସି ଡେପୁଟି ମେୟର ଭାବେ ନିର୍ବାଚିତ ହେଲେ ମଞ୍ଜୁଲତା କହଁର । ଓଡ଼ିଶାର ପୌର ନିର୍ବାଚନରେ ଭୁବନେଶ୍ୱର 22 ନମ୍ବର ୱାର୍ଡରୁ କର୍ପୋରେଟର ନିର୍ବାଚିତ ହୋଇଥିବା ମଞ୍ଜୁଲତା ନିର୍ଦ୍ୱନ୍ଦରେ ଡେପୁଟି ମେୟର ହୋଇଛନ୍ତି ।

ଭୁବନେଶ୍ୱର : ବିଏମସି ଡେପୁଟି ମେୟର ଭାବେ ନିର୍ବାଚିତ ହେଲେ ମଞ୍ଜୁଲତା କହଁର । ଓଡ଼ିଶାର ପୌର ନିର୍ବାଚନରେ ଭୁବନେଶ୍ୱର 22 ନମ୍ବର ୱାର୍ଡରୁ କର୍ପୋରେଟର ନିର୍ବାଚିତ ହୋଇଥିବା ମଞ୍ଜୁଲତା ନିର୍ଦ୍ୱନ୍ଦରେ ଡେପୁଟି ମେୟର ହୋଇଛନ୍ତି । ଅନ୍ୟ ଦଳର କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରିନଥିବାରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ମଞ୍ଜୁଲତା । ପ୍ରଥମ ଥର ପାଇଁ କର୍ପୋରେଟର ହୋଇଥିବା ମଞ୍ଜୁଲତା ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ପିଜି କରିଛନ୍ତି ।

manjulata kanhar

ଏହା ପରେ ଦୁଇ ମହିଳାଙ୍କ ହାତକୁ ଯାଇଛି ଭୁବନେଶ୍ୱରର ଦାୟିତ୍ୱ । ବିଜେଡ଼ି ପାର୍ଥୀ ସୁଲୋଚନା ଦାସ ମେୟର ଭାବେ ନିର୍ବାଚିତ ହୋଇଥିବା ବେଳେ ଆଜି ମଞ୍ଜୁଲତା ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି । ବିଏମସି ଡେପୁଟି ମେୟର୍ ଭାବେ ନିର୍ବାଚିତ ହେବା ପରେ ମଞ୍ଜୁଲତା କହଁର କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରୁ ସେ ଏଭଳି ଦାୟିତ୍ୱ ପାଇଛନ୍ତି ।

ଏଣେ ଶନିବାର ନବନିର୍ବାଚିତ ବିଏମସି ମେୟର ସୁଲୋଚନା ଦାସ ଶପଥ ଗ୍ରହଣ କରିଛନ୍ତି । ବିଏମସି କନ୍ଫରେନ୍ସ ହଲରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଗୃହ ଓ ନଗର ଉନ୍ନୟନ ବିଭାଗର ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ ତାଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ଏହାଛଡ଼ା ସମସ୍ତ 67 ନିର୍ବାଚିତ କର୍ପୋରେଟର ଶପଥ ଗ୍ରହଣ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+