କୁଳଡ଼ିହା ଓ ପଦ୍ମତୋଳାରେ ପକ୍ଷୀ ଗଣନା ଆରମ୍ଭ
ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି କୁଳଡିହା ଜାତୀୟ ଉଦ୍ୟାନରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ଅଭୟାରଣ୍ୟ ଓ ପଦ୍ମତୋଳାରେ ବନ ବିଭାଗ ପକ୍ଷୀ ଗଣତି ଆରମ୍ଭ କରିଛି । ନୀଳଗିରି ବନ ବିଭାଗର ରେଞ୍ଜର ଆଇସାଏ ନିଶାଙ୍କ ନେତୃତ୍ୱରେ ଏକ ଟିମ୍ ବିଦେଶୀ ପକ୍ଷୀ ଗଣନା କରିଛି ।
ବୁଧବାର କାଂଶ ଅଞ୍ଚଳରେ ଥିବା ପଦ୍ମତୋଳା ହ୍ରଦରେ ପକ୍ଷୀ ଗଣନା ଜାରି ରହିଛି । ସେହିପରି କୁଳଡିହା ଅଭୟାରଣ୍ୟରେ ମଧ୍ୟ ପକ୍ଷୀ ଗଣନା ଆରମ୍ଭ ହୋଇଛି ।

ଏସିଏଫ ଦିଗନ୍ତ ଚାନ୍ଦଙ୍କ ନେତୃତ୍ୱରେ ସାତଘାଟି, ଋଷିଆ ଓ ଖୁମଖୁଟ ଅନ୍ୟ ଟିମ୍ ଅଞ୍ଚଳରେ ପକ୍ଷୀ ଗଣନା ଜାରି ରଖିଛନ୍ତି । ଏଥିରେ ଏସିଏଫ ରାମଚନ୍ଦ୍ର ମୁର୍ମୁ, ପ୍ରବୀର କୁମାର ମୁର୍ମୁ, ପ୍ରବୀର କୁମାର ମୁର୍ମୁ, ପୁର୍ବତନ ଓ୍ବାଇଲ୍ଡ ଲାଇଫ୍ ଓ୍ବାଡେନ ପ୍ରକାଶ ମର୍ଦ୍ଧରାଜ, ପକ୍ଷୀ ବିଶେଷଜ୍ଞ ମନୋରଞ୍ଜନ ଦାସ, ସେଞ୍ଚୁରିଆନ ୟୁନିଭରସିଟିର ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି ।












Click it and Unblock the Notifications