ଚନ୍ଦକା-ଡମପଡ଼ାରେ କମିଛି ପକ୍ଷୀ ସଂଖ୍ୟା, ଗତ ବର୍ଷ ଅପେକ୍ଷା କମିଛନ୍ତି 6 ହଜାର ପକ୍ଷୀ
ଭୁବନେଶ୍ୱର: ଚନ୍ଦକା-ଡମପଡା ଅଭୟାରଣ୍ୟରେ ଚାଲିଥିବା ପକ୍ଷୀ ଗଣନା ଶେଷ ହୋଇଛି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ପକ୍ଷୀ ସଂଖ୍ୟାରେ କମ୍ ପରିଲକ୍ଷିତ ହୋଇଛି ।

ଚଳିତବର୍ଷ 16 ହଜାର 675 ପକ୍ଷୀ ଆସିଥିବା ଜଣାପଡିଛି । ଗତବର୍ଷ ଅଭୟାରଣ୍ୟ କୁ 22 ହଜାର 840 ପକ୍ଷୀ ଆସିଥିଲେ । ହେଲେ ଗତବର୍ଷ ଅପେକ୍ଷା ଚଳିତବର୍ଷ କମ ସଂଖ୍ୟାକ ପକ୍ଷୀ ଆସିଥିବା ଏହି ଗଣନା ରୁ ଜଣାପଡିଛି । ଏଥର ସମୁଦାୟ 56 ପ୍ରଜାତିର ପକ୍ଷୀ ଆସିଛନ୍ତି । ସେଥିମଧ୍ୟରୁ 24 ପ୍ରଜାତିର ବିଦେଶାଗତ ପକ୍ଷୀ ରହିଛନ୍ତି ।
ଏହି ପକ୍ଷୀ ଗଣନା କାର୍ଯ୍ୟରେ 12 ଟି ୟୁନିଟ୍ ରେ 60 ଜଣ ନିୟୋଜିତ ହୋଇଥିଲେ । ଅଭୟାରଣ୍ୟର ବିଭିନ୍ନ ଜଳାଶୟ ର 27 ଟି ସ୍ପଟ୍ ରେ ଗଣନା ହୋଇଥିଲା । ପ୍ରଥମେ ପ୍ରଥମେ ଘନ କୁହୁଡି ଯୋଗୁଁ ଗଣନା କାର୍ଯ୍ୟରେ ବାଧା ଦେଖାଦେଇଥିଲା ।
ଚଳିତବର୍ଷ ବିଦେଶାଗତ ପକ୍ଷୀଙ୍କ ମଧ୍ୟରେ ନର୍ଦ୍ଦନ ପିଣ୍ଟେଲ୍, ଟଫଟେଡ୍ ଡକ, ଗାଡଓ୍ବାଲ୍, ରେଡ୍ କ୍ରେଷ୍ଟେଡ୍ ପୋଚାର୍ଡ, ରିଭର ଲାପଓ୍ବିଙ୍ଗ୍, ଗ୍ରେ ହେଡେଡ୍ ଲାଓପିଙ୍ଗ, ଓସ୍ପ୍ରେ, ଓ୍ବାଗଟେଲ୍, ସେପଟେଡ୍ ରେଡ୍ ସ୍ୟାଙ୍କ, କମନ ଟିଲ୍, ବ୍ଲାକ୍ ହେଡେଡ ଇବିସ୍, ନର୍ଦ୍ଦନ ସୋଭେଲର, ରିଭର ଟର୍ଣ୍ଣ ଆଦି ବିରଳ ପକ୍ଷୀ ଦେଖିବାକୁ ମିଲିଥିଲେ ।












Click it and Unblock the Notifications