କୃଷି ଭବନରେ ବିଲ୍ ଗେଟ୍ସ, ଗେଟ୍ସ ଫାଉଣ୍ଡେସନ୍ ସହାୟତାରେ ବିଭିନ୍ନ ବିଭାଗରେ ଚାଲିଥିବା ଯୋଜନାର କଲେ ସମୀକ୍ଷା
ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଅଛନ୍ତି ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ । ସେ କୃଷି ଭବନରେ ପହଞ୍ଚିଛନ୍ତି । ସେ ଗେଟ୍ସ ଫାଉଣ୍ଡେସନ୍ ସହାୟତାରେ ବିଭିନ୍ନ ବିଭାଗରେ ଚାଲିଥିବା ଯୋଜନାର ସମୀକ୍ଷା କରିଛନ୍ତି ।

ଏହି ଅବସରରେ କୃଷି ଭବନ ବୁଲି ଦେଖିଛନ୍ତି ବିଲ୍ ଗେଟ୍ସ । ଏଥିସହ କୃଷି ବିଭାଗ ଅଧୀନରେ ଥିବା ବିଭିନ୍ନ ଯୋଜନାର ମଧ୍ୟ ଅନୁଧ୍ୟାନ କରିଛନ୍ତି । ବୈଷୟିକ ପ୍ରଣାଳୀରେ ଚାଷୀଙ୍କ ଉନ୍ନତି ନେଇ ଆଲୋଚନା କରିଛନ୍ତି । ସୂଚନାଯୋଗ୍ୟଯେ, କୃଷି ବିଭାଗର ପରାମର୍ଶଦାତା ଅଛନ୍ତି ବିଲ୍ ଗେଟ୍ସ ।
କୃଷି ସମୀକ୍ଷା କେନ୍ଦ୍ର ଗେଟ୍ସ ଫାଉଣ୍ଡେସନ୍ ସହାୟତାରେ ରାଜ୍ୟରେ କାର୍ଯ୍ୟ କରୁଛି । ସମନ୍ୱିତ ଚାଷ ପାଇଁ ଉନ୍ନତ ଜ୍ଞାନ କୌଶଳ ବାବଦରେ ସୂଚନା ଦେଉଛି ଏହି କେନ୍ଦ୍ର । ଚାଷ ସମ୍ବନ୍ଧୀୟ ସମସ୍ୟା ବାବଦରେ ଏହି କେନ୍ଦ୍ର ଚାଷୀଙ୍କୁ ସହାୟତା ଯୋଗାଉଛି । ଗେଟ୍ସ ଫାଉଣ୍ଡେସନ୍ ସହଯୋଗରେ ରାଜ୍ୟରେ ଚାଲିଥିବା ସମସ୍ତ ପ୍ରକଳ୍ପ କିପରି କାର୍ଯ୍ୟକାରୀ ହେଉଛି ତାହାର ସମୀକ୍ଷା କରିବା ପାଇଁ କୃଷି ଭବନରେ ପହଞ୍ଚିଛନ୍ତି ବିଲ ଗେଟ୍ସ ।
ଏହା ପୂର୍ବରୁ ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲ୍ ଗେଟସ୍ ବସ୍ତି ବୁଲି୍ଥିଲେ । ବସ୍ତିବାସିନ୍ଦାଙ୍କ ଜୀବନଶୈଳୀ ବୁଝିବା ସହ ସେ ଲୋକଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏହି ଗସ୍ତ ସମୟରେ ବିଲ୍ ଗେଟସ୍ ରାଜ୍ୟର ଚାଷୀ ଓ କୃଷି ଉଦ୍ୟୋଗୀଙ୍କୁ ମଧ୍ୟ ଭେଟିବେ ବୋଲି ଜଣାପଡ଼ିଛି । ରାଜ୍ୟର କିଛି ମହିଳା ଚାଷୀ ଓ ଉଦ୍ୟୋଗୀଙ୍କୁ ବିଲ୍ ଗେଟସ୍ ଏହି ସମୟରେ ଭେଟି ସେମାନଙ୍କର ମତାମତ ନେବେ ବୋଲି ସୂଚନା ମିଳିଛି ।
ଆଜି ସେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।












Click it and Unblock the Notifications