Get Updates
Get notified of breaking news, exclusive insights, and must-see stories!

'ବିଜୁ ବାବୁଙ୍କ ଆଦର୍ଶ ଓ ଚିନ୍ତାରେ ପରିପ୍ରକାଶ ହେଉଛି, ଆହୁରି ବହୁ ବାଟ ଯିବାକୁ ଅଛି'

ମା ଯେବେ ପଞ୍ଚାୟତ ଘରେ ବସି ବିକାଶ କଥା ଚିନ୍ତା କରୁଛି, ମିଶନ ଶକ୍ତି ମା ଯେବେ ଋଣ ଆଣି ବେପାର କରି ତା ପରିବାର ସମୃଦ୍ଧି ଆଣିଛି, ସେଠାରେ ବିକାଶର ଚିତ୍ର ଉଜ୍ଜ୍ୱଳ ଦିଶୁଛି ।

ଭୁବନେଶ୍ୱର : ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ପ୍ରବାଗ ପୁରୁଷ ବିଜୁ ପଟ୍ଟନାୟକଙ୍କ 105 ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧିତ କରି କହିଛନ୍ତି, 'ବିଜୁ ପରିବାରର ସବୁ ସଭ୍ୟଙ୍କୁ ନମସ୍କାର । ମହାନ ଜଣନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଓଡ଼ିଶାର ଅତୀତ ଗୌରବ ଫେରାଇ ଶିଖରରେ ପହଞ୍ଚାଇବାକୁ ବିଜୁ ବାବୁ କାମ କରୁଥିଲେ । ସେବା ଓ ସ୍ୱାଭିମାନ ଥିଲା ତାଙ୍କ ଲକ୍ଷ୍ୟ । ଯାହା ବିଜେଡିର ଲକ୍ଷ୍ୟ । ତେଣୁ ଓଡ଼ିଶାବାସୀଙ୍କ ପ୍ରିୟ ଦଳ ଅଛି ଓ ରହିବ । ଗାଁ କଚା ଘର ପକା ହେଉଛି, ପାଣି, ବିଜୁଳି ରେ ଘର ଉଜ୍ଜ୍ୱଳ ଦିଶୁଛି । ସେତେବେଳେ ତା ମୁହଁରେ ହସ ଆସୁଛି । ଏହା ଆମ ପାଇଁ ବଡ଼ ପୁରସ୍କାର ।'

bjd

ନବୀନ ଆହୁରି ମଧ୍ୟ କହିଛନ୍ତି, 'ମା ଯେବେ ପଞ୍ଚାୟତ ଘରେ ବସି ବିକାଶ କଥା ଚିନ୍ତା କରୁଛି, ମିଶନ ଶକ୍ତି ମା ଯେବେ ଋଣ ଆଣି ବେପାର କରି ତା ପରିବାର ସମୃଦ୍ଧି ଆଣିଛି, ସେଠାରେ ବିକାଶର ଚିତ୍ର ଉଜ୍ଜ୍ୱଳ ଦିଶୁଛି । ସରକାରୀ ସ୍କୁଲ ପିଲାଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂରେ ସୁଯୋଗ ସୃଷ୍ଟି ହେଉଛି । ଯୁବ ସମାଜ ସ୍ୱପ୍ନ ସାକାର ହେଉଛି । ବିଜୁ ବାବୁଙ୍କ ଆଦର୍ଶ ଓ ଚିନ୍ତାରେପରିପ୍ରକାଶ ହେଉଛି । ଆହୁରି ବାଟ ଆଗକୁ ଯିବାକୁ ଅଛି । ହେଲେ ଆହୁରି ଅଧିକ କାମ କରିବାକୁ ହେବ । ଆସନ୍ତୁ ମିଳିମିଶି ତାଙ୍କ ମାର୍ଗରେ ସେବା କରିବାକୁ ସଂକଳ୍ପ ନେବା । ଓଡ଼ିଶା ସ୍ୱାଭିମାନ ପାଇଁ କାମ କରିବା ।'

ଯେଉଁ ସ୍ୱପ୍ନ ବିଜୁ ବାବୁ ଦେଖିଥିଲେ ତାହା ଆମ ନେତାଙ୍କୁ ଶୋଇବାକୁ ଦେଉନାହିଁ : ପ୍ରଣବ ପ୍ରକାଶ ଦାସ

ଏହି ବିଜେଡି ପ୍ଲାଟଫର୍ମ ଯାହା ବିଜୁ ବାବୁ ଓ ନବୀନଙ୍କ ଆଦର୍ଶରେ ଗଠିତ ହୋଇଛି, ପର ପିଢ଼ି ପାଇଁ ଆହୁରି ଅଧିକ ସୁସଙ୍ଗଠିତ କରିବା ଆମର ଗୁରୁ ଦାୟିତ୍ୱ । ସ୍ବାର୍ଥକୁ ବଳିଦାନ ଦେବା । ଆମ ନେତାଙ୍କ କଥା କମ୍ କାମ ବେଶି ବୋଲି ବିଜୁ ଜୟନ୍ତୀ ଅବସରରେ କହିଛନ୍ତି ବିଜେଡ଼ି ଦଳର ସାଙ୍ଗଠନିକ ସମ୍ପାଗର ପ୍ରଣବ ପ୍ରକାଶ ଦାସ ।

ବିଜୁ ଜୟନ୍ତୀ ଅବସରରେ ସେ ଆହୁରି ମଧ୍ୟ କହିଛନ୍ତି, 'ବିଜୁ ବାବୁଙ୍କ ଇଚ୍ଛା ଥିଲା ଏ ରାଜ୍ୟକୁ ଏକ ଅଗ୍ରଣୀ ରାଜ୍ୟ କରିବାକୁ । କେବଳ ଭାରତ ନୁହେଁ ସମଗ୍ର ଏସିଆ ମହାଦେଶରେ ଅଗ୍ରଣୀ କରିବାର ତାଙ୍କ ଇଚ୍ଛା ଥିଲା । ଏ ଜାତିକୁ ଆଗକୁ ନେବା ପାଇଁ ସେ ନିଜ ଯୌବନ ଓ ତାଙ୍କ ଜୀବନର ସମସ୍ତ ଜମା ପୁଞ୍ଜିକୁ ଖଟାଇଥିଲେ । ଏବଂ ଏଥିରେ ସେ ଅନେକ ମାତ୍ରାରେ ସଫଳ ମଧ୍ୟ ହୋଇଛନ୍ତି । ତାଙ୍କ ଅବର୍ତ୍ତମାନରେ ତାଙ୍କ ସୁପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିକାଶ କାର୍ଯ୍ୟର ମଙ୍ଗ ଧରିଛନ୍ତି । ଏ ଜାତିକୁ ଆଗକୁ ନେବାର ଯେଉଁ ସ୍ୱପ୍ନ ବିଜୁ ବାବୁ ଦେଖିଥିଲେ ତାହା ଆମ ନେତାଙ୍କୁ ଶୋଇବାକୁ ଦେଉନାହିଁ ।' ସମସ୍ତେ ନବାନ ଆଦର୍ଶରେ କାମ କରୁଛନ୍ତି । ଆଞ୍ଚଳିକ ଦଳ ଗଠନ ହୋଇଥି ବୋଲି ରାଜ୍ୟର ସ୍ୱାର୍ଥ ରକ୍ଷା ହେବା ସହ ଓଡ଼ିଶା ଆଗେଇ ପାରୁଛି । ମିଶନ ଶକ୍ତି କେସ୍ ଷ୍ଡି ସାରା ବିଶ୍ୱ ପାଇଁ ବୋଲି କହିଛନ୍ତି ପ୍ରଣବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+