ବିଜୁ ଯୁବ ଜନତା ଦଳର ରକ୍ତଦାନ ଶିବିର ଉଦଯାପିତ : ସଂଗ୍ରହ ହେଲା ରେକର୍ଡ ସଂଖ୍ୟକ 630 ୟୁନିଟ ରକ୍ତ
ମାନ୍ୟବର ମୂଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ରକ୍ତ ଭଣ୍ଡାର ରେ ରକ୍ତ ଅଭାବ କୁ ଦୃଷ୍ଟିରେ ରଖି ଓଡିଶା ମୋ ପରିବାର ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା ।
ଭୁବନେଶ୍ୱର : ବିଜୁ ଯୁବ ଜନତା ଦଳ ପକ୍ଷରୁ ଆୟୋଜିତ ଆଠଦିନିଆ ରକ୍ତଦାନ ଶିବିର ଆଜି ଉଦଯାପିତ ହୋଇଯାଇଛି । ମାନ୍ୟବର ମୂଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ରକ୍ତ ଭଣ୍ଡାର ରେ ରକ୍ତ ଅଭାବ କୁ ଦୃଷ୍ଟିରେ ରଖି ଓଡିଶା ମୋ ପରିବାର ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା ।

ଏହି ଉଦଯାପନୀ ରକ୍ତଦାନ ଶିବିର କୁ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ପ୍ରଣବ କୁମାର ବଳବନ୍ତରାୟ ଉଦଘାଟନ କରିଥିଲେ । ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଡ଼ଃ ବ୍ୟୋମକେଶ ରାୟ ଙ୍କ ତତ୍ତ୍ଵବଧାନରେ ଯୁବ ବିଜେଡ଼ି ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀ ବୈକୁଣ୍ଠ ନାୟକ ଏବଂ ରାଜ୍ୟ ଉପସଭାପତି ଶ୍ରୀ ସୁନିଲ୍ ମହାନ୍ତି ଙ୍କ ନେତୃତ୍ବ ରେ ଅନୁଷ୍ଠିତ 8 ଦିନ ଧରି ରାଜ୍ୟବ୍ୟାପି ଚାଲିଥିବା ରକ୍ତଦାନ ଶିବିରରୁ ମୋଟ 630 ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ରକ୍ତଦାନ ଶିବିରରେ ଅଧିକରୁ ଅଧିକ ଲୋକ ଆଗ୍ରହ ସହକାରେ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା ।
ଆଜିର ଅଷ୍ଟମ ଦିବସ ରକ୍ତଦାନ ଶିବିରରେ 105 ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ଏହି ରକ୍ତଦାନ ଶିବିରରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓଡିଶା ମୋ ପରିବାର ଆବାହକ ଅରୂପ ପଟ୍ଟନାୟକ, ମାନ୍ୟବର ବିଧାୟକ ପ୍ରୀତି ରଞ୍ଜନ ଘଡ଼ାଇ, ମାନ୍ୟବର ବିଧାୟକ ସୁଶାନ୍ତ ରାଉତ, ଜିଲ୍ଲା ସଭାପତି ବିନୟ ଟପ୍ପୋ , ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ଅଧକ୍ଷ ଚିନ୍ମୟ ସହୂ, ବିଜେଡି ଯୁବ ନେତା ରୁଦ୍ର ମହାରଥି, ବିଜେଡି ସମ୍ପାଦକ ରୁଦ୍ର ସାମନ୍ତରାୟ ସୁନ୍ଦରଗଡ଼ ପ୍ରମୂଖ ଅତିଥି ଗଣ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।
ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିବା ବିଜେଡି ସାଙ୍ଗଠନିକ ସଂପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ସମ୍ମାନିତଅତିଥି ଗଣ, ରକ୍ତଦାନ ଶିବିର ଆୟୋଜନ କରିଥିବା ଯୁବ ବିଜେଡ଼ିର ସମସ୍ତ ରାଜ୍ୟ କାର୍ଯ୍ୟକର୍ତ୍ତା ମାନଙ୍କୁ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଡ଼ଃ ବ୍ୟୋମକେଶ ରାୟ ଧନ୍ୟବାଦ୍ ପ୍ରଦାନ କରିଛନ୍ତି ଏବଂ ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି କହିଛନ୍ତି ।
ଏହି ପରିପ୍ରେକ୍ଷୀରେ ଯୁବ ଜନତା ଦଳର ରାଜ୍ୟ ମହା ସଚିବ ଏଲିନା ଦାସ, ରାଜ୍ୟ ବରିଷ୍ଠ ଉପସଭାପତି ଧୃତିରଞ୍ଜନ ମାର୍ଥା,ଜ୍ୟୋସ୍ନାମୟୀ ପରିଡ଼ା, ଉପସଭାପତି ସୋଫିଆ ଆଲାମ, ରାଜ୍ୟ ସାଧାରଣ ସମ୍ପାଦକ , ଆଶିଷ ରଞ୍ଜନ ମିଶ୍ର, ତାରିଣୀ ପ୍ରସାଦ ନାୟକ, ଶ୍ରୀ ଶୁଭ୍ରଜିତ୍ ପାଢୀ , ସମ୍ପାଦକ ଲଗ୍ନାଦୀପ ମିଶ୍ର, ଅପର୍ଣ୍ଣା ଦାସ, ଦୀପକ ସହୂ, ଶିବାନୀ ସହୂ, ଯୁଗ୍ମ ଦୀପକ କୁମାର ମହାପାତ୍ର, ଅମରଜୀତ ଗୌଡ଼, ସୌମ୍ୟରଂଜନ ତ୍ରିପାଠୀ, ରାଜ୍ୟ ଛାତ୍ର ବରିଷ୍ଠ ଉପସଭାପତି ସ୍ଵାଗତିକ ମହାନ୍ତି, ରାଜ୍ୟ ଛାତ୍ର ସମ୍ପାଦକ ସିଵାଜ ନାୟକ, ମୁକେଶ ପୁରୋହିତ, ସୁବ୍ରତ ନାୟକ, ଜ୍ୟୋତିରଞ୍ଜନ ନାୟକ, ତାପସ ପଣ୍ଡା, ରୋଶନ ସାହୁ, ରଞ୍ଜନ ସିଂ, ରବି ଯଇସବଲ ପ୍ରମୁଖ ଯୋଗଦେଇଥିଲେ ।












Click it and Unblock the Notifications