ମମତାଙ୍କ ପରେ ଓଡ଼ିଶା ଆସିବେ ନୀତିଶ, ମୁଖ୍ୟମନ୍ତ୍ରୀଙ୍କୁ କରିପାରନ୍ତି ସାକ୍ଷାତ

ଭୁବନେଶ୍ୱର : ରାଜ୍ୟ ରାଜ୍ୟ ଗସ୍ତ କରି ବିଜେପି ବିରୋଧୀ ଦଳ ନେତାଙ୍କୁ ଭେଟୁଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓଡ଼ିଶା ଗସ୍ତରେ ଆସିବେ । ଏହି ସମୟରେ ନୀତିଶ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିପାରନ୍ତି । ତେବେ ଯଦି ଉଭୟଙ୍କ ସାକ୍ଷାତ ହୁଏ ତେବେ କଣ ଆଲୋଚନା ହେବ ତାହା ଉପରେ ରହିଛି ସମସ୍ତଙ୍କ ନଜର । ଆସନ୍ତା 5 ତାରିଖ ଅର୍ଥାତ୍ ଶୁକ୍ରବାର ଦିନ ନୀତିଶ ଓଡ଼ିଶା ଆସିପାରନ୍ତି ବୋଲି ମିଡ଼ିଆ ରିପୋର୍ଟରେ ପ୍ରକାଶ ପାଇଛି ।
ଆପଣଙ୍କୁ କହି ରଖୁଛୁ ନୀତିଶ କୁମାର ବିଜେପିକୁ ମାତ୍ ଦେବା ପାଇଁ ସମସ୍ତ ବିରୋଧୀ ଦଳ ନେତାଙ୍କୁ ଭେଟୁଛନ୍ତି । ଏହା ପୂର୍ବରୁ ସେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖାଡ଼ଗେ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଭେଟିସାରିଛନ୍ତି । ଏହା ପରେ ନବୀନଙ୍କୁ ଭେଟିବାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର୍ ଧରିଛି ।
ଏହାର କିଛି ଦିନ ପୂର୍ବରୁ ଟିଏମସି ମୁଖ୍ୟ ତଥା ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶା ଗସ୍ତରେ ଥିବାବେଳେ ନବୀନ ପଟ୍ଟନାୟକଙ୍କୁ ସକ୍ଷାତ କରିଥିଲେ । ସେତେବେଳେ ତୃତୀୟ ସାମ୍ମୁଖ୍ୟକୁ ନେଇ ଏହି ସାକ୍ଷାତ ବୋଲି ଆଲୋଚନା ହେଉଥିବା ବେଳେ ଏହାକୁ ସୌଜନ୍ୟମୂଳକ ସାକ୍ଷାତକାର ବୋଲି କହିଥିଲେ ଉଭୟ ନେତା ।












Click it and Unblock the Notifications