ନିର୍ବାଚନ ଆଗରୁ ଓଏଏସ୍ ସ୍ତରରେ ବଡ଼ ଅଦଳବଦଳ

ଭୁବନେଶ୍ୱର: ଆଗକୁ ଅଛି ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ରାଜ୍ୟ ସରକାର ଅନେକ ପରିବର୍ତ୍ତନ କରୁଛନ୍ତି । ଆଇଏସ୍-ଆପିଏସ୍ ପରେ ବର୍ତ୍ତମାନ ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । 25 ଓଏଏସ୍ ଅଫିସରଙ୍କ ବଦଳି ହୋଇଛି । ଏହି ସମସ୍ତ ଅଫିସରଙ୍କୁ ବିଭିନ୍ନ ସ୍ଥାନରେ ବିଡିଓ ଓ ତହସିଲଦାର ଭାବେ ଅବସ୍ଥାପିତ କରାଯାଇଛି ।

ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଓଏଏସ୍ ଅଫିସର ବେରସିୟସ ଡୁଙ୍ଗଡୁଙ୍ଗଙ୍କୁ ବରଗଡ଼ ବିଡ଼ିଓ ଭାବେ ବଦଳି ହୋଇଛି । ସେହିପରି ଶଙ୍କର କୁମାର ପାତ୍ରଙ୍କୁ ଲାଞ୍ଜିଗଡ଼ ବିଡିଓ, ସୁଧୀର କୁମାର ନନ୍ଦଙ୍କୁ ବରଗଡ଼ ତହସିଲଦାର, ସଦାକର କୁମ୍ଭାରଙ୍କୁ ଗୋଲମୁଣ୍ଡା ତହସିଲଦାର, ଅଶୋକ ପଟ୍ଟନାୟକଙ୍କୁ ପାତ୍ରପୁର ତହସିଲଦାର, ଚିନ୍ମୟ ମହାନନ୍ଦାଙ୍କୁ ରାୟଗଡ଼ା ଡେପୁଟି କଲେକ୍ଟର, ସ୍ମୃତିରେଖା ଦାସଙ୍କୁ ଇଡକୋ ଅତିରିକ୍ତ ଲ୍ୟାଣ୍ଡ ଅଫିସର ଭାବେ ବଦଳି ହୋଇଛି ।

OAS

ଏହି ତାଲିକା ଅନୁଯାୟୀ ଧନଞ୍ଜୟ ମହାନ୍ତିଙ୍କୁ ଦାନଗଦି ତହସିଲଦାର, ସଞ୍ଜୟ କୁମାର ପଣ୍ଡାଙ୍କୁ ପରଜଙ୍ଗ ବିଡିଓ, ଜିତେନ୍ଦ୍ର ମୁର୍ମୁଙ୍କୁ ଜଳେଶ୍ୱର ତହସିଲଦାର, ଦୀପ୍ତିମୟୀ ପାତ୍ରଙ୍କୁ ପଦ୍ମପୁର ତହସିଲଦାର, ଜୟକୃଷ୍ଣ ପାତ୍ରଙ୍କୁ ଅନୁଗୁଳ ଉପଜିଲ୍ଲାପାଳ, ମନ୍ମଥ କୁମାର ନାୟକଙ୍କୁ ଭଞ୍ଜନଗର ବିଡିଓ,ଅଙ୍କିତା ବାରିକଙ୍କୁ ଯାଜପୁର ଡେପୁଟି କଲେକ୍ଟର, ଜ୍ଞାନରଞ୍ଜନ ମାଝୀଙ୍କୁ ବେଲପାହାଡ଼ ତହସିଲଦାର, ସାରା ହେମ୍ବ୍ରମଙ୍କୁ ବନ୍ତ ତହସିଲଦାର, ବନବିହାରୀ ହରପାଲଙ୍କୁ ତୁମୁଡ଼ିବନ୍ଧ ବିଡିଓ, ପ୍ରମୋଦ କୁମାର ନାୟକଙ୍କୁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ସନ୍ଧ୍ୟା ସମର୍ଥଙ୍କୁ ବୋରିଗୁମ୍ମା ବିଡିଓ, ପ୍ରଦୀପ କୁମାର କରଙ୍କୁ କାଲିମେଳା ବିଡିଓ, ଯସ୍ମିନ କୁମାର ପ୍ରଧାନଙ୍କୁ ଗୁମ୍ମା ବିଡିଓ, ଶରତ କୁମାର ପାତ୍ରଙ୍କୁ କାଶୀନଗର ବିଡିଓ, ବିକ୍ରମ କୁମାର ଦୋରାଙ୍କୁ ବଲାଙ୍ଗିର ତହସିଲଦାର, ବସନ୍ତ କୁମାର ହାତୀଙ୍କୁ ଲଖନପୁର ତହସିଲଦାର ଓ ସମ୍ବିତ ସଂଗ୍ରାମଜିତ୍ ସାହୁଙ୍କୁ ପର୍ଯ୍ୟଟନ ବିଭାଗର ଓଏସଡି ଭାବେ ବଦଳି ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+