Get Updates
Get notified of breaking news, exclusive insights, and must-see stories!

ଭୁବନେଶ୍ୱରରୁ ଗୌହାଟି ଦେଢ ଘଣ୍ଟା, ଆଜି ଠୁ ଆରମ୍ଭ ହେବ ବିମାନ ସେବା

ଭୁବନେଶ୍ୱର: ଦେଢ ଘଣ୍ଟାରେ ଭୁବନେଶ୍ୱରରୁ ଗୌହାଟି ପହଞ୍ଚିବେ । ଓଡ଼ିଶାରୁ ଗୌହାଟୀ ସିଧାସଳଖ ଉଡ଼ିବ ବିମାନ । ଆଜିଠାରୁ ଆରମ୍ଭ ହେବ ଏହି ସେବା । ଏହାସହ ଉତ୍ତର-ପୂର୍ବ ରାଜ୍ୟ ସହ ଯୋଡ଼ି ହେବ ଓଡ଼ିଶା ।

ପ୍ରତିଦିନ ଅପରାହ୍ନ 1.28 ରେ ଭୁବନେଶ୍ୱର ଛାଡ଼ି 2.55 ରେ ଗୌହାଟି ପହଞ୍ଚିବ । ଏହା ପରେ ଅପରାହ୍ନ 3.50 ରେ ଗୌହାଟି ରୁ ବିମାନ ଉଡ଼ାଣ ଭରି ସନ୍ଧ୍ୟା 5.20 ରେ ରେ ଭୁବନେଶ୍ୱର ପହଞ୍ଚିବ ।

flight

ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଦୈନିକ ଚାଲିବ ବିମାନ । ସପ୍ତାହର ସବୁଦିନ ସେବା ଯୋଗାଇବ ଇଣ୍ଡିଗୋ । ଏହା ପରେ ଆଗକୁ ଜମ୍ମୁ, ଚଣ୍ଡିଗଡ ଓ ସୁରଟକୁ ସିଧାସଳଖ ଉଡିପାରେ ବିମାନ । ଯାତ୍ରୀଙ୍କ ଆବଶ୍ୟକତାକୁ ଦେଖି ଏୟାରପୋର୍ଟ କର୍ତ୍ତୃପକ୍ଷ ନେବେ ନିଷ୍ପତ୍ତି । ଯାତ୍ରୀଙ୍କ ଭିଡକୁ ଦେଖି ଯୋଜନା କରୁଛନ୍ତି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର କର୍ତ୍ତୃପକ୍ଷ ।

ପୂର୍ବରୁ ଓଡ଼ିଶା ସହ ଯୋଡି ହୋଇଛି 20 ଟି ଡେଷ୍ଟିନେସନ । ଦୈନିକ 13 ହଜାରରୁ ଅଧିକ ଯାତ୍ରୀ ଯାତାୟତ କରୁଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+