Get Updates
Get notified of breaking news, exclusive insights, and must-see stories!

ଭୁବନେଶ୍ୱରରେ ହେବ ଆଉ ଦୁଇ ଫୁଟ୍ ଓଭର ବ୍ରିଜ୍

ଭୁବନେଶ୍ୱର: ରାଜଧାନୀକୁ ମିଳିବ ଦୁଇଟି ନୂଆ ଫୁଟ୍ ଓଭର ବ୍ରିଜ୍ । ଗୋଟିଏ ସତସଙ୍ଗ ବିହାର ଓ ଅନ୍ୟଟି ପଳାଶୁଣୀରେ ହେବ । ଏହା ସହିତ ପଳାଶୁଣୀ ଠାରେ ଚାଲିଥିବା ଫ୍ଲାଏ ଓଭର ବ୍ରିଜ ଚଳିତ ବର୍ଷ ଡିସେମ୍ବର 31 ସୁଦ୍ଧା ଶେଷ ହେବ । ସେହିପରି ସତସଙ୍ଗ ବିହାରଠାରେ ଥିବା ଫ୍ଲାଏ ଓଭର ବ୍ରିଜ ନିର୍ମାଣ କାମ ଅଗଷ୍ଟ ପହିଲାକୁ ଆରମ୍ଭ ହେବ ।

foot over bridge

ଅତ୍ୟଧିକ ଯାନବାହାନ ଚଳାଚଳ କରୁଥିବା ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଏହି ଦୁଇଟି ଫ୍ଲାଏ ଓଭର ବ୍ରିଜ ନିର୍ମାଣ କରାଯାଉଛି । ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ ପଳାଶୁଣୀ ଫ୍ଲାଏ ଓଭର ବ୍ରିଜ ନିର୍ମାଣରେ ବିଳମ୍ବ ହେଉଥିଲେ ହେଁ ଏବେ ସମସ୍ୟା ଦୂର ହୋଇଛି ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ ।

ଏହା ସହିତ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ କରୁଥିବା ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରେ 6462 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଗାଡି ଯିବା ପାଇଁ 30 ଟି ବାଇପାସ, 9ଟି ଫ୍ଲାଏ ଓଭର ବ୍ରିଜ, 4 ଟି ଫୁଟ ଓଭର ବ୍ରିଜ ଏବଂ କ୍ୟାପିଟାଲ ରିଜିଅନ୍ ରିଂ ରୋଡ୍ ରହିଛି ।

ମୁଁ ବ୍ୟକ୍ତିଗତ ଭାବେ ସମସ୍ତ ପ୍ରକଳ୍ପର ଅଗ୍ରଗତିକୁ ଅନୁଧ୍ୟାନ କରୁଛି, ଯାହାଫଳରେ ଗୁଣାତ୍ମକ ଏବଂ ନିର୍ଦ୍ଧାରିତ ସମୟରେ କାମ ଶେଷ ହୋଇପାରିବ ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେ କହିଥିଲେ ଯେ ଏହି ପ୍ରକଳ୍ପଗୁଡ଼ିକ ଭୁବନେଶ୍ୱରର ଭିତ୍ତିଭୂମିରେ ଉନ୍ନତି ଆଣିବ ଏବଂ ଏହାକୁ ଏକ ସୁରକ୍ଷିତ ଏବଂ ଅଧିକ ବାସଯୋଗ୍ୟ ସହରରେ ପରିଣତ କରିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+