ବିନା ସ୍ଲଟ ବୁକିଂରେ କେବଳ ରାଜଧାନୀବାସୀଙ୍କୁ ମିଳିବ ଟିକା

ଆସନ୍ତା ଗୋଟିଏ ସପ୍ରାହ ପାଇଁ କରାଯାଇଥିବା ଯୋଜନା 12 ତାରିଖରୁ 17 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ 15ଟି କେନ୍ଦ୍ରରେ ବିନା ସ୍ଲଟ ବୁକିଂରେ ଟିକା ଦିଆଯାଉଛି ।

ଭୁବନେଶ୍ୱର : କିଛିଦିନ ହେବ ରାଜଧାନୀରେ ବିନା ସ୍ଲଟେ ବୁକିଂରେ ପ୍ରଥମ ଡୋଜ୍ ଟୀକାକରଣ ଆରମ୍ଭ ହୋଇଛି । ରାଜଧାନୀରେ ବିନା ସ୍ଲଟରେ ଟିକା ଦିଆଯାଉଥିବାରୁ ଆଖପାଖ ଜିଲ୍ଲାବାସୀ ଏଠାରେ ଟିକା ନେଇଯାଉଛନ୍ତି । ଫଳରେ ଜୁଲାଇ ଶେଷ ସୁଦ୍ଧା ଟୀକୈାକରଣ ସାରିବାର ଲକ୍ଷ୍ୟରେ ବିଳମ୍ବ ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ କେବଳ ରାଜଧୀନୀବାସୀଙ୍କୁ ବିନା ସ୍ଲଟରେ ଟିକା ଦିଆଯିବା ନେଇ ନିଷ୍ପତ୍ତି ନେଇଛି ।

corona-virus

ଆସନ୍ତା ଗୋଟିଏ ସପ୍ରାହ ପାଇଁ କରାଯାଇଥିବା ଯୋଜନା 12 ତାରିଖରୁ 17 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ 15ଟି କେନ୍ଦ୍ରରେ ବିନା ସ୍ଲଟ ବୁକିଂରେ ଟିକା ଦିଆଯାଉଛି ।

ବିଏମସି ପକ୍ଷରୁ ଦୁଇଟି ସିଫ୍ଟରେ ଟୀକାକରଣ କରାଯାଉଛି । ସକାଳ 9 ଟାରୁ 1 ଟା ଏବଂ ଅପରାହ୍ନ 3 ଟାରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ଟିକାଦାନ ହେଉଛି । ନୂଆ ନିୟମ ଅନୁଯାୟୀ ଭୁବନେଶ୍ୱର ବାସୀଙ୍କୁ ନିଜର ପ୍ରମାଣ ପତ୍ର ଦେଖାଇବାକୁ ବାଧ୍ୟତାମୂଳକ କରାଯାଇଛି । ବିଶେଷ କରି ରେସିଡେଣ୍ଟ ପ୍ରମାଣପତ୍ରକୁ ଗୁରୁତ୍ୱ ଦିଆଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+