ଘଡ଼ଘଡ଼ି ବିଜୁଳିରେ ଖସି ପଡ଼ିଲା ରାମେଶ୍ୱର ମନ୍ଦିର ଦଧିନଉତି
ଭୁବନେଶ୍ୱର: ରାଜଧାନୀର ମାଉସୀ ମା ଛକରେ ଥିବା ରାମେଶ୍ୱର ମନ୍ଦିରର ଦଧିନଉତି ଖସି ପଡ଼ିଛି । ଘଡ଼ଘଡ଼ି ଓ ବିଜୁଳି ମାରିବାରୁ 60 ଫୁଟ ତଳକୁ ଖସି ପଡ଼ିଛି ଦଧିନଉତି । ମିଳିଥିବା ସୂଚନା ଅନୁସାରେ, ଦିନ ପ୍ରାୟ 10.10 ମିନିଟ୍ ସମୟରେ ରାମେଶ୍ୱର ମନ୍ଦିରର ଦଧିନଉତି ତଳକୁ ଖସି ପଡ଼ିଥିଲା ।

ମନ୍ଦିରରେ ଥିବା ବ୍ରାହ୍ମଣ ଓ ପୂଜା କରିବାକୁ ଆସିଥିବା ଲୋକମାନେ ଏନେଇ ଭୟଭୀତ ହୋଇ ଯାଇଥିଲେ । ଟେକ୍ନିକାଲ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ମନ୍ଦିରରେ କୌଣସି ଫାଟ ଥାଇପରେ ବୋଲି ଅନୁମାନ କରାଯାଉଛି । ବର୍ଷା ଛାଡ଼ିବା ପରେ ମନ୍ଦିରର କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଅଧିକାରୀ କହିଛନ୍ତି ।












Click it and Unblock the Notifications