Get Updates
Get notified of breaking news, exclusive insights, and must-see stories!

ଭୁବନେଶ୍ୱର-ଦିଲ୍ଲୀ ବିମାନରେ ଯାନ୍ତ୍ରିକ ତ୍ରୁଟି, ମଝି ଆକାଶରୁ ମାରିଲା ୟୁ-ଟର୍ଣ୍ଣ

ଭୁବନେଶ୍ୱର: ମଝି ଆକାଶରୁ ୟୁ ଟର୍ଣ୍ଣ ମାରିଲା ଭୁବନେଶ୍ୱର-ଦିଲ୍ଲୀ ବିମାନ । ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ହଠାତ୍ ବିମାନଟି ଜରୁରୀକାଳୀନ ଅବତରଣ କରିଛି । ଆଜି ସକାଳ 7 ଟା 50 ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଇଣ୍ଡିଗୋର 6E 2065 ବିମାନ ଉଡ଼ାଣ ଭରିଥିଲା ।

Indigo

ଉଡ଼ାଣ କରିବାର 20 ରୁ 25 ମିନିଟ୍‌ ଭିତରେ ‌ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଏଥିପାଇଁ ପାଇଲଟ୍ ବିମାନଟିକୁ ଭୁବନେଶ୍ୱର ବିମାନ ବନ୍ଦରକୁ ପୁଣି ଫେରାଇ ଆଣିଥିଲେ । ଏହାସହ ଯାତ୍ରୀମାନଙ୍କୁ ବିମାନରୁ ଉହ୍ଲାଇଯିବାକୁ କୁ଼ହାଯାଇଥିଲା । ବିମାନର ବାମ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ହୋଇଥିବା ସୂଚନା ଦେଇଥିଲେ ପାଇଲଟ୍ ।
ବିମାନଟି ଆଉ ଉଡ଼ାଣ କରିବ ନାହିଁ ବୋଲି ସୂଚନା ମିଳିଛି । ଯାତ୍ରୀମାନେ କିପରି ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିବେ ଓ ଇଣ୍ଡିଗୋ ପକ୍ଷରୁ ଏନେଇ କ'ଣ ବ୍ୟବସ୍ଥା କରାଯାଉଛି ତାହା ମଧ୍ୟ ଜଣାପଡ଼ି ନାହିଁ । ଯାହାକୁ ନେଇ ଚିନ୍ତାରେ ରହିଛନ୍ତି ଯାତ୍ରୀ । ବିମାନଟି 180 ଜଣ ଯାତ୍ରୀଙ୍କୁ ନେଇ ଭୁନେଶ୍ୱରରୁ ନୂଆଦିଲ୍ଲୀକୁ ଉଡାଣ କରିଥିଲା । ବିମାନରେ ପକ୍ଷୀମାଡ଼ ହେବାଯୋଗୁଁ ଏପରି ସମସ୍ୟା ଦେଖାଯାଇଥିବା ସୂଚନା ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+