Get Updates
Get notified of breaking news, exclusive insights, and must-see stories!

ତ୍ରିଶୁଳିଆ ନୁହଁ କଟକ ବସ୍ ଟର୍ମିନାଲ ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ

ଭୁବନେଶ୍ୱର: କେବଳ ତ୍ରିଶୁଳିଆ ପର୍ଯ୍ୟନ୍ତ ନୁହଁ କଟକ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ । ଏ ନେଇ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ରୂପରେଖରେ ପରିବର୍ତ୍ତନ ହୋଇଛି । ନୂଆବର୍ଷରେ ଏ ସମ୍ପ୍ରସାରିତ ପ୍ରକଳ୍ପର ଶିଳାନ୍ୟାସ ହେବ ।

ପୂର୍ବରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ଗଡ଼ିବା ନେଇ ପ୍ରକଳ୍ପ କରାଯାଇଥିଲା । ବର୍ତ୍ତମାନ ଏହାକୁ କଟକ ନେତାଜୀ ବସ୍ ଟର୍ମିନାଲ ଯାଏଁ ସମ୍ପ୍ରସାରିତ କରାଯିବ । ଏ ନେଇ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପରେ ସଂଶୋଧନ କରୁଛନ୍ତି ରାଜ୍ୟ ସରକାର । ଏହି ପଦକ୍ଷେପ ସ୍ୱରୂପ ତ୍ରିଶୁଳିଆ ଓ କଟକର ଜୁଡିସିଆଲ ଏକାଡେମୀକୁ ସଂଯୋଗ କରୁଥିବା ନେତାଜୀ ସେତୁକୁ ଲାଗି ତିଆରି ହେବାକୁ ଥିବା ନୂଆ ସେତୁ ନିର୍ମାଣ ଯୋଜନାରେ କରାଯାଇଛି ପରିବର୍ତ୍ତନ । ଏଥିପାଇଁ 220 କୋଟି ଟଙ୍କାର ସେତୁ ଟେଣ୍ଡରକୁ ବାତିଲ କରାଯାଇଛି ।

metro

ଏହା ବଦଳରେ କାଠଯୋଡ଼ି ଉପରେ ବହୁବିଧ ପରିବହନ ବ୍ୟବସ୍ଥା ଥିବା ସେତୁ ନିର୍ମାଣ କରିବାକୁ ଯୋଜନା ହୋଇଛି । 6 ଲେନ ବିଶିଷ୍ଟ ଏହି ସେତୁ ଉପରେ ରେଳଧାରଣା ରହିବ ଓ ସେଥିରେ ମେଟ୍ରୋ ଟ୍ରେନ୍ ଗଡିବ । ଏ ନେଇ ପ୍ରାୟ 700 କୋଟି ଟଙ୍କା ଖର୍ଚ୍ଚ ହେବ । ଏହାର ତଳକୁ ବସ୍ ତଥା ଅନ୍ୟ ଯାନବାହନ ଚଳାଚଳର ବ୍ୟବସ୍ଥା କରାଯିବ । ଏହି ସେତୁ ପାଇଁ ଡିପିଆର ପ୍ରସ୍ତୁତ କରାଯାଉଛି । ତେବେ ଏହି ସଂପ୍ରସାରିତ ମେଟ୍ରୋ ପ୍ରକଳ୍ପ ଜୁଡିସିଆଲ ଏକାଡେମୀ, ଶିଶୁଭବନ, ହାଇକୋର୍ଟ, ପୁରୀଘାଟ ଦେଇ ନେତାଜୀ ବସ୍ ଟର୍ମିନାଲକୁ ଯୋଡ଼ିବ ।

ପୂର୍ବରୁ ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ ମେଟ୍ରୋ ପ୍ରକଳ୍ପ ପାଇଁ ଯୋଜନା ହୋଇଥିଲା । ସେଥିପାଇଁ କଟକ ସହରରୁ ତ୍ରିଶୂଳିଆ ପର୍ଯ୍ୟନ୍ତ ଚଳାଚଳ କରୁଥିବା ଯାନବାହନ ସଂଖ୍ୟାକୁ ଦେଖି କାଠଯୋଡି ଉପରେ ଥିବା ନେତାଜୀ ସେତୁକୁ ଲାଗି ଆଉ ଏକ 20 ମିଟର ଓସାରର ସେତୁ ନିର୍ମାଣ କରିବାକୁ ଯୋଜନା ହୋଇଥିଲା । ଏହି ପୋଲ ନିର୍ମାଣ ପାଇଁ ଓବିସିସି ପକ୍ଷରୁ ଟେଣ୍ଡର ମଧ୍ୟ ଡକାଯାଇଥିଲା ।

କିନ୍ତୁ ମେଟ୍ରୋ ପ୍ରକଳ୍ପ ଭୁବନେଶ୍ୱର ବିମାନବନ୍ଦରରୁ ସିଏନବିଟି ପର୍ଯ୍ୟନ୍ତ ସଂପ୍ରସାରିତ ହେଉଥିବା ଯୋଗୁଁ କାଠଯୋଡି ଉପରେ ପାରମ୍ପରିକ ପୋଲ ବଦଳରେ 6 ଲେନ ବିଶିଷ୍ଟ ଏକ ବହୁବିଧ ପରିବହନ ବ୍ୟବସ୍ଥା ଥିବା ସେତୁ ନିର୍ମାଣ କରିବାକୁ ଯୋଜନା ହୋଇଛି । 2024 ଜାନୁଆରୀରେ ବିମାନବନ୍ଦରରୁ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପ ଶିଳାନ୍ୟାସ ହେବ ବୋଲି ସୂଚନା ମିଳିଛି । ସେପଟେ ରାଜ୍ୟର ସର୍ବପ୍ରଥମ ଆଧୁନିକ ବସ୍ ଟର୍ମିନାଲ ସହ ସିଧାସଳଖ ବିମାନବନ୍ଦର ଯୋଡି ହେବା ଏବଂ ଟୁଇନସିଟି ମଧ୍ୟରେ ଗମନାଗମନର ଆଉ ଏକ ମାଧ୍ୟମ ଖୋଲିବାକୁ ଯାଉଥିବାରୁ ଏହାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ସହରବାସୀ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+