For Quick Alerts
Turn On Notification  
For Daily Alerts
Oneindia App Download

ଭୁବନେଶ୍ୱର ରହିବା ପାଇଁ ସବୁଠୁ ଅନୁକୂଳ ରାଜଧାନୀ, ଜାଣନ୍ତୁ ତାଲିକାର କେତେ ନମ୍ବରରେ ରହିଛି ରାଜଧାନୀ

ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ରହିବା ପାଇଁ ସବୁଠାରୁ ଅନୁକୂଳ ସ୍ଥାନ । ସେଣ୍ଟର ଫର୍ ସାଇନ୍ସ ଆଣ୍ଡ ଏନଭାଇରନମେଣ୍ଟ (ସିଏସଇ) ଦ୍ୱାରା ଜାରି ହୋଇଥିବା ରିପୋର୍ଟରେ ଏହା ଦର୍ଶାଯାଇଛି ।

|

ଭୁବନେଶ୍ୱର : ଓଡ଼ିଶାବାସୀଙ୍କ ପାୀଇଁ ଖୁସି ଖବର । ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ରହିବା ପାଇଁ ସବୁଠାରୁ ଅନୁକୂଳ ସ୍ଥାନ । ସେଣ୍ଟର ଫର୍ ସାଇନ୍ସ ଆଣ୍ଡ ଏନଭାଇରନମେଣ୍ଟ (ସିଏସଇ) ଦ୍ୱାରା ଜାରି ହୋଇଥିବା ରିପୋର୍ଟରେ ଏହା ଦର୍ଶାଯାଇଛି । ସିଏସଇ ଜାରି କରିଥିବା ଇଜ୍ ଅଫ୍ ଲିଭିଂ ଇଣ୍ଡେକ୍ସ 2020 ରିପୋର୍ଟ ଅନୁଯାୟୀ ରହିବା ପାଇଁ ସବୁଠୁ ଭଲ ସହର ମଧ୍ୟରେ ସ୍ଥାନ ପାଇଛି ଭୁବନେଶ୍ୱର । ଏହା ତାଲିକାର ଚତୁର୍ଥ ସ୍ଥାନରେ ରହିଛି ଭୁବନେଶ୍ୱର । ପ୍ରଥମ ସ୍ଥାନରେ ବେଙ୍ଗଳୁରୁ ଥିବାବେଳେ ଦ୍ୱିତୀୟ ସ୍ଥାନରେ ଚେନ୍ନାଇ, ତୃତୀୟ ସ୍ଥାନରେ ରହିଛି ସିମଲା । ସେହିପରି ମୁମ୍ବାଇ ପଞ୍ଚମ, ଦିଲ୍ଲୀ ଷଷ୍ଠ, ଭୋପାଳ ସପ୍ତମ, ରାୟପୁର ଅଷ୍ଟମ, ଗାନ୍ଧୀନଗର ନବମ ଓ ଜୟପୁର ଦଶମ ସ୍ଥାନରେ ରହିଛି ।

Bhubaneswar

ଏହି ସର୍ଭେ କରିବା ବେଳେ ମୁଖ୍ୟତଃ ଏହି ଚାରୋଟି ପାରାମିଟର ଉପରେ ସେଣ୍ଟର ଫର୍ ସାଇନ୍ସ ଆଣ୍ଡ ଏନଭାଇରନମେଣ୍ଟ ଗୁରୁତ୍ୱ ଦେଇଥାଏ । ରାଜଧାନୀରେ ରହୁଥିବା ଲୋକଙ୍କ ପାଇଁ ବଞ୍ଚିବାର ସୁଗମତା, ଜୀବନର ମାନ, ରୋଜଗାର କରିବାର ସୁଗମତା, ନିରନ୍ତର ବିକାଶ ଏବଂ ନାଗରିକଙ୍କ ଧାରଣାକୁ ଆଧାର କରି ବିଭିନ୍ନ ରାଜ୍ୟର ରାଜଧାନୀକୁ ନମ୍ୱର ଦିଆଯାଏ ।

ଗୁଣବତ୍ତା ସମ୍ପନ୍ନ ଜୀବନଧାରଣ, ଅର୍ଥନୈତିକ ସାମର୍ଥ୍ୟ, ସହନଶୀଳତା ଓ ନାଗରିକଙ୍କୁ ମିଳୁଥିବା ଅନ୍ୟ ସୁବିଧା ମାପଦଣ୍ଡ ଅନୁସାରେ ପ୍ରସ୍ତୁତ ଇଜ୍ ଅଫ ଲିଭିଙ୍ଗ ଇଣ୍ଡେକ୍ସରେ ଭୁବନେଶ୍ବର ସ୍ଥାନ ପାଇବା ଓଡିଶା ଲାଗି ଗର୍ବର କାରଣ ହୋଇଛି । 100 ଜଣକୁ ନେଇ ହୋଇଥିବା ଏହି ସର୍ଭେରେ ଭୁବନେଶ୍ବରକୁ 94.8 ପ୍ରତିଶତ ମାର୍କ ମିଳିଥିବାବେଳେ ବେଙ୍ଗାଲୁରୁକୁ 78 ପ୍ରତିଶତ, ଚେନ୍ନାଇକୁ 82.6 ପ୍ରତିଶତ , ସିମଲାକୁ 83.39 ମାର୍କ ମିଳିଛି । ସେହିଭଳି ଦେଶର ରାଜଧାନୀ ଦିଲ୍ଲୀକୁ ମିଳିଛି 69.4 ପ୍ରତିଶତ ମାର୍କ ।

ସିଏସ୍ଇ ରିପୋର୍ଟ ଅନୁଯାୟୀ, ରୋଜଗାର ସମ୍ଭାବନା ଦୃଷ୍ଟିରୁ କେବଳ ବେଙ୍ଗାଲୁରୁକୁ ଭଲ ଭାବରେ ବିବେଚନା କରାଯାଇଛି । ଏହି ସର୍ଭେରେ ବେଙ୍ଗାଲୁରୁକୁ 100 ରୁ 78.8 ଦିଆଯାଇଛି । ଏହା ବ୍ୟତୀତ ଅନ୍ୟ ଚାରିଟି ରାଜ୍ୟ ରାଜଧାନୀ (ଚେନ୍ନାଇ, ମୁମ୍ବାଇ, ଦିଲ୍ଲୀ ଏବଂ ହାଇଦ୍ରାବାଦ) ରୋଜଗାର କ୍ଷେତ୍ରରେ ମଧ୍ୟମ ଶ୍ରେଣୀରେ ସ୍ଥାନିତ ହୋଇଛି । ଅନ୍ୟ ସମସ୍ତେ 100 ରୁ 30 ସ୍କୋରରୁ କମ୍ ପାଇଛନ୍ତି ।

ସେପଟେ ଜାତୀୟସ୍ତରରେ ଭୁନଶ୍ୱରର ପରିବେଶ ସଭିଙ୍କୁ ଆକୃଷ୍ଟ କରୁଥିବାବେଳେ ଏହା ସବୁଠାରୁ ଅନୂକୁଳ ସ୍ଥାନ ପାଲଟିଛି । ସେପଟେ ରାଜଧାନୀ ଭୁବନେଶ୍ବର ସିଏସଇ ସର୍ଭେର ଚତୁର୍ଥ ସ୍ଥାନରେ ରହିଥିବାରୁ ଖୁସି ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମଗ୍ର ଦେଶରେ ଭୁବନେଶ୍ୱର ଅନୱୁକୂଳ ପରିବେଶ ଭାବରେ ଚତୁର୍ଥ ସ୍ଥାନରେ ରହିଛି ।

ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି- ଆମ ରାଜଧାନୀ ଭୁବନେଶ୍ୱରକୁ ଅଭିନନ୍ଦନ । ସିଏସ୍ଇ ର ରିପୋର୍ଟରେ ବାସ କରିବାକୁ ଅନୁକୂଳ ସ୍ଥାନରେ ରାଜଧାନୀ ଭୁବନେଶ୍ୱର ଚତୁର୍ଥ ସ୍ଥାନ ପାଇଛି । ନାଗରିକ ଧାରଣା ସର୍ଭେରେ ଭୁବନେଶ୍ୱର ସର୍ବାଧିକ ସ୍କୋର 94.8 ପାଇ ଲିଭିଙ୍ଗ ଇଣ୍ଡେକ୍ସରେ ଚତୁର୍ଥ ସ୍ଥାନ ହାସଲ କରିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Bhubaneswar Is In top 5th Capital Among Livable Capitals Cities Of India : CSE Report
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X