ଭୁବନେଶ୍ୱର ରହିବା ପାଇଁ ସବୁଠୁ ଅନୁକୂଳ ରାଜଧାନୀ, ଜାଣନ୍ତୁ ତାଲିକାର କେତେ ନମ୍ବରରେ ରହିଛି ରାଜଧାନୀ

ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ରହିବା ପାଇଁ ସବୁଠାରୁ ଅନୁକୂଳ ସ୍ଥାନ । ସେଣ୍ଟର ଫର୍ ସାଇନ୍ସ ଆଣ୍ଡ ଏନଭାଇରନମେଣ୍ଟ (ସିଏସଇ) ଦ୍ୱାରା ଜାରି ହୋଇଥିବା ରିପୋର୍ଟରେ ଏହା ଦର୍ଶାଯାଇଛି ।

ଭୁବନେଶ୍ୱର : ଓଡ଼ିଶାବାସୀଙ୍କ ପାୀଇଁ ଖୁସି ଖବର । ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ରହିବା ପାଇଁ ସବୁଠାରୁ ଅନୁକୂଳ ସ୍ଥାନ । ସେଣ୍ଟର ଫର୍ ସାଇନ୍ସ ଆଣ୍ଡ ଏନଭାଇରନମେଣ୍ଟ (ସିଏସଇ) ଦ୍ୱାରା ଜାରି ହୋଇଥିବା ରିପୋର୍ଟରେ ଏହା ଦର୍ଶାଯାଇଛି । ସିଏସଇ ଜାରି କରିଥିବା ଇଜ୍ ଅଫ୍ ଲିଭିଂ ଇଣ୍ଡେକ୍ସ 2020 ରିପୋର୍ଟ ଅନୁଯାୟୀ ରହିବା ପାଇଁ ସବୁଠୁ ଭଲ ସହର ମଧ୍ୟରେ ସ୍ଥାନ ପାଇଛି ଭୁବନେଶ୍ୱର । ଏହା ତାଲିକାର ଚତୁର୍ଥ ସ୍ଥାନରେ ରହିଛି ଭୁବନେଶ୍ୱର । ପ୍ରଥମ ସ୍ଥାନରେ ବେଙ୍ଗଳୁରୁ ଥିବାବେଳେ ଦ୍ୱିତୀୟ ସ୍ଥାନରେ ଚେନ୍ନାଇ, ତୃତୀୟ ସ୍ଥାନରେ ରହିଛି ସିମଲା । ସେହିପରି ମୁମ୍ବାଇ ପଞ୍ଚମ, ଦିଲ୍ଲୀ ଷଷ୍ଠ, ଭୋପାଳ ସପ୍ତମ, ରାୟପୁର ଅଷ୍ଟମ, ଗାନ୍ଧୀନଗର ନବମ ଓ ଜୟପୁର ଦଶମ ସ୍ଥାନରେ ରହିଛି ।

Bhubaneswar

ଏହି ସର୍ଭେ କରିବା ବେଳେ ମୁଖ୍ୟତଃ ଏହି ଚାରୋଟି ପାରାମିଟର ଉପରେ ସେଣ୍ଟର ଫର୍ ସାଇନ୍ସ ଆଣ୍ଡ ଏନଭାଇରନମେଣ୍ଟ ଗୁରୁତ୍ୱ ଦେଇଥାଏ । ରାଜଧାନୀରେ ରହୁଥିବା ଲୋକଙ୍କ ପାଇଁ ବଞ୍ଚିବାର ସୁଗମତା, ଜୀବନର ମାନ, ରୋଜଗାର କରିବାର ସୁଗମତା, ନିରନ୍ତର ବିକାଶ ଏବଂ ନାଗରିକଙ୍କ ଧାରଣାକୁ ଆଧାର କରି ବିଭିନ୍ନ ରାଜ୍ୟର ରାଜଧାନୀକୁ ନମ୍ୱର ଦିଆଯାଏ ।

ଗୁଣବତ୍ତା ସମ୍ପନ୍ନ ଜୀବନଧାରଣ, ଅର୍ଥନୈତିକ ସାମର୍ଥ୍ୟ, ସହନଶୀଳତା ଓ ନାଗରିକଙ୍କୁ ମିଳୁଥିବା ଅନ୍ୟ ସୁବିଧା ମାପଦଣ୍ଡ ଅନୁସାରେ ପ୍ରସ୍ତୁତ ଇଜ୍ ଅଫ ଲିଭିଙ୍ଗ ଇଣ୍ଡେକ୍ସରେ ଭୁବନେଶ୍ବର ସ୍ଥାନ ପାଇବା ଓଡିଶା ଲାଗି ଗର୍ବର କାରଣ ହୋଇଛି । 100 ଜଣକୁ ନେଇ ହୋଇଥିବା ଏହି ସର୍ଭେରେ ଭୁବନେଶ୍ବରକୁ 94.8 ପ୍ରତିଶତ ମାର୍କ ମିଳିଥିବାବେଳେ ବେଙ୍ଗାଲୁରୁକୁ 78 ପ୍ରତିଶତ, ଚେନ୍ନାଇକୁ 82.6 ପ୍ରତିଶତ , ସିମଲାକୁ 83.39 ମାର୍କ ମିଳିଛି । ସେହିଭଳି ଦେଶର ରାଜଧାନୀ ଦିଲ୍ଲୀକୁ ମିଳିଛି 69.4 ପ୍ରତିଶତ ମାର୍କ ।

ସିଏସ୍ଇ ରିପୋର୍ଟ ଅନୁଯାୟୀ, ରୋଜଗାର ସମ୍ଭାବନା ଦୃଷ୍ଟିରୁ କେବଳ ବେଙ୍ଗାଲୁରୁକୁ ଭଲ ଭାବରେ ବିବେଚନା କରାଯାଇଛି । ଏହି ସର୍ଭେରେ ବେଙ୍ଗାଲୁରୁକୁ 100 ରୁ 78.8 ଦିଆଯାଇଛି । ଏହା ବ୍ୟତୀତ ଅନ୍ୟ ଚାରିଟି ରାଜ୍ୟ ରାଜଧାନୀ (ଚେନ୍ନାଇ, ମୁମ୍ବାଇ, ଦିଲ୍ଲୀ ଏବଂ ହାଇଦ୍ରାବାଦ) ରୋଜଗାର କ୍ଷେତ୍ରରେ ମଧ୍ୟମ ଶ୍ରେଣୀରେ ସ୍ଥାନିତ ହୋଇଛି । ଅନ୍ୟ ସମସ୍ତେ 100 ରୁ 30 ସ୍କୋରରୁ କମ୍ ପାଇଛନ୍ତି ।

ସେପଟେ ଜାତୀୟସ୍ତରରେ ଭୁନଶ୍ୱରର ପରିବେଶ ସଭିଙ୍କୁ ଆକୃଷ୍ଟ କରୁଥିବାବେଳେ ଏହା ସବୁଠାରୁ ଅନୂକୁଳ ସ୍ଥାନ ପାଲଟିଛି । ସେପଟେ ରାଜଧାନୀ ଭୁବନେଶ୍ବର ସିଏସଇ ସର୍ଭେର ଚତୁର୍ଥ ସ୍ଥାନରେ ରହିଥିବାରୁ ଖୁସି ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମଗ୍ର ଦେଶରେ ଭୁବନେଶ୍ୱର ଅନୱୁକୂଳ ପରିବେଶ ଭାବରେ ଚତୁର୍ଥ ସ୍ଥାନରେ ରହିଛି ।

ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି- ଆମ ରାଜଧାନୀ ଭୁବନେଶ୍ୱରକୁ ଅଭିନନ୍ଦନ । ସିଏସ୍ଇ ର ରିପୋର୍ଟରେ ବାସ କରିବାକୁ ଅନୁକୂଳ ସ୍ଥାନରେ ରାଜଧାନୀ ଭୁବନେଶ୍ୱର ଚତୁର୍ଥ ସ୍ଥାନ ପାଇଛି । ନାଗରିକ ଧାରଣା ସର୍ଭେରେ ଭୁବନେଶ୍ୱର ସର୍ବାଧିକ ସ୍କୋର 94.8 ପାଇ ଲିଭିଙ୍ଗ ଇଣ୍ଡେକ୍ସରେ ଚତୁର୍ଥ ସ୍ଥାନ ହାସଲ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+