ରାତିରେ 8 ଘଣ୍ଟା ବନ୍ଦ ରହିବ ଭୁବନେଶ୍ୱର ବିମାନ ବନ୍ଦର
ଭୁବନେଶ୍ୱର: ରାତିରେ 8 ଘଣ୍ଟା ବନ୍ଦ ରହିବ ଭୁବନେଶ୍ୱର ବିମାନ ବନ୍ଦର । ଅକ୍ଟୋବର ପହିଲାରୁ ପ୍ରତିଦିନ ରାତିରେ 8 ଘଣ୍ଟା ବନ୍ଦ ରହିବ ବିମାନ ଚଳାଚଳ । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରର ମରାମତି କାମ ପାଇଁ ବନ୍ଦ ରହିବ ବିମାନ ଚଳାଚଳ ।

ବିମାନବନ୍ଦରର ନିର୍ଦ୍ଦେଶକ ପ୍ରଶାନ୍ତ ପ୍ରଧାନ ଗୁରୁବାର ଏ ନେଇ ସୂଚନା ଦେଇଛନ୍ତି । ବିମାନ ବନ୍ଦର ରନୱେ ମରାମତି କାମ ଅକ୍ଟୋବର 1 ରୁ କରାଯିବ । ରନୱେ ମରାମତି କାମ ସାଧାରଣତଃ ବର୍ଷା ଦିନ ପରେ ହୋଇଥାଏ । ବର୍ଷା କମ ହେଲେ ଏବଂ ବିନା ହ୍ୟୁମିଡିଟିରେ ଏହି କାମ କରାଯାଏ । ଏହି କାମ ତିନି ମାସ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।
ଏହି ମରାମତି କାମ ପାଇଁ ରାତିରେ 8 ଘଣ୍ଟା ବନ୍ଦ ରହିବ ବିମାନ ସେବା । କ୍ୟାଟ 2 ଲାଇଟର ଫିଟିଙ୍ଗ ବି ଏହି ସମୟରେ ରନୱେରେ ଲଗାଯିବ । ଏଥିପାଇଁ 72 କୋଟି ଅନୁମୋଦନ କରାଯାଇଛି । ଲାଇଟ ଫାସିଲିଟି ପାଇଁ 19 କୋଟି ଖର୍ଚ୍ଚ ହେବ । ଏହି ସମୟରେ ରାତି 10 ରୁ ସକାଳ 6 ଟା କିମ୍ବା ରାତି 11 ରୁ ସକାଳ 7 ଯାଏଁ ବିମାନ ସେବା ବନ୍ଦ ରହିବ ବୋଲି ନିର୍ଦ୍ଦେଶକ କହିଛନ୍ତି ।












Click it and Unblock the Notifications