ତିନିମାସ ଯାଏଁ ଭିତରକନିକା ବନ୍ଦ
କୁମ୍ଭୀରମାନଙ୍କ ପ୍ରଜନନ ପାଇଁ ବନ୍ଦ ହେଲା ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ । ମେ ପହିଲାରୁ ଜୁଲାଇ ଶେଷ ଯାଏଁ ତିନି ମାସ ପାଇଁ ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ।
ଭୁବନେଶ୍ୱର : କୁମ୍ଭୀରମାନଙ୍କ ପ୍ରଜନନ ପାଇଁ ବନ୍ଦ ହେଲା ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ । ମେ ପହିଲାରୁ ଜୁଲାଇ ଶେଷ ଯାଏଁ ତିନି ମାସ ପାଇଁ ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ଆସନ୍ତା ଜୁଲାଇ 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା ।

ବିରଳ ବଉଳା କୁମ୍ଭୀରଙ୍କ ପାଇଁ ଭିତରକନିକା ପ୍ରସିଦ୍ଧି ଲାଭ କରିଛି । ଏହି ସମୟ ବିରଳ କୁମ୍ଭୀରଙ୍କ ପ୍ରଜନନ ଋତୁ । କୁମ୍ଭୀରମାନେ ସ୍ଥଳ ଭାଗକୁ ଉଠି ସୁରକ୍ଷିତ ସ୍ଥାନ ଦେଖି ବସା ବାନ୍ଧି ଅଣ୍ତା ଦେଇଥାନ୍ତି । ଏହି ସମୟରେ ମା କୁମ୍ଭୀର ଅଧିକ ହିଂସ୍ର ହୋଇଥାଏ । ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରତିବର୍ଷ ମେ 1 ରୁ ତିନି ମାସ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଥାଏ ।












Click it and Unblock the Notifications