ଓଡ଼ିଶାରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଦ୍ୱିତୀୟ ଦିନ, ବିର୍ସାମୁଣ୍ଡା ଛକରୁ ପାନପୋଷ ଛକ ଯାଏଁ ଯାତ୍ରା କରିବେ ରାହୁଲ
ରାଉରକେଲା: ଭାରତ ଯୋଡୋ ନ୍ୟାୟ ଯାତ୍ରା ଓଡ଼ିଶାରେ ପହଞ୍ଚିଛି । ମଙ୍ଗଳବାର ଠାରୁ ଓଡିଶାରେ ପହଞ୍ଚିଥିବା ବେଳେ ଆଜି ଓଡ଼ିଶାରେ ଏହାର ଦ୍ୱିତୀୟ ଦିନ । ଆଜି ସକାଳୁ ରାଉରକେଲାରୁ ପୁଣି ଯାତ୍ରା ଆରମ୍ଭ କରିବେ ରାହୁଲ ଗାନ୍ଧୀ । ରାଉରକେଲା ବିର୍ସାମୁଣ୍ଡା ଛକରୁ ପାନପୋଷ ଛକ ଯାଏଁ ଯାତ୍ରା ପରେ ସେଠାରେ ସାଧାରଣ ସଭା କରିବେ । ରାଣୀବନ୍ଧରୁ ଯାତ୍ରା, କୁତ୍ରା, ବଡଗାଁରେ ଦେବେ ଉଦବୋଧନ ।

ସୁନ୍ଦରଗଡରେ ପଦଯାତ୍ରା ଓ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ରାହୁଲଙ୍କ ଗସ୍ତକୁ ନେଇ ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ରାହୁଲଙ୍କ ସହ ରାଜ୍ୟ କଂଗ୍ରେସର ତୁଙ୍ଗ ନେତାମାନେ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ରହିବେ ।
ଗତକାଲି ଝାଡଖଣ୍ଡ ପରେ ସୁନ୍ଦରଗଡ ବୀରମିତ୍ରପୁରଠାରେ ଓଡିଶାରେ ପ୍ରବେଶ କରିଥିଲେ ରାହୁଲ । ବୀରମିତ୍ରପୁରଠାରେ ଓଡିଶା କଂଗ୍ରେସ ଓ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ୱାଗତ କରାଯିବା ପରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ପତାକା ରାଜ୍ୟ କଂଗ୍ରେସକୁ ହସ୍ତାନ୍ତର କରାଯାଇଥିଲା । ଆୟୋଜିତ ସଭାରେ ରାହୁଲ ଗାନ୍ଧୀ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବା ସହ ଓଡିଶାବାସୀଙ୍କ କଥା ଶୁଣିବାକୁ ଆସିଥିବା କହିଛନ୍ତି । ଆସନ୍ତାକାଲି ଝାରୁସୁଗୁଡା ମହାତ୍ମା ଗାନ୍ଧୀ ଛକରୁ ପୁଣି ଯାତ୍ରାରେ ବାହାରିବେ । ଅପରାହ୍ନ 3 ଟା 45ରେ ଓଡିଶା-ଛତିଶଗଡ ସୀମା ଅତିକ୍ରମ କରିବାର କାର୍ଯ୍ୟକ୍ରମ ରହିଛି ।












Click it and Unblock the Notifications