ଇଡିରେ ହାଜର ହେଲେ ପ୍ରଫୁଲ୍ଲ ସାମଲ, ବରପଦା ଇଂଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ଚାଲିଛି ଜେରା
ଭୁବନେଶ୍ୱର: ଇଡିରେ ହାଜର ହୋଇଛନ୍ତି ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ । ବରପଦା ଇଞ୍ଜିନିୟରିଂ ଜମି ମାମଲାରେ ହାଜର ହୋଇଛନ୍ତି ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ । ପ୍ରଫୁଲ୍ଲ ଏବଂ ତାଙ୍କ ପୁଅକୁ ହାଜର ହେବାକୁ ଇଡି ନୋଟିସ କରିଥିଲା ।

କିଛି ଦିନ ତଳେ ତାଙ୍କ ଘରେ କିଛି ଦିନ ତଳେ ଚଢ଼ାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଭୁବନେଶ୍ୱରର 4ଟି ସ୍ଥାନ ସାଙ୍ଗକୁ ଭଦ୍ରକର 6 ଟି ସ୍ଥାନରେ ଏକକାଳୀନ ଭାବେ ଇଡି ରେଡ୍ କରିଥିଲା । ଏହି ସମୟରେ ଗୋଟିଏ କାର ସହ 9 ଲକ୍ଷ ଟଙ୍କା ଜବତ କରିଥିଲା ଇଡି ।
ରେଡ୍ ପରେ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ହାଜର ହେବାକୁ ଇଡି ଫେବୃଆରୀ 17 ତାରିଖରେ ନୋଟିସ କରିଥିଲା । ସ୍ୱାସ୍ଥ୍ୟଗତ ସମସ୍ୟା ଜଣାଇ ସେ ଇଡିରେ ହାଜର ହେବାକୁ ଓକିଲ ଜରିଆରେ ସମୟ ମାଗିଥିଲେ ପ୍ରଫୁଲ୍ଲ । ପରବର୍ତ୍ତୀ ସମୟରେ ପୁଣି ଇଡି ପ୍ରଫୁଲ୍ଲଙ୍କୁ ହାଜର ହେବାକୁ ନୋଟିସ କରିଥିଲା । ଆଜି ପ୍ରଫୁଲ୍ଲ ଇଡିରେ ହାଜର ହୋଇଛନ୍ତି ।
ଭଦ୍ରକର ବରପଦା ଇଞ୍ଜିନିୟରିଂ କଲେଜରେ ବହୁ ଦିନ ଧରି 30 କୋଟି ଟଙ୍କା ଅର୍ଥ ହଡପ ହୋଇଥିବାର ଅଭିଯୋଗ ହୋଇଥିଲା । ଏନେଇ ଏକାଧିକ ବାର ପ୍ରତିବାଦ କରିଥିଲେ ଇଞ୍ଜିନିୟରିଂ କଲେଜଜର କମର୍ଚାରୀମାନେ । ବରପଦା ଇଞ୍ଜିନିୟରିଂ କଲେଜ ନାଁରେ ଏକ ସୋସାଇଟି ହୋଇଥିବା ବେଳେ ସେଥିରେ ହୋଇଥିବା ଦୁର୍ନୀତିରେ ପ୍ରୟାସକାନ୍ତି ସାମିଲ ଥିବା ଅଭିଯୋଗ ହୋଇଥିଲା । କଲେଜ କର୍ମଚାରୀମାନେ ଦରମା ପାଉ ନ ଥିବା ବେଳେ ଉକ୍ତ ଟଙ୍କାରେ ପ୍ରୟାସକାନ୍ତି ଦାମୀ ଗାଡ଼ି ଚଢ଼ୁଥିବା କର୍ମଚାରୀମାନେ ଅଭିଯୋଗ କରିଥିଲେ । ଏହାପରେ ଇଡି ଏହି ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା ।












Click it and Unblock the Notifications