Get Updates
Get notified of breaking news, exclusive insights, and must-see stories!

କୁନି ଝିଅକୁ ନେଇ ନଦୀକୁ ଡେଇଁବା ଘଟଣା; ଉଦ୍ଧାର ଶବ ଚନ୍ଦନଙ୍କର ନୁହଁ

ଭଦ୍ରକ: କୁନି ଝିଅକୁ ନେଇ ନଦୀକୁ ଡେଇଁବା ଘଟଣା । ଉଦ୍ଧାର ଶବ ଚନ୍ଦନ ସାହୁଙ୍କର ନୁହଁ । ଆଜି ସକାଳୁ ଉଦ୍ଧାର ଶବ ଚନ୍ଦନ ସାହୁଙ୍କର ବୋଲି କୁହାଯାଉଥିଲା । କିନ୍ତୁ, ପରେ ଜଣାପଡ଼ିଛି ଏହି ମୃତଦେହ ଚନ୍ଦନଙ୍କର ନୁହଁ । ପରିବାର ଲୋକ ଶବ ଦେଖିବା ପରେ ଏହା ତାଙ୍କ ଚନ୍ଦନଙ୍କର ନୁହ ବୋଲି କହିଛନ୍ତି ।

bhadrak suicide

ତେବେ ଏହି ଶବ କାହାର ଏହାକୁ ନେଇ ଦେଖା ଦେଇଛି ଦ୍ୱନ୍ଦ୍ୱ । ଯାଜପୁର ସଦର ଥାନା ଅନ୍ତର୍ଗତ ବଡ ତ୍ରିଲୋଚନ ପୁରସ୍ଥିତ ବୁଢା ନଦୀରୁ ମିଳିଥିବା ମୃତଦେହ ଚନ୍ଦନ ସାହୁଙ୍କର ବୋଲି ସମସ୍ତେ ଅନୁମାନ କରୁଥିଲେ । ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ସହ ଚନ୍ଦନ ସାହୁଙ୍କ ପରିବାର ସହ ଯୋଗାଯୋଗ କରିଥିଲେ । ପରିବାର ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଶବଟି ଚନ୍ଦନଙ୍କର ବୋଲି କହୁଥିଲେ । କିନ୍ତୁ ଭଲ କରି ଦେଖିବା ପରେ ତାହା ଚନ୍ଦନଙ୍କର ନୁହେଁ ବୋଲି କହିଛନ୍ତି ଏବଂ ଶବ ନ ନେଇ ଖାଲି ହାତରେ ଫେରି ଯାଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଶବଟିରୁ ଦୁର୍ଗନ୍ଧ ବାହାରୁଛି । ତେଣୁ ସେହି ବ୍ୟକ୍ତିଙ୍କର 5 ଦିନ ପୂର୍ବରୁ ମୃତ୍ୟୁ ହୋଇଥିବା ଅଗ୍ନିଶମ ବାହିନୀ ଏବଂ ପ୍ରତ୍ୟକ୍ଷଦର୍ଶୀ ଅନୁମାନ କରୁଛନ୍ତି । ପରିବାର ଲୋକ ମଧ୍ୟ ସମାନ କଥା କହିଛନ୍ତି ।

ତେବେ ଚନ୍ଦନ ମୁହଁରେ ଦାଢି ରଖିଥିଲେ । ମିଳିଥିବା ଶବର ହାତରେ ଯେଉଁ ସୂତା ବନ୍ଧାଯାଇଛି ସେପରି ସୂତା ଚନ୍ଦନ ବାନ୍ଧି ନ ଥିଲେ । ଚନ୍ଦନଙ୍କର ତଳ ଦାନ୍ତ ଗୋଟିଏ ନ ଥିଲା । ଯାହା ଶବ ସହ ମିଶୁନି । ତେଣୁ ଏହି ଶବ ଚନ୍ଦନଙ୍କର ନୁହେଁ ବୋଲି ପରିବାର ଲୋକେ ଅଡି ବସିଛନ୍ତି । ଏପରିକି ସେ ଏହି ଶବକୁ ନେବେ ନାହିଁ ବୋଲି କହିଛନ୍ତି । ତେଣୁ ଚନ୍ଦନ ଓ କୁନିଝିଅକୁ ନେଇ ଏବେ ବି ଆଶ ଆଶଙ୍କାରେ ଅଛନ୍ତି ପରିବାର ଲୋକେ ।

ସୂଚନାଥାଉ କି, ଗତ 27 ତାରିଖ ରାତି 9 ଟାରେ ନିଜ ଅଢେଇ ବର୍ଷର ଝିଅକୁ ଧରି ବୈତରଣୀ ନଦୀ ଗର୍ଭକୁ ଡେଇ ପଡିଥିଲେ ଚନ୍ଦନ ସାହୁ । ରାତି ଥିବାରୁ ସେହିଦିନ ଖୋଜାଖୋଜି କାର୍ଯ୍ୟ ନକରାଯାଇ ପାରି ନ ଥିଲା । ଗୁରୁବାର ଦିନ ତାମାମ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍‌ ଟିମ୍‌ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ବହୁ ଖୋଜାଖୋଜି ପରେ ମଧ୍ୟ ବାପ ଝିଅଙ୍କର କୌଣସି ପତ୍ତା ମିଳିପାରିନଥିଲା । ତେଣୁ ଆଜି ସକାଳେ ପୁଣି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ । ଶେଷରେ ଯାଜପୁର ଜିଲ୍ଲା ତ୍ରିଲୋଚନପୁର ବୁଢା ନଦୀ ମଣିକ ଛନ୍ଦା ନିକଟରୁ ଏକ ଶବ ମିଳିଥିଲା ଯାହା ଚନ୍ଦନଙ୍କର ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ପରେ ଏହା ତାଙ୍କର ନୁହେଁ ବୋଲି ପରିବାର ଲୋକେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+