ଗିରଫ ହେଲେ ଭଦ୍ରକ ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ମିଳିଲା ମାଳ ମାଳ କୋଠା... ଅମାପ ସମ୍ପତ୍ତି

ଭୁବନେଶ୍ୱର : ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ମହିଳା ଓ ଶିଶୁ କଲ୍ୟାଣ ବିଭାଗରେ ବରିଷ୍ଠ ଅଧିକାରୀ ତଥା ଭଦ୍ରକର ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଜୟନ୍ତୀ ବେହେରା । ଭିଜିଲାନ୍ସ ତାଙ୍କର ଅନେକ ସ୍ଥାନ ଉପରେ ରେଡ୍ କରିବା ପରେ ତାଙ୍କୁ ଗିରଫ କରିଛି ।

DSWO Arrest

ନିଜ ଆୟର 145 ପ୍ରତିଶତ ଅଧିକ ସମ୍ପତ୍ତି ଜବତ କରିଛି ଭିଜିଳାନ୍ସ । ଭିଜିଲାନ୍ସ ରେଡ ବେଳେ ମଙ୍ଗଳ ଅଧିକାରିଣୀଙ୍କ ସମ୍ପତ୍ତି ଦେଖି ତାଜୁବ ହୋଇଯାଇଥିଲେ ଭିଜିଲାନ୍ସ ଅଫିସର । ବାଲେଶ୍ୱର ଓ ଭୁଭନେଶ୍ୱର ସମେତ ଅନେକ ସ୍ଥାନରେ ଏକାଧିକ ବହୁ ତଳ ପ୍ରାସାଦ କୋଠା ସାଙ୍ଗକୁ ଅନେକ ପ୍ଲଟ୍ ମଧ୍ୟ ମିଳିଛି । ଏହା ବ୍ୟତୀତ 1.61 କୋଟି ଟଙ୍କାର ଡିପୋଜିଟ୍, 2.79 ଲକ୍ଷ ଟଙ୍କା ନଗଦ ରାଶି ଏବଂ ସୁନା ଗହଣା ମଧ୍ୟ ମିଳିଛି । ଏସବୁ କେଉଁ ସୂତ୍ରରୁ ଆସିଲା ତାହାର ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ ସଂପୃକ୍ତ ଅଧିକାରୀ । ଗିରଫ ପରେ ତାଙ୍କୁ ସ୍ୱତନ୍ତ୍ର କୋର୍ଟକୁ ପଠାଇଛି ଭିଜିଲାନ୍ସ । ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ଏ ନେଇ ଏକ ମାମଲା SWO ଜୟନ୍ତୀ ବେହେରା ଓ ତାଙ୍କ ପୁଅ ନାମରେ ରୁଜୁ କରାଯାଇଛି ।

ଜୟନ୍ତୀ ବେହେରାଙ୍କ ଘରେ ଗତକାଲି ଚଢ଼ାଉ କରିବା ପରେ ଆଜି ଗିରଫ କରିଛି ଭିଜିଲାନ୍ସ । ଚଢ଼ାଉ ପରେ ଶ୍ରୀମତୀ ବେହେରାଙ୍କ ଏକାଧିକ କୋଠା ଓ ଫ୍ଲାଟ୍‌ ଠାବ ହୋଇଛି । ଶ୍ରୀମତୀ ବେହେରାଙ୍କ ମୋଟ ସମ୍ପତ୍ତି 3 କୋଟି 41 ଲକ୍ଷ 68 ହଜାର ବୋଲି ଭିଜିଲାନ୍ସ ଆକଳନ କରିଛି ।

ଉଲ୍ଲେଖଥାଉକି, ଶ୍ରୀମତୀ ବେହେରାଙ୍କ ବାଲେଶ୍ୱରସ୍ଥିତ ବାସଭବନ ସମେତ ଭଦ୍ରକ ଓ ଭୁବନେଶ୍ୱରର 11 ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା ଭିଜିଲାନ୍ସ । ଏହି ସମୟରେ ବାଲେଶ୍ୱର ସହଦେବଖୁଣ୍ଟା ଫିରିଙ୍ଗିପାଟଣାଠାରେ ଥିବା 3 ମହଲା କୋଠା, ଗଣେଶ୍ୱରପୁର ସିଦ୍ଧେଶ୍ୱର କଲୋନିଠାରେ ଥିବା ତିନିମହଲା କୋଠା, ଜାନୁଗଞ୍ଜ ସିଦ୍ଧେଶ୍ୱରପୁରଠାରେ ନିର୍ମାଣାଧୀନ 2 ମହଲା କୋଠା, ବାଲେଶ୍ୱର ଡିଆରଡିଏ କାର୍ଯ୍ୟାଳୟରେ କଲ୍‌ ସେଣ୍ଟର ଏକ୍‌ଜିକ୍ୟୁଟିଭ୍‌ ଚାକିରି କରୁଥିବା ପୁଅ ରୋହିତ କୁମାର ମଣ୍ଡଳଙ୍କ ଅଫିସ୍‌ ପ୍ରକୋଷ୍ଠ, ସୁନହଟରେ ଥିବା ସମ୍ପର୍କୀୟଙ୍କ ଘର, ଚିଡ଼ିଆପୋଲସ୍ଥିତ ତାଙ୍କ ସହଯୋଗୀଙ୍କ ଛତୁଆ ପ୍ରସ୍ତୁତି କେନ୍ଦ୍ର, ଭଦ୍ରକସ୍ଥିତ ଭଡ଼ାଘର ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ଅଫିସ୍‌ ପ୍ରକୋଷ୍ଠ, ଭୁବନେଶ୍ୱର ଗୌତମନଗରସ୍ଥିତ ରୟାଲ୍‌ ରେସିଡେନ୍ସି ଆପାର୍ଟମେଣ୍ଟରେ ଥିବା 3 ବିଏଚ୍‌କେ ଫ୍ଲାଟ୍‌, ଭୁବନେଶ୍ୱର ଓଲଡ୍‌ ଟାଉନ୍‌ସ୍ଥିତ ଷ୍ଟଲୱାର୍ଟ ଆପାର୍ଟମେଣ୍ଟରେ 3 ବିଏଚ୍‌କେ ଫ୍ଲାଟ୍‌, ଭୁବନେଶ୍ୱରସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗ କାର୍ଯ୍ୟାଳୟରେ ଚଢ଼ଉ କରିଥିଲେ ଭିଜିଲାନ୍ସ ଟିମ୍‌ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+