ଟ୍ରକରେ ଲାଗିଲା ନିଆଁ, ଜଳିଗଲା 10 ଲକ୍ଷ ଟଙ୍କାର ବିୟର !
ବଲାଙ୍ଗୀର: ଟ୍ରକରେ ନିଆଁ ଲାଗିଯିବାରୁ ଜଳିଗଲା ଲକ୍ଷ ଲକ୍ଷ ଟଙ୍କାର ବିୟର । ଟ୍ରକ୍ ସହ ଏଥିରେ ବୋଝେଇ ଥିବା ବିୟର ସବୁ ନଷ୍ଟ ହୋଇଯାଇଛି । ଏମିତି ଏକ ଦୁର୍ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାରେ ।

ମିଳିଥିବା ଖବର ଅନୁଯାୟୀ ଟ୍ରକଟି ଆନ୍ଧ୍ରପ୍ରଦେଶର ଶ୍ରୀ ସିଟିରୁ ଏକ ବିଅର କମ୍ପାନୀର କାରଖାନାକୁ ବିୟର ନେଇ ଯାଉଥିଲା । ସିନ୍ଧିକେଲା ପୋଲିସ ଷ୍ଟେସନ ଅନ୍ତର୍ଗତ ସାଲେମୁଡୁଗା ଗ୍ରାମରେ ଟ୍ରକ ପହଞ୍ଚିବା ପରେ ଟ୍ରକରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । କଣ୍ଟେନରରୁ ଧୂଆଁ ବାହାରୁଥିବା ନେଇ ଡ୍ରାଇଭର ଦେଖିଥିଲେ ।
ସେ ଗାଡିରୁ ବାହାରକୁ ଆସି ଦେଖିଥିଲେ ଯେ କଣ୍ଟେନରରେ ନିଆଁ ଲାଗିଯାଇଛି । ସୂଚନା ପାଇ ବାଲାଙ୍ଗୀରର ଅଗ୍ନିଶମ ସେବା କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ନିଆଁ ଲିଭାଇଥିଲେ । କିନ୍ତୁ ଏଥିରେ ଥିବା 10 ଲକ୍ଷ ଟଙ୍କା ମୂଲ୍ୟର ବିୟର ନଷ୍ଟ ହୋଇଯାଇଥିଲା ।
ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଯଦିଓ ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ, ଟ୍ରକଟି ରାସ୍ତାରେ ଝୁଲୁଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ପରେ ଅଗ୍ନିକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି ।












Click it and Unblock the Notifications