ଓସିଏ ରେ ବୟସ ଜାଲିଆତି, 2 ବର୍ଷ ବାସନ୍ଦ ହେଲେ ସୁମିତ ଶର୍ମା

କଟକ: ଓସିଏରେ ବୟସ ଜାଲିଆତି ଅଭିଯୋଗ । ଫଳରେ ଓଡ଼ିଶା ପୁରୁଷ ରଣଜୀ ଟିମ୍‌ରୁ ବାଦ୍ ପଡ଼ିଲେ ସୁମିତ ଶର୍ମା । ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଆଗାମୀ 2 ବର୍ଷ ପାଇଁ ତାଙ୍କୁ ବାସନ୍ଦ କରିଛି । ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌(ଓସିଏ)ର ସଂପାଦକ ସଂଜୟ ବେହେରା ପ୍ରେସ୍‌ ବିଜ୍ଞପ୍ତି ଜାରି କରି ଗୁରୁବାର ଏହି ସୂଚନା ଦେଇଛନ୍ତି ।

sumit sharma

ଶ୍ରୀ ବେହେରା କହିଛନ୍ତି, ରଣଜୀ ଦଳରେ ସ୍ଥାନ ପାଇଥିବା ସୁମିତ ଶର୍ମାଙ୍କୁ ଦୁଇ ବର୍ଷ ପାଇଁ ବିସିସିଆଇ ବାସନ୍ଦ କରିଛି । ପୂର୍ବରୁ ବିଭିନ୍ନ ସମୟରେ ଦେଇଥିବା ବୟସ ପ୍ରମାଣ ପତ୍ର ଓ ବର୍ତ୍ତମାନ ରଣଜୀ ଦଳ ପାଇଁ ଦେଇଥିବା ବୟସ ପ୍ରମାଣପତ୍ରରେ ତାଳମେଳ ନଥିବାରୁ ସୁମିତ ଶର୍ମା ଧରାପଡ଼ିଛନ୍ତି ।

ସୁମିତ ରଣଜୀ ଦଳରୁ ବିଦା ହେବା ପରେ ତାଙ୍କ ସ୍ଥାନରେ ତାରିଣୀ ସା'ଙ୍କୁ ସ୍ଥାନ ମିଳିଛି । ଆସନ୍ତାକାଲି (ଶୁକ୍ରବାର) ଠାରୁ ଓଡିଶା ଦଳ ଗୁଜୁରାଟର ବରୋଦା ବିପକ୍ଷରେ ରଣଜୀ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଏଭଳି ବୟସ ଜାଲିଆତି ଘଟଣା ନୂଆ ବିବାଦ ସୃଷ୍ଟି କରିଛି ।

ଓଡ଼ିଶା ରଣଜୀ ଦଳ: ଶାନ୍ତନୁ ମିଶ୍ର (ଅଧିନାୟକ), ଅନୁରାଗ ଷଡ଼ଙ୍ଗୀ, ସନ୍ଦୀପ ପଟ୍ଟନାୟକ, ଶୁଭ୍ରାଂଶୁ ସେନାପତି, କାର୍ତ୍ତିକ ବିଶ୍ବାଳ, ଆଶୀର୍ବାଦ ସ୍ବାଇଁ (ୱିକେଟ୍‌ ରକ୍ଷକ), ରାଜେଶ ଧୂପର (ୱିକେଟ୍‌ ରକ୍ଷକ), ଜୟନ୍ତ ବେହେରା, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ସୁନିଲ କୁମାର ରାଉଳ, ସୂର୍ଯ୍ୟକାନ୍ତ ପ୍ରଧାନ, ଗୋବିନ୍ଦ ପୋଦ୍ଦାର ଓ ପ୍ରୟାସ ସିଂହ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+