ସୋମବାର ଶପଥ ନେବେ ବର୍ଷା, ବାଚସ୍ପତିଙ୍କ ସହ କଲେ ସାକ୍ଷାତ୍
ପଦ୍ମପୁର ଉପ ନିର୍ବାଚନରେ ବିଜୟୀ ହୋଇଥିବା ବିଜେଡ଼ି ପ୍ରାର୍ଥିନୀ ବର୍ଷା ସିଂହ ବରିହା ସୋମବାର ଶପଥ ଗ୍ରହଣ କରିବେ । ଶନିବାର ଦିନ ବର୍ଷା ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ସୌଜନ୍ୟମନୂଳକ ସାକ୍ଷାତ କରିଛନ୍ତି ।
ଭୁବନେଶ୍ୱର: ପଦ୍ମପୁର ଉପ ନିର୍ବାଚନରେ ବିଜୟୀ ହୋଇଥିବା ବିଜେଡ଼ି ପ୍ରାର୍ଥିନୀ ବର୍ଷା ସିଂହ ବରିହା ସୋମବାର ଶପଥ ଗ୍ରହଣ କରିବେ । ଶନିବାର ଦିନ ବର୍ଷା ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ସୌଜନ୍ୟମନୂଳକ ସାକ୍ଷାତ କରିଛନ୍ତି ।

ଏହା ପୂର୍ବରୁ ନିର୍ବାଚନ ଜିତିବା ପରେ ବର୍ଷା ସିଂହ ବରିହା ଶୁକ୍ରବାର ଦିନ ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଦଳର ବରିଷ୍ଠ ନେତା ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, କଳିକେଶ ସିଂହଦେଓ, ପ୍ରଭାସ କୁମାର ସିଂ, ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ, ମନ୍ତ୍ରୀ ଟୁକୁନି ସାହୁ, ରୀତା ସାହୁ, ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖଙ୍କ ସହିତ ଯାଇ ବର୍ଷା ନବୀନଙ୍କ ସହ ସାକ୍ଷାତ କରିଥିଲେ ।
ଡିସେମ୍ବର 8 ରେ ପ୍ରକାଶ ପାଇଥିବା ଫଳାଫଳ ଅନୁସାରେ, ବର୍ଷା ସିଂହ ବରିହା 42679 ଭୋଟ୍ ବ୍ୟବଧାନରେ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ପରାସ୍ତ କରିଛନ୍ତି । ବର୍ଷା ମୋଟ୍ 1,20,807 ଭୋଟ୍ ପାଇଥିବା ବେଳେ ପ୍ରଦୀପ 78 ହଜାର 128 ଭୋଟ ପାଇଥିଲେ । ଏହି ଫଳାଫଳ ମଧ୍ୟ ଶାସକ ବିଜେଡିର ମନୋବଳ ବଢାଇଛି । ଗତ ନିର୍ବାଚନ ତୁଳନାରେ ଦଳ କେବଳ ଅଧିକ ଭୋଟ୍ ପାଇନାହିଁ, ବରଂ ପ୍ରଥମଥର ପାଇଁ ଜଣେ ପ୍ରାର୍ଥୀ 1 ଲକ୍ଷରୁ ଅଧିକ ଭୋଟ୍ ହାସଲ କରିଛନ୍ତି ।












Click it and Unblock the Notifications