ବନ ବିଭାଗ ହାତରେ ଲାଗିଲା 4 ବାଘ ଛାଲ, ତିନି ଗିରଫ
ମୟୁରଭଞ୍ଜ : ବାରିପଦା ବନ ଖଣ୍ଡ ଅଧିକାରୀଙ୍କ ହାତରେ ଲାଗିଛି ବାଘଛାଲ । ଡୁକୁରା ରେଞ୍ଜର ବହଳଦା ଗାଁରୁ 4ଟି ବାଘ ଛାଲ ଜବତ କରିଛି ବନ ବିଭାଗ । ଏହା ସହିତ 3 ଜଣଙ୍କୁ ଗିରଫ କରିଛି । ଏ ନେଇ ସୂଚନା ଦେଇଛନ୍ତି ବାରିପଦା ଡିଏଫ୍ଓ । ସେମାନଙ୍କ ନିକଟରୁ ତିନୋଟି ମୋବାଇଲ ମଧ୍ୟ ଜବତ କରାଯାଇଛି ।
ବିଶ୍ଵସ୍ତ ସୁତ୍ରରୁ ଖବର ପାଇବା ପରେ ଏହି ଚଢାଉ କରା ଯାଇଥିଲା । ଗିରଫ ବ୍ୟକ୍ତିମାନେ ବହଳଦା ଗାଁର ହୋଇଥିବା ବେଳେ ବନ ବିଭାଗ ଏହି ଘଟଣାରେ ତଦନ୍ତ ଜାରି ରଖିଛି ବୋଲି କହିଛନ୍ତି ବାରିପଦା ଡିଏଫଓ ।

ବାରିପଦା ବନଖଣ୍ଡ ସହ ଶିମିଳିପାଳ ଉତ୍ତର ଏବଂ ଦକ୍ଷିଣ ଡିଭିଜନ ସହ ରାଇରଙ୍ଗପୁର ବନଖଣ୍ଡର ବଛା ବଛା ଅଫିସରଙ୍କୁ ନେଇ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଏହି ସ୍ଵତନ୍ତ୍ର ଟିମ ଚଢ଼ାଉ କରି ଏହି 4 ଟି ବାଘ ଛାଲ ଜବତ କରିବା ସହିତ 3 ଜଣଙ୍କୁ ଗିରଫ କରିଛି ।
ଗିରଫ ବ୍ୟକ୍ତିମାନେ ନିଜେ ବାଘ ଶିକାର କରିଛନ୍ତି ନା ଆଉ କେହି ଶିକାର କରିଛନ୍ତି, ବାଘ ଛାଲଗୁଡ଼ିକୁ ବିକ୍ରି କରିଥା'ଆନ୍ତେ ନା ଆଉ କ'ଣ ଯୋଜନା ଥିଲା, ଏହି ରାକେଟରେ ଆଉ କିଏ କିଏ ସଂପୃକ୍ତ ସେ ନେଇ ପଚରାଉଚରା ଜାରି ରହିଛି ବୋଲି କହିଛନ୍ତି ବାରିପଦା ଡିଏଫଓ ।
ଉଲ୍ଲେଖ ଥାଉ କି ଗତକାଲି ଏସଟିଏଫ ପକ୍ଷରୁ ମଧ୍ୟ କଳାହାଣ୍ଡିରେ ଚଢ଼ାଉ କରାଯାଇ 3 ଟି କଲରାପତରିଆ ବାଘ ଛାଲ ଓ 3ଟି ହରିଣ ଛାଲ ଜବତ କରାଯାଇଥିଲା । କଲରାପତରିଆ ବାଘ ଛାଲ ଡ଼ିଲ ବେଳେ ମାଡ଼ିବସିଥିଲା ଏସଟିଏଫ । କଳାହାଣ୍ଡି ଏମ୍ ରାମପୁର-ନର୍ଲାର ଶ୍ରୀପଲ୍ଲୀ ଛକରେ ଏସଟିଏଫ୍ ଚଢାଉ କରି ଖଗେଶ୍ୱର ପୁଟେଲ ନାମକ ବ୍ୟକ୍ତିଙ୍କୁ ଗିରଫ କରିଥିଲା ।












Click it and Unblock the Notifications