କଂସ ହସରେ ଥରୁଛି ମଥୁରା ନଗରୀ, ବାଲ୍ୟଲୀଳା କରି ରାକ୍ଷସ ନିହତ କରୁଛନ୍ତି ଶ୍ରୀକୃଷ୍ଣ
ବରଗଡ଼ ଧନୁଯାତ୍ରା: ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାରେ କମ୍ପୁଛି ମଥୁରା ନଗରୀ । ଖୋଲା ରଙ୍ଗମଞ୍ଚ ବରଗଡ ଧନୁଯାତ୍ରାର କାଲି ଥିଲା ଚତୁର୍ଥ ଦିନ । ଚତୁର୍ଥ ଦିନରେ ମହାରାଜ କଂସଙ୍କ ଦ୍ୱାରା ପ୍ରେରିତ ସମସ୍ତ ରାକ୍ଷସ ରାକ୍ଷସୀ କୃଷ୍ଣ ବଳରାମଙ୍କ ହାତରେ ନିଧନ ହୋଇଥିବା ବେଳେ ଗୋପୁରରେ ଦେଖାଦେଇଛି ଉତ୍ସବର ମାହୋଲ । ଘରେ ଘରେ କୃଷ୍ଣ ବଳରାମଙ୍କୁ ପୂଜାର୍ଚ୍ଚନା କରାଯାଉଥିବା ବେଳେ କୃଷ୍ଣ ବଳରାମଙ୍କୁ ପାଖରେ ପାଇଁ ଗୋପପୁର ବାସୀ ଉତ୍ସାହିତ ହୋଇ ପଡିଛନ୍ତି ।

କୃଷ୍ଣ ଜନ୍ମ ପରେ ସାରା ଗୋପପୁର ହୋଇପଡ଼ିଛି ଉତ୍ସବ ମୁଖର । ପୁତ୍ର ସନ୍ତାନ ଲାଭ କରି ନନ୍ଦରାଜା ଓ ରାଣୀ ଖୁସୀରେ ଆତ୍ମବିଭୋର ହୋଇପଡ଼ିଛନ୍ତି । ଏହା ସହ କୃଷ୍ଣଙ୍କ ଆଗମନରେ ସମସ୍ତ ଗୋପୀ ଓ ଗୋପାଳ ଉତ୍ସାହିତ ହୋଇ ଥିବା ବେଳେ ନନ୍ଦଭବନରେ ବଡ଼ ଧୁମଧାମରେ ଆୟୋଜନ କରାଯାଇଛି ନନ୍ଦୋତ୍ସବ । ନନ୍ଦରାଜାଙ୍କ ନିମନ୍ତ୍ରଣ ପାଇ ସମସ୍ତ ଗୋପ, ଗୋପାଳ ନନ୍ଦୋତ୍ସବରେ କୃଷ୍ଣଙ୍କ ଦୋଳିଝୁଲା ସହ ରାସନୃତ୍ୟରେ ମାତିଯାଇଛନ୍ତି । କୃଷ୍ଣଙ୍କୁ ଦର୍ଶନ କରି ଗୋପପୁରବାସୀ ଆତ୍ମବିଭୋର ହୋଇପଡ଼ିଥିବା ବେଳେ ଧୂପ, ଦୀପ ନୈବେଦ୍ୟ ଦେଇ କୃଷ୍ଣଙ୍କୁ ପୂଜାର୍ଚ୍ଚନା କରିବା ସହ ଘଣ୍ଟବାଦ୍ୟ, ସଙ୍କୀର୍ତ୍ତନରେ ଉଛୁଳି ପଡ଼ୁଛି ଗୋପପୁର ଏବଂ ନନ୍ଦରାଜାଙ୍କ କୋଳରେ ଶ୍ରୀକୃଷ୍ଣ ।
ଏପଟେ ମଥୁରାରେ ମହାରାଜ କଂସଙ୍କ ରାଜୁତି ଜୋରସୋରରେ ଚାଲିଛି । ପ୍ରଥମେ ଶ୍ୟାମେଶ୍ୱର ମହାଦେବଙ୍କୁ ପୂଜାର୍ଚ୍ଚନା କରି ସାରିବା ପରେ ଦେବକୀଙ୍କ ଅଷ୍ଟମ ଗର୍ଭ ସନ୍ତାନ ଜନ୍ମ ନେଇଥିବା ନେଇ ମହାରାଜ କଂସଙ୍କୁ ସୂଚନା ମିଳିଛି । ଏହାପରେ ମହାରାଜ କଂସ କାରାଗୃହକୁ ଯାଇ ଦେବକୀଙ୍କ କୋଳରୁ ବିଜୁଳି କନ୍ୟାଙ୍କୁ ଛଡ଼ାଇଆଣିଛନ୍ତି । ଦେବକୀ ବାସୁଦେବ ଶୁଶୁ କନ୍ୟାକୁ ଛାଡ଼ିଦେବା ପାଇଁ ବହୁ କାକୁତି ମିନତୀ କରିଥିଲେ ମଧ୍ୟ ମାନି ନାହିଁ କଂସ ।
ଶେଷରେ ଶିଶୁକନ୍ୟାକୁ ପଥର ଶିଳାରେ କଚାଡ଼ିବା ବେଳେ କଂସର ହାତରୁ ଅର୍ନ୍ତଧ୍ୟାନ ହୋଇଛନ୍ତି ବିଜୁଳି କନ୍ୟା । ଏଥିରେ ବ୍ୟତିବସ୍ତ ହୋଇ ମହାରାଜ କଂସ ରାଜଦରବାରକୁ ଫେରିଆସି ମନ୍ତ୍ରୀ ପରିଷଦ ବର୍ଗଙ୍କ ସହ ମନ୍ତ୍ରଣା କରିଛନ୍ତି । ଏହି ସମୟରେ ନାରଦ ପହଂଚି କଂସ ମହାରାଜଙ୍କୁ ବିଜମନ୍ତ୍ର ପ୍ରଦାନ କରିଥିବା ବେଳେ କୃଷ୍ଣଙ୍କୁ ମାରିବା ପାଇଁ କଂସ ଆହ୍ୱାନ କରିଛନ୍ତି ଷଢ଼ମଲ୍ଲ ସହ ପୁତୁନା ରାକ୍ଷସୀଙ୍କୁ । ପୁତନା, ତୃଣା, ବକା ସକଟା, ଷଣ୍ଡା ଆଦି ରାକ୍ଷସ ରାକ୍ଷସୀ କଂସ ଙ୍କ ଆଦେଶରେ ବାହାରି ପଡ଼ିଛନ୍ତି ଗୋପପୁରକୁ ।
ଏପଟେ କଂସଙ୍କ ପ୍ରେରିତ ପୁତନା, ବକା, ସକଟା, ତୃଣା ଓ ଧେନୁକା କପଟରେ କୃଷ୍ଣ ବଳରାମକୁ ମାରିବାକୁ ଆସିଛନ୍ତି ଗୋପପୁର , ପ୍ରଭୁଙ୍କୁ ମାରିବାକୁ ସବୁ ପ୍ରକାର ଉଦ୍ୟମ କରିଛନ୍ତି ହେଲେ ଗୋଟିଗୋଟି କରି ନିହତ ହୋଇଛନ୍ତି କୃଷ୍ଣ ବଳରାମଙ୍କ ହାତରେ । ଆଜି ଧନୁଯାତ୍ରାର ପଞ୍ଚମ ଦିନରେ କୃଷ୍ଣ ବଳରାମଙ୍କ ବାଲ୍ୟଲିଳା,ଜମଲାର୍ଜୁନ ଭଞ୍ଜନ,କାଳିୟ ଦଳନ ଏବଂଗୋପିଙ୍କ ଦଧିବିକା ଦୃଶ୍ୟ ଅଭିନିତ ହେବ ।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
ପୁଣି ଖସିଲା ସୁନା-ରୂପା ରେଟ୍ -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
ନିର୍ବାଚନକୁ ନେଇ ମୁହଁ ଖୋଲିଲେ ନବୀନ: କହିଲେ ଭାଜପା..... -
ଇରାନ ଉପରେ ଟ୍ରମ୍ପଙ୍କ ବଡ଼ ଦାବି, କହିଦେଲେ କିଛି ଏମିତି....... -
୧ ଏପ୍ରିଲରୁ ଆୟକର ନିୟମରେ ହେବ ବଡ଼ ପରିବର୍ତ୍ତନ, ଆୟକର ବିଭାଗ ଆପଣଙ୍କର ସୋସିଆଲ ମିଡିଆ..... -
ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୨ ମୃତ -
ଶୁଭମନ ଗିଲ୍ ସର୍ବଶ୍ରେଷ୍ଠ ଅନ୍ତରାଷ୍ଟ୍ରୀୟ କ୍ରିକେଟର -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
ଏଥର ପ୍ରଚଣ୍ଡ ହେବ ଗୁଷ୍ମ ପ୍ରବାହ, ୪୦ ଛୁଇଁବ ପାରଦ -
ଗହଣା କିଣିବା ପୂର୍ବରୁ ପକାନ୍ତୁ ନଜର, ଜାଣିରଖନ୍ତୁ ଆଜିର ଦାମ୍









Click it and Unblock the Notifications