ଅନ୍ୟର ବାହାଘର ଭୋଜି ଖାଇଦେଲେ ବରଯାତ୍ରୀ, ଆଉ ତା ପରେ...
ବାହାଘରରେ ଯାଇଥିଲେ ବରଯାତ୍ରୀ । ସେହି ବରର କନ୍ୟା ଘର ବଦଳରେ ଅନ୍ୟ ଏକ ବାହାଘରରେ ପଶି ଖାଇଦେଲେ ଭୋଜି । ଆଉ ଏହା ଜାଣିବା ପରେ ଭୋଜିସ୍ଥଆ ପାଲଟିଲା ପଣକ୍ଷେତ୍ର ।
ଆଜ୍ଞା ହଁ ! ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳରେ । ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳରେ ପ୍ରତାପପ୍ରସାଦ ଗାଁ ନିକଟରେ ଥିବା ଭୈରବୀ ମନ୍ଦିରରେ ଏକାଥରେ ଚାଲିଥିଲା ତିନୋଟି ବାହାଘର ।

ବାହାଘରକୁ ଆସିଥିବା କିଛି ବରଯାତ୍ରୀ ଅନ୍ୟ ଏକ ବାହାଘରର ଭୋଜି ଭୁଲରେ ଖାଇଦେଇଥିଲେ । ଏକଥା ଜାଣିପାରି ଝିଅଘର ଲୋକମାନେ ସେମାନଙ୍କୁ ଅଟକାଇଥିଲେ । ଏହାକୁ ନେଇ ଉଭୟ ପକ୍ଷରୁ ଯୁକ୍ତିତର୍କ ହେବା ସହିତ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା । ଶେଷରେ ପୋଲିସ ପହଞ୍ଚିବା ପରେ ମାମଲା ଥଣ୍ଡା ପଡ଼ିଥିଲା । ପ୍ରାୟ 2 ଘଣ୍ଟା ଧରି ସ୍ଥାନୀୟ ଅଞ୍ଚଳ ରଣକ୍ଷେତ୍ର ପାଲଟି ଯାଇଥିଲା ।












Click it and Unblock the Notifications