ନୂଆପଡ଼ାରେ ନିଷିଦ୍ଧ ୧୨୦ ବୋତଲ କଫ ସିରପ ଜବତ
ନୂଆପଡ଼ା: କୋମନାରେ ୧୨୦ ବୋତଲ ନିଷିଦ୍ଧ କଫ ସିରପ ଜବତ କରାଯିବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ନୂଆପଡା ପୋଲିସ। ସେହି ତାଙ୍କ ନିକଟରୁ ବାଇକ୍, ୩ ହଜାର ଟଙ୍କା, ମୋବାଇଲ୍ ଫୋନ୍ ଆଦି ଜବତ କରାଯାଇଥିବା ନେଇ ସୂଚନା ରହିଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରେଙ୍ଗା ଗ୍ରାମର ଦେବେନ୍ଦ୍ର ତାଣ୍ଡିଙ୍କୁ ପଚରାଉଚରା ବେଳେ ବୋତଲର ଉତ୍ସକୁ ନେଇ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପୂର୍ବରୁ ଗିରଫ ହୋଇଥିବା ୨୧ ଜଣ ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ଦେବେନ୍ଦ୍ର ତାଣ୍ଡି ଓ ନରେଶ ଗହିର କଫ ସିରପ୍ ଚୋରା ଚାଲାଣରେ ସମ୍ପୃକ୍ତ ଅଛନ୍ତି ଥିବା ନେଇ ସୂଚନା ମିଳିଥିଲା । ଭବାନୀପାଟଣା ଓ କଣ୍ଟାବାଞ୍ଜି ଅଞ୍ଚଳରୁ ସେମାନେ ବୋତଲ କିଣି କୋମନା ଅଞ୍ଚଳରେ ଅଧିକ ଦରରେ ବିକ୍ରି କରୁଥିଲେ । ଗୋଟିଏ ବୋତଲର ଛପା ମୂଲ୍ୟ ୧୦୦ରୁ ୧୯୨ ଟଙ୍କା ମଧ୍ୟରେ ଥିବାବେଳେ ସେମାନେ ଏହାକୁ ୬୦୦ରୁ ଅଧିକ ଟଙ୍କାରେ ବିକ୍ରି କରୁଥିଲେ । ଏନେଇ ନୂଆପଡ଼ା ଏସଡିପିଓ ସଞ୍ଜୟ କୁମାର ମଣ୍ଡଳ ସୂଚନା ଦେଇଛନ୍ତି ।












Click it and Unblock the Notifications