ଆଜି ସରିବ ଐତିହାସିକ ବାଲିଯାତ୍ରା, ପୁଣି ଆରବରଷ କୁ ଅପେକ୍ଷା...
କଟକ: କଟକର ଐତିହାସିକ ବାଲିଯାତ୍ରାର ଆଜି ଶେଷ ଦିନ । ନଭେମ୍ବର 27 ରୁ ଆରମ୍ଭ ହୋଇଥିବା ବାଲିଯାତ୍ରା ଆଜି ସରିବ । ଶେଷ ଦିନ ହୋଇଥିବାରୁ ବାଲିଯାତ୍ରାରେ ଅସମ୍ଭାଳ ଭିଡ଼ ହେବାର ଆଶଙ୍କା ରହିଛି ।

ପ୍ରତିଦିନ ସନ୍ଧ୍ୟା ହେଲେ ବାଲିଯାତ୍ରା ପଡ଼ିଆ ପାଲଟୁଛି ଜନସମୁଦ୍ର । ଉପର ଓ ତଳ ବାଲିଯାତ୍ରା ପଡିଆରେ ଲୋକଙ୍କର ଖଚାଖଚ ଭିଡ଼ ଲାଗୁଛି । ଚଟାପଟ ଖାଇବା ସାଙ୍ଗକୁ ବିଭିନ୍ନ ଘରକରଣା ସାମଗ୍ରୀ କିଣିବାକୁ ଲୋକ ଭିଡ଼ ଜମାଉଛନ୍ତି । ଏହାଛଡ଼ା ଦୋଳି ଓ ଅନ୍ୟ ରୋମାଞ୍ଚକର ଅନୁଭୂତି ମଧ୍ୟ ନେଉଛନ୍ତି ଜନସାଧାରଣ । ସୋମବାର ବାଲିଯାତ୍ରା ଅବଧି ସରୁଥିବାବେଳେ ଜନସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଗୋଟିଏ ଦିନ ପାଇଁ ବଢ଼ାଇବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଆଜି ଶେଷଦିନ ଥିବାରୁ ବାଲିଯାତ୍ରାରେ ପ୍ରବଳ ଲୋକଙ୍କ ଭିଡ଼ ହେବା ସମ୍ଭାବନା ରହିଛି ।
ଚଳିତ ଥର ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ସାଜିଛି ଟନେଲ୍ ଆକ୍ୱାରିୟମ୍ । କେରଳରୁ ଆସିଥିବା ଏହି 5 ହଜାର ବର୍ଗଫୁଟର ଆକ୍ବାରିୟମରେ ୫5ହଜାରରୁ ଅଧିକ ଶ୍ରେଣୀର ମାଛ ରହିଛନ୍ତି । ଏହାକୁ ଦେଖିବା ପାଉଁ ଦର୍ଶକଙ୍କ ପ୍ରବଳ ଭିଡ଼ ଏଠାରେ ଜମୁଛି । ବାଲିଯାତ୍ରାକୁ ଆସୁଥିବା ଦର୍ଶକଙ୍କ ପାଇଁ 16 ଟି ଗାଡି଼ ପାର୍କିଂର ବ୍ୟବସ୍ଥା ହୋଇଥିବା ବେଳେ ପାର୍କିଂରୁ ଯାତ୍ରୀମାନଙ୍କୁ ବାଲିଯାତ୍ରା ପଡ଼ିଆ ଯାଏଁ ଆଣିବାକୁ 30ଟି ବସର ବ୍ୟବସ୍ଥା କରାଯାଇଛି । ତେବେ ଏହି ବସ୍ ପାଇଁ ଜନସାଧାରଣଙ୍କୁ କୌଣସି ଶୁକ୍ଲ ଦେବାକୁ ପଡ଼ିବ ନାହିଁ । ଦିବ୍ୟାଙ୍ଗ ଓ ବୟସ୍କ ପାଇଁ ମାଗଣାରେ ଇ-ରିକ୍ସାର ବ୍ୟବସ୍ଥା କରାଯାଇଛି ।












Click it and Unblock the Notifications