କରମଣ୍ଡଳ ଦୁର୍ଘଟଣା : ରିଲେ ରୁମ୍ ରୁ ହାର୍ଡ ଡିସ୍କ ଜବତ କଲା ସିବିଆଇ, ବାହାନଗାରେ ରହିବନି ଗାଡ଼ି

ବାଲେଶ୍ୱର: ବାହାନଗା ଷ୍ଟେସନରେ କରମଣ୍ଡଳ ଦୁର୍ଘଟଣା ଘଟଣାର ତଦନ୍ତ କରୁଛି ସିବିଆଇ । 10 ଜଣିଆ ଟିମ୍ ଏହାର ତଦନ୍ତ କରିବା ସହ ଆଜି ବାହାନଗା ସିଗନାଲ ସିଷ୍ଟମର ଯାଞ୍ଚ ପରେ ରିଲେ ରୁମରୁ ହାର୍ଡଡିସ୍କ ଜବତ କରିଛନ୍ତି । ହାର୍ଡଡିସ୍କ ଜବତ କରିବା ସହ କିଛି ଗୁରୁତ୍ୱପୂର୍ଣ୍ଣ ରେକର୍ଡ ସଂଗ୍ରହ କରିଥିବା ନେଇ ସୂଚନା ରହିଛି । ପ୍ରାଇଭେଟ ନମ୍ବର ଏକ୍ସଚେଞ୍ଜ ବୁକକୁ ମଧ୍ୟ ଯାଞ୍ଜ କରିଛି ସିବିଆଇ । ଏହା ସହିତ ତଦନ୍ତ ନ ସରିବା ପର୍ଯ୍ୟନ୍ତ ବାହାନଗା ଷ୍ଟେସନରେ ରହିବନି କୌଣସି ଟ୍ରେନ ।
ରିଲେ ରୁମ, ପ୍ୟାନେଲ ରୁମ, ଷ୍ଟେସନ ମାଷ୍ଟର ଡ଼ାଇରୀ, ଡାଟା ଲକର, ପ୍ରାଇଭେଟ ନମ୍ବର ଏକ୍ସଚେଞ୍ଜ ସବୁକୁ ସିବିଆଇ ଟିମ୍ ସିଲ କରିଛି । ତେଣୁ ସେଗୁଡିକ ଖୋଲା ନ ଯିବା ଯାଏ ଷ୍ଟେସନରେ ଟ୍ରେନ ରହିବ ନାହିଁ । ସିବିଆଇ ଠାରୁ ଅନୁମତି ମିଳିଲେ ଟ୍ରେନ ରହିବ ବୋଲି ସିପିଆରଓ ସୂଚନା ଦେଇଛନ୍ତି । 4 ଟି ଟ୍ରାକ କାମ ସରିବା ପରେ ଏବେ କିଛି ମରାମତି କାର୍ଯ୍ୟ ଚାଲିଛି ଯେଉଁଥିପାଇଁ କିଛି ଟ୍ରେନକୁ ବାତିଲ କରାଯାଇଛି । ଲେବର କାମ କରିବା ଯୋଗୁଁ ସ୍ପିଡ଼ ଲିମିଟ ରଖାଯାଇଛି ବୋଲି ସେ କହିଛନ୍ତି ।












Click it and Unblock the Notifications