କଂଗ୍ରେସ ହାତ ଧରିଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ

ଭୁବନେଶ୍ୱର: କଂଗ୍ରେସ ହାତ ଧରିଛନ୍ତି ବଳଭଦ୍ର ମାଝୀ । କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବନୀପାଟଣାରେ ଆୟୋଜିତ କଂଗ୍ରେସର ମିଶ୍ରଣ ପର୍ବରେ ସମର୍ଥକଙ୍କ ସହ ବଳଭଦ୍ର ମାଝୀ କଂଗ୍ରେସରେ ସାମିଲ ହୋଇଛନ୍ତି ।

ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ପ୍ରଭାରୀ ଅଜୟ କୁମାର, ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସଙ୍କ ଉପସ୍ଥିତିରେ ବଳଭଦ୍ର କଂଗ୍ରେସରେ ସାମିଲ ହୋଇଛନ୍ତି । ନିଜ ଅଞ୍ଚଳର ଲୋକଙ୍କ ସ୍ୱାର୍ଥକୁ ଆଖିରେ ରଖି ସେ କଂଗ୍ରେସରେ ସାମିଲ ହେଉଥିବା କହିଛନ୍ତି ବଳଭଦ୍ର ମାଝୀ ।

Balabhadra Majhi

ଏହୀ ପୂର୍ବରୁ ଜାନୁଆରୀ 8 ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ ବଳଭଦ୍ର । ସେ 5 ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ସେ ଦୁଇ ଥର ମନ୍ତ୍ରୀ ମଧ୍ୟ ରହିଛନ୍ତି । ସେ କଳାହାଣ୍ଡି ଜିଲ୍ଲା ନର୍ଲା ବିଧାନସଭା ଆସନରୁ 4 ଥର ନିର୍ବାଚିତ ହୋଇଥିବା ବେଳେ ଲାଞ୍ଜିଗଡ ଆସନରୁ ଥରେ ବିଜୟୀ ହୋଇଥିଲେ ।

ଜନତା ଦଳରୁ ଥରେ ବିଧାୟକ ହୋଇଥିବା ବଳଭଦ୍ର ପରବର୍ତ୍ତୀ ସମୟରେ ବିଜେଡି ଟିକେଟରେ 4 ଥର ବିଧାୟକ ହୋଇଥିଲେ । ତେବେ 2019 ରେ ବଳଭଦ୍ରଙ୍କ ବଦଳରେ ବିଜେଡି ପ୍ରଦୀପ ଦିଶାରୀଙ୍କୁ ଟିକେଟ ଦେଇଥିଲା । ପ୍ରଦୀପ ଦଳକୁ ବିଜୟ ଭେଟି ଦେଇଥିବା ବେଳେ ବିଜେଡିରେ ବଳଭଦ୍ରଙ୍କର ଗୁରୁତ୍ୱ କମିଥିଲା । 2019 ରୁ 2024 ଯାଏଁ ଦଳରେ ରହିବା ପରେ ଏବେ ଦଳରେ ଅବହେଳା ହେଉଥିବା କହି ବିଜେଡି ଛାଡିଥିଲେ ବଳଭଦ୍ର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+