ବାହୁଡ଼ା ଯାତ୍ରା : ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହେଲା ରଥଟଣା
ପୁରୀ: ନବଦିନାତ୍ମକ ଯାତ୍ରା କରି ଜନ୍ମବେଦୀରେ ଲୀଳାଖେଳା ସାରି ଆଜି ରତ୍ନବେଦୀକୁ ଫେରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ତିନି ରଥରେ ବିଜେ କରି ସାରିଛନ୍ତି ମହାବାହୁ । ଆରମ୍ଭ ହୋଇଛି ରଥଟଣା । ପ୍ରଥମେ ତାଳଧ୍ୱଜ ରଥ ଟଣା ହୋଇଛି । ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଆରମ୍ଭ ହୋଇଛି ରଥ ଟଣା ।

ତିନି ଠାକୁରଙ୍କ ପହଣ୍ଡି ପରେ ଗଜପତି ମହାରାଜ କରିଥିଲେ ଛେରା ପହଁରା । ଏହା ପରେ ତିନି ରଥରୁ ଚାରମାଳ ଫିଟା ନୀତି ପରେ ଘୋଡ଼ା ବନ୍ଧା ହୋଇଛି । ଶରଧା ବାଲିରେ ତାଳଧ୍ୱଜ ରଥକୁ ଟାଣି ଟାଣି ନେଉଛନ୍ତି ଭକ୍ତ । ଜନସମୁଦ୍ର ପାଲଟିଛି ଶରଧା ବାଲି ।
ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । 180 ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଆଇନ ଶୃଙ୍ଖଳା, ଟ୍ରାଫିକ ଓ ଶୃଙ୍ଖଳିତ ରଥଟଣା ଉପରେ ନଜର ରଖାଯାଇଛି । ସ୍ୱତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍ ଆପଣାଯାଇଛି । ଜରୁରୀକାଳୀନ ସେବା ପାଇଁ ଗ୍ରୀନ୍ କରିଡର ବ୍ୟବସ୍ଥା ହୋଇଛି । ସୁନାବେଶରେ ମଧ୍ୟ ଭକ୍ତଙ୍କ ସମାଗମକୁ ଲକ୍ଷ୍ୟ ରଖି ସ୍ୱତନ୍ତ୍ର ବ୍ୟାରିକେଡ୍ ଆଦିର ବ୍ୟବସ୍ଥା କରାଯିବ ।












Click it and Unblock the Notifications