Get Updates
Get notified of breaking news, exclusive insights, and must-see stories!

ଜନ୍ମବେଦୀରୁ ବାହୁଡ଼ିବାକୁ ରଥାରୁଢ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ପୁରୀ : ଜନ୍ମବେଦୀ ଛାଡ଼ି ରତ୍ନବେଦୀକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ପବିତ୍ର ବାହୁଡ଼ାଯାତ୍ରାରେ ତିନି ରଥରେ ବିରାଜ ମାନ ହୋଇ ଶ୍ରୀମନ୍ଦିର ଅଭିମୁକେ ଫେରିବେ ବିଶ୍ୱ ନିଅନ୍ତା କାଳିଆ ସାଆନ୍ତେ । ବଡ଼ ଭାଇ ବଳଭଦ୍ର, ଭଉଣଈ ସୁଭଦ୍ରା ଓ ସୁଦର୍ଶନଙ୍କୁ ସାଥିରେ ନେଇ ବାହୁଡ଼ିବେ କାଳିଆ ଠାକୁର ।

bahuda yatra

ଏହି କ୍ରମରେ ପରମ୍ପରା ଅନୁଯାୟୀ ଗୋଟି ପହଣ୍ଡିରେ ଆସି ରଥରେ ବିରାଜମାନ କରିସାରିଛନ୍ତି ଠାକୁର । ଚତୁର୍ଦ୍ଧାମୂର୍ତ୍ତିଙ୍କର ପହଣ୍ଡି ଶେଷ ହୋଇଛି । ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର, ତାପରେ ମାତା ସୁଭଦ୍ରା ଓ ଶେଷରେ ମହାବାହୁଙ୍କ ପହଣ୍ଡି ସରିଛି ।

ଭକ୍ତର ସମୁଦ୍ର ପାଲଟିଛି ଶରଧା ବାଲି । ନିଜ ପ୍ରିୟ ପ୍ରଭୁଙ୍କୁ ପାଖରୁ ଦେଖି ଆଶୀର୍ବାଦ ଭିକ୍ଷା କରିବାକୁ ରୁଣ୍ଡ ହୋଇଛନ୍ତି ଲକ୍ଷ ଲକ୍ଷ ଭକ୍ତଗଣ । ଦିବ୍ୟ ଟାହିଆ ସୁଶୋଭିତ ହୋଇ ବଡ଼ଠାକୁର ଭକ୍ତଙ୍କ ଗହଳରେ ଝୁଲିଝୁଲି ଗୁଣ୍ଡିଚାଘରୁ ଆସିବାର ଦୃଶ୍ୟରେ ଭକ୍ତମାନଙ୍କୁ ବିମୋହିତ କରିଛି ।

ବାହୁଡ଼ା ଯାତ୍ରା ନିର୍ଘଣ୍ଟ ନୀତି ଅନୁଯାୟୀ, ବୁଧବାର ଭୋର୍‌ 4 ଟାରେ ମଙ୍ଗଳ ଆଳତି ପରେ ଅନ୍ୟାନ୍ୟ ନୀତି ପରେ 5ଟା 45 ରୁ 6 ଟା 45 ଭିତରେ ଗୋପାଳବଲ୍ଲଭ ଓ ସକାଳଧୂପ(ଖେଚୁଡ଼ି ଭୋଗ) ନୀତି ସମ୍ପନ୍ନ ହେ।ଇଥିଲା । ତାପରେ ପହଣ୍ଡି ଆରମ୍ଭ ହୋଇଥିଲା ।

ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । 180 ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଆଇନ ଶୃଙ୍ଖଳା, ଟ୍ରାଫିକ ଓ ଶୃଙ୍ଖଳିତ ରଥଟଣା ଉପରେ ନଜର ରଖାଯାଇଛି । ସ୍ୱତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍ ଆପଣାଯାଇଛି । ଜରୁରୀକାଳୀନ ସେବା ପାଇଁ ଗ୍ରୀନ୍ କରିଡର ବ୍ୟବସ୍ଥା ହୋଇଛି । ସୁନାବେଶରେ ମଧ୍ୟ ଭକ୍ତଙ୍କ ସମାଗମକୁ ଲକ୍ଷ୍ୟ ରଖି ସ୍ୱତନ୍ତ୍ର ବ୍ୟାରିକେଡ୍ ଆଦିର ବ୍ୟବସ୍ଥା କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+