ବାହାନଗା ଟ୍ରେନ୍ ଦୁର୍ଘଟଣା, ପଦରୁ ହଟିଲେ ଦକ୍ଷିଣ-ପୂର୍ବ ଜେନେରାଲ ମ୍ୟାନେଜର
ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ମାସେ ପରେ ମଧ୍ୟ ଏହାର କାରଣ ବିଷୟରେ ଠୋସ୍ କିଛି ଜଣାପଡ଼ିନାହିଁ । ସିବିଆଇ ଏହାର ତଦନ୍ତ କରୁଛି । ଏହି ସମୟରେ କେନ୍ଦ୍ର ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି ।

ଦକ୍ଷିଣ-ପୂର୍ବ ରେଳପଥର ଜନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି । ଭାରତୀୟ ରେଳବାଇ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ଦକ୍ଷିଣ ପୂର୍ବ ରେଳବାଇର ନୂଆ ଜେନାରେଲ ମ୍ୟାନେଜର ଭାବେ ଅନୀଲ କୁମାର ମିଶ୍ରଙ୍କୁ କ୍ୟାବିନେଟ୍ ନିଯୁକ୍ତି କମିଟି ଅନୁମୋଦନ କରିଛି ।
ସୂଚନାଥାଉକି, ଜୁନ 2 ତାରିଖରେ ଘଟିଥିଲା ଏହି ଟ୍ରେନ୍ ଦୁର୍ଘଟଣା । ଏଥିରେ ବର୍ତ୍ତମାନ ସୁଦ୍ଧା 293 ଜଣଙ୍କର ମୃତ୍ୟୁ ହୋଇଛି । ଆହୁରି ଅନେକ ଲୋକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।












Click it and Unblock the Notifications