ବାହାନଗା ଟ୍ରେନ୍ ଟ୍ରାଜେଡ଼ି: ନିଲାମ ହେବ ବଗି ଓ ଇଞ୍ଜିନ୍
ଭୁବନେଶ୍ଵର: ବାହାନଗାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରେନ୍ ହେବ ନିଲାମ । ଏହାର 21 ବଗି ଓ ଇଞ୍ଜିନ୍ ନିଲାମ ହେବ । ଏ ନେଇ କୋର୍ଟ ଅନୁମତି ଦେଇଛନ୍ତି ।
ଦୁର୍ଘଟଣାଗ୍ରସ୍ତ ଟ୍ରେନ୍ ର ନିଲାମ ପାଇଁ ଅନୁମତି ଦେଲେ ଭୁବନେଶ୍ୱର ଏଡିଜେ(2) କୋର୍ଟ । ଡିଆରଏମଙ୍କ ଆକାଉଣ୍ଟରେ ନିଲାମ ଟଙ୍କା ରଖି କୋର୍ଟକୁ କରିବେ ଅବଗତ ।

ସୂଚନାଥାଉ କି, ଜୁନ 2 ତାରିଖରେ ବାଲେଶ୍ୱର ଜିଲ୍ଲାର ବାହାନଗା ଠାରେ ହୋଇଥିଲା ଭୟଙ୍କର ଟ୍ରେନ୍ ଦୁର୍ଘଟଣା । କରମଣ୍ଡଳ ଏକ୍ସପ୍ରେସ ଏକ ମାଲବାହୀ ଟ୍ରେନକୁ ଲୁପ ଲାଇନରେ ଧକ୍କା ଦେଇ ଦ୍ରୁତ ଗତିରେ ଆସୁଥିବା ଯଶୋବନ୍ତପୁର ଏକ୍ସପ୍ରେସକୁ ଧକ୍କା ଦେଇଥିଲା । ଏହି ମର୍ମନ୍ତୁଦ ଦୁର୍ଘଟଣାରେ 297 ଜଣଙ୍କ ପ୍ରାଣହାନି ହୋଇଥିଲା । ଏହା ପରେ ଶବ ଚିହ୍ନଟ କରି ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା । ଚିହ୍ନଟ ହୋଇପାରିନଥିବା ବାକି 28 ମୃତଦେହକୁ ଅକ୍ଟୋବର 10 ତାରିଖରେ ଅନିତମ ସଂସ୍କାର କରାଯାଇଥିଲା । ଏହା ପରେ ଏବେ 21 ଟି ଟ୍ରେନ ବଗି ଓ ଇଞ୍ଜିନ୍ ମଧ୍ୟ ନିଲାମ ହେବ ।












Click it and Unblock the Notifications