ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ପୁରିଲା ମାସେ, ସିବିଆଇ ହାତ ଖାଲି, ମୃତଦେହ ନେବାକୁ ଅପେକ୍ଷାରେ 52 ପରିବାର
ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାକୁ ଆଜି ମାସେ ପୁରିଛି । ଏହି ଭୟଙ୍କର ଦୁର୍ଘଟଣାର ଚିତ୍ର ଏବେବି ମନରୁ ଲିଭିନି । ଜୁନ୍ 2 ସନ୍ଧ୍ୟା ସମୟରେ ହୋଇଥିବା ଏହି ଦୁଃଖଦ ଘଟଣାରେ ଏପର୍ଯ୍ୟନ୍ତ 293 ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଅନେକ ଆହତ ଏବେ ବି ଚିକିତ୍ସିତ ହେଉଛନ୍ତି । ଆହୁରି 52 ପରିବାରକୁ ମିଳିନି ସେମାନଙ୍କ ସମ୍ପର୍କୀୟଙ୍କ ମୃତଦେହ । DNA ରିପୋର୍ଟ ଆସି ନଥିବାରୁ ଶବ ଚିହ୍ନଟରେ ସମସ୍ୟା ହେଉଛି । ମାସେ ଧରି ମୃତକଙ୍କ ପରିବାର ଲୋକ ଏମ୍ସ ନିକଟରେ ଅପେକ୍ଷା କରି ରହିଛନ୍ତି ।

ଏଥି ମଧ୍ୟରେ ଗୋଟିଏ ଦିନ ପୂର୍ବରୁ 29 ଜଣଙ୍କ DNA ରିପୋର୍ଟ ଆସିବା ପରେ ସେମାନଙ୍କ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି । ବାକି 52 ମୃତଦେହର ରିପୋର୍ଟ ଆସି ନଥିବାରୁ ଅପେକ୍ଷାରେ ରହିଛନ୍ତି ପରିବାର ଲୋକ ।
ଅପରପକ୍ଷରେ ଦୁର୍ଘଟଣାର କାରଣ ଖୋଜୁଥିବା ସିବିଆଇର ତଦନ୍ତକୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହେଲାଣି । ମାସେ ପୁରି ଯାଇଥିଲେ ସୁଦ୍ଧା ଏବେବି ଖାଲି ରହିଛି ସିବିଆଇ ହାତ । ରେଳ କର୍ମଚାରୀଙ୍କୁ ପଚରାଉଚୁରାରେ ତଦନ୍ତ ସୀମିତ ରହିଯାଇଛି କି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ତଦନ୍ତର ଅଗ୍ରଗତି ସମ୍ପର୍କରେ କୌଣସି ସୂଚନା ନ ଦେବା ଏହି ସନ୍ଦେହକୁ ଆହୁରି ମଜବୁତ କରିଦେଉଛି ।
ସିଗନାଲ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ହୋଇଥିବା ନେଇ ପ୍ରଥମେ କୁହାଯାଉଥିବା ବେଳେ ଗତକାଲି CSR ଏହାର ରିପୋର୍ଟ ଦାଖଲ କରିଛି । ଏଥିରେ ସିଗନାସଲ ଏବଂ ଟ୍ରାଫିକ୍ ଅଧିକାରୀଙ୍କ ଭୁଲ୍ ଯୋଗୁଁ ଏହି ଦୁର୍ଘଟଣା ହୋଇଥିବା ଉଲ୍ଲେଖ କରାଯାଇଛି । କିନ୍ତୁ ସିବିଆଇ ଏପର୍ଯ୍ୟନ୍ତ କୌଣସି ପର୍ଦ୍ଦାଫାସ୍ କରିପାରି ନଥିବା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications