Get Updates
Get notified of breaking news, exclusive insights, and must-see stories!

ବାହାନଗା ଟ୍ରେନ୍ ଦୁର୍ଘଟଣା: ଏହି କାଣରୁ ହୋଇଥିଲା ଦୁର୍ଘଟଣା ! ସ୍ୱତନ୍ତ୍ର ଅଦାଲତରେ ସିବିଆଇର ପ୍ରାଥମିକ ରିପୋର୍ଟ

Bahanaga Train Accident: ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାକୁ ପ୍ରାୟ 3 ମାସ ପୁରିବାକୁ ବସିଲାଣି । ଏବେବି ଏହାର ତଦନ୍ତ କରୁଛି ସିବିଆଇ । ଭୁବନେଶ୍ୱରର ସ୍ୱତନ୍ତ୍ର ଅଦାଲତରେ ସିବିଆଇ ପ୍ରାଥମିକ ରିପୋର୍ଟ ଦାଖଲ କରିଛି ।

ସିବିଆଇର ପ୍ରାଥମିକ ରିପୋର୍ଟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା ଉଲ୍ଲେଖ ରହିଛି । ଯାହା ସଂପର୍କରେ ପୂର୍ବରୁ ଆଲୋଚନା ହୋଇନଥିଲା । ରେଳ ଦୁର୍ଘଟଣା ପୂର୍ବରୁ ଗେଟ୍ ନିକଟରେ ଯେଉଁ ମରାମତି କାର୍ଯ୍ୟ ଚାଲିଥିଲା ସେଥିପାଇଁ ଉପରିସ୍ଥ ଅଧିକାରୀଙ୍କ ଠାରୁ ବିଧିବଦ୍ଧ ଅନୁମତି ମିଳିନଥିଲା ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ସିନିଅର ଡିଭିଜିନାଲ ଆଣ୍ଡ ଟେଲିକ ଇଞ୍ଜିନିୟରଙ୍କ ଅନୁମତି ବିନା ଲେଭଲ କ୍ରସିଂରେ ମରାମତି କରାଯାଇଥିଲା । ଏପରିକି ଯେଉଁ ମରାମତି କାର୍ଯ୍ୟ ହୋଇଥିଲା ତାହାର ସର୍କିଟ ଡାଏଗ୍ରାମ ମଧ୍ୟ ଠିକ୍ ନଥିଲା । ଗେଟ୍ ନମ୍ବର 94 ରେ ଯେଉଁ ମରାମତି କାର୍ଯ୍ୟ କରାଯାଇଥିଲା ସେଥିପାଇଁ ଗେଟ ନମ୍ବର 70ର ସର୍କିଟ ଡାଏଗ୍ରାମ ବ୍ୟବହାର କରାଯାଇଥିଲା ।

bahanaga accident

ସିବିଆଇ ଏନେଇ ତାର ରିପୋର୍ଟରେ ଅଭିଯୋଗ ଆଣିଥିବା ବେଳେ ସିଗନାଲ ଇନଚାର୍ଜ ଇଞ୍ଜିନିଅର ଅରୁଣ କୁମାର ମହାନ୍ତ ଏହାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ଗେଟ ନମ୍ବର 94 ଠିକ ଭାବେ କାମ କରୁନଥିଲା । ଏନେଇ ସେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ସେନେଇ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ସେହିପରି ଯେଉଁ ମରାମତି କାର୍ଯ୍ୟ କରାଯାଇଥିଲା ତାହାର ସୁପରିଭିଜନ ଅନ୍ୟ ଅଧିକାରୀ କରୁଥିଲେ ବୋଲି ସେ ଜଣାଇଥିଲେ । ସିବିଆଇ ତାର ରିପୋର୍ଟରେ ଏସବୁ ଉଲ୍ଲେଖ କରିଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି ।

ଅପରପକ୍ଷରେ ବାହାନଗା ଦୁର୍ଘଟଣାକୁ ତିନି ମାସ ପୁରିବାକୁ ବସିଛି । ବାହାନାଗା ବଜାର ଷ୍ଟେସନ ନିକଟରେ ଭୟଙ୍କର ଟ୍ରେନ ଦୁର୍ଘଟଣାର 296 ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ 1,200 ରୁ ଅଧିକ ଲୋକ ଆହତ ହୋଇଥିଲେ । କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଗୁରୁବାର ଏକ କୋର୍ଟକୁ କହିଛି ଯେ ସର୍କିଟ୍ର ମନଇଚ୍ଛା ଅଦଳବଦଳ ହେତୁ ଏହି ଦୁର୍ଘଟଣା ଘଟିଛି ।

ଟ୍ରେନ୍ ଦୁର୍ଘଟଣା ମାମଲାର ଯାଞ୍ଚ ସଂପର୍କରେ ସିବିଆଇ ମହନ୍ତ ଏବଂ ଅନ୍ୟ ଦୁଇ ରେଳ ଅଧିକାରୀଙ୍କୁ 7 ଜୁଲାଇ 2023 ରେ ଗିରଫ କରିଥିଲା । ଭୁବନେଶ୍ୱରର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ମହନ୍ତଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ସିବିଆଇ ଦ୍ୱାରା ଦାଖଲ ହୋଇଥିବା ପ୍ରାଥମିକ ରିପୋର୍ଟରେ ଏହାର ଜଟିଳତା ଦର୍ଶାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+