Get Updates
Get notified of breaking news, exclusive insights, and must-see stories!

ବାହାନଗା ଟ୍ରେନ୍ ଦୁର୍ଘଟଣା: ମାନବୀୟ ତ୍ରୁଟି ଯୋଗୁଁ ହୋଇଛି ଏହି ଦୁର୍ଘଟଣା - CRS ରିପୋର୍ଟ

ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣା ସମ୍ପର୍କରେ ରେଳ ସୁରକ୍ଷା କମିଶନର (CRS) ଏହାର ରିପୋର୍ଟ ଦାଖଲ କରିଛନ୍ତି । ରିପୋର୍ଟରେ ସିଗନାଲ୍ ଏବଂ ଟେଲିକମ୍ ବିଭାଗ (S&T) ର ତ୍ରୁଟି ଦର୍ଶାଯାଇଛି ।

ବରିଷ୍ଠ ଅଧିକାରୀମାନେ ପିଟିଆଇ ସହ କଥାବାର୍ତ୍ତା କରି କହିଛନ୍ତି ଯେ ଏହି ଘଟଣାରେ ସିବିଆଇର ଚାଲିଥିବା ଅନୁସନ୍ଧାନରେ କୌଣସି ପ୍ରଭାବ କିମ୍ବା ହସ୍ତକ୍ଷେପ ନହେବାକୁ ରେଳବାଇ ବାହାନଗା ଟ୍ରେନ ଦୁର୍ଘଟଣା ସମ୍ପର୍କରେ CRS ଯାଞ୍ଚ ରିପୋର୍ଟ ସାର୍ବଜନୀନ କରିବ ନାହିଁ ।

Bahanaga train accident

ଅଧିକାରୀମାନେ କହିଛନ୍ତି ଯେ, " ସରକାରୀ ଭାବେ କୌଣସି ସ୍ପଷ୍ଟ ହୋଇନଥିବା ବେଳେ କିଛି ସୂତ୍ରରୁ ପ୍ରକାଶ ଯେ ସିଆରପିଏଫ୍ ତାଙ୍କ ରିପୋର୍ଟରେ ସୂଚନା ଦେଇଛି ଯେ ସିଗନାଲ୍ ଏବଂ ଟେଲିକମ୍ ବିଭାଗ ତଥା ଟ୍ରାଫିକ୍ ବିଭାଗର ଡ୍ୟୁଟି ଅଧିକାରୀଙ୍କ ଦ୍ୱାରା ମାନବୀୟ ତ୍ରୁଟି ହେତୁ ଏହି ଦୁର୍ଘଟଣା ଘଟିଛି ।"

ସୂତ୍ରରୁ ପ୍ରକାଶ ଯେ ଟ୍ରେନ୍ ଚଳାଚଳ ପାଇଁ ଅଧିକାରୀମାନେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରକ୍ରିୟା ଅନୁସରଣ କରିବାରେ ବିଫଳ ହୋଇଥିଲେ ।

ସିବିଆଇ ତଦନ୍ତ ଚାଲିଥିବାରୁ ଆମେ CRS ରିପୋର୍ଟରେ କିଛି ପ୍ରକାଶ କରିବୁ ନାହିଁ । ଏହି ରିପୋର୍ଟ ଅନ୍ୟ କୌଣସି ପ୍ରକାରେ ପ୍ରଭାବ ପକାଇବା କିମ୍ବା ହସ୍ତକ୍ଷେପ ନ କରିବା ନେଇ ଏହାକୁ ସାର୍ବଜନୀନ କରାଯିବ ନାହିଁ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଏହି ଦୁର୍ଘଟଣାର ଅନୁସନ୍ଧାନ କରୁଥିବା ସାଉଥ୍ ଇଷ୍ଟର୍ନ ସର୍କଲ୍ CRS ଏମ୍ ଚୌଧୁରୀ ଗୁରୁବାର ରେଳବାଇ ବୋର୍ଡରେ ତାଙ୍କ ରିପୋର୍ଟ ଦାଖଲ କରିଛି । ବୋର୍ଡର ବରିଷ୍ଠ ଅଧିକାରୀମାନେ ଏହି ରିପୋର୍ଟ ଉପରେ କିଛି କହିବାକୁ ମନା କରି ଦେଇଛନ୍ତି ।

ଏହି ସମୟରେ, ରେଳବାଇ ଦକ୍ଷିଣ ପୂର୍ବ ରେଳର ପାଞ୍ଚଜଣ ବରିଷ୍ଠ ଅଧିକାରୀଙ୍କୁ ସ୍ଥାନାନ୍ତର କରିଛି ଯେଉଁମାନଙ୍କ ଅଧୀନରେ ଏହି ଦୁର୍ଘଟଣା ଘଟିଛି ।
ସୂଚନା ଥାଉକି, ଜୁନ୍ 2 ତାରିଖରେ ବାଲେଶ୍ୱର ବାହାନଗା ନିକଟରେ ହୋଇଥିବା ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା 293 ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ପ୍ରାୟ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ । ସିଗନାଲ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ହୋଇଥିବା ପ୍ରଥମେ କୁହାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+