ବାହାନଗା ଟ୍ରେନ୍ ଦୁର୍ଘଟଣା; ସରିଲା ଅଚିହ୍ନା ମୃତଦେହର ଅନ୍ତିମ ସଂସ୍କାର, ରାତି ସାରା ଚାଲିଥିଲା ଶବ ସତ୍କାର
ଭୁବନେଶ୍ୱର: ଅତ୍ୟନ୍ତ ଦୁଃଖଦ ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ଏ ଭିତରେ 4 ମାସ ସମୟ ବିତି ସାରିଲାଣି । ଦୁର୍ଘଟଣାରେ ପ୍ରାଣ ହରାଇଥିବା 295 ମୃତକଙ୍କ ମଧ୍ୟରୁ 28 ମୃତଦେହର କୌଣସି ଦାବିଦାର ଆସିନଥିଲେ କିମ୍ବା ଶବ ଚିହ୍ନଟ ହୋଇ ପାରିନଥିଲା । ଏହା ପରେ ଗତକାଲି ଏହି ସମସ୍ତ ମୃତଦେହର ଅନ୍ତିମ ସଂସ୍କାର କରାଯାଇଛି ।

ପୂର୍ବ ନିଷ୍ପତ୍ତି ଅନୁସାରେ, ମଙ୍ଗଳବାର ଅପରାହ୍ନ ପ୍ରାୟ 4.30 ରେ ବିଏମ୍ସିର ସ୍ୱତନ୍ତ୍ର ବାହନ ଜରିଆରେ କଣ୍ଟେନର ସହିତ ପ୍ରଥମ 3 ଟି ଶବକୁ ଏମ୍ସରୁ ଭରତପୁର ମଶାଣିକୁ ନିଆ ଯାଇଥିଲା । ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଜୁଇରେ ଶବ ରଖାଯାଇ ବିଧି ବ୍ୟବସ୍ଥା ଅନୁସାରେ ଅନ୍ତିମ ସଂସ୍କାର କାର୍ଯ୍ୟ କରାଯାଇଛି । ଏହାପରେ ଗୋଟିଏ ପରେ ଶବ ବାହକ ଗାଡ଼ିରେ ଏମ୍ଏସରୁ ଭରତପୁର ମଣାଶିକୁ ଶବ ଅଣାଯାଉଥିଲା ଏବଂ ପୂର୍ଣ୍ଣ ସମ୍ମାନର ସହିତ ସେମାନଙ୍କ ଅନ୍ତିମ ସଂସ୍କାର କରାଯାଉଥିଲା ।
ରାତି ସାରା ଅନ୍ତିମ ସଂସ୍କାର କାମ ଜାରି ରହିଥିଲା । ଭରତପୁର ମଶାଣିରେ ପ୍ରଦୀପ ପୃଷ୍ଟିଙ୍କ ନେତୃତ୍ବରେ 5 ଜଣ ମହିଳାଙ୍କ ସହିତ 12 ଜଣିଆ ଦଳ ଏହି କାର୍ଯ୍ୟ କରିଛନ୍ତି । କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସଙ୍କ ତତ୍ତ୍ବାବଧାନରେ ଏମ୍ସ ଅଧୀକ୍ଷକ ପ୍ରଫେସର ଦିଲ୍ଲୀପ ପରିଡ଼ା ଏବଂ ଆନାଟୋମି ବିଭାଗର ଅତିରିକ୍ତ ପ୍ରଫେସର ପ୍ରଭାସ ତ୍ରିପାଠୀଙ୍କ ଉପସ୍ଥିତିରେ ଶବ ହସ୍ତାନ୍ତରଣ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।
ରେଳ ବିଭାଗର ସୂଚନା ଅନୁସାରେ, ବାହାନଗା ଦୁର୍ଘଟଣାରେ 297 ବ୍ୟକ୍ତିଙ୍କ ପ୍ରାଣହାନି ହୋଇଥିଲା । କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ବେଳେ 6 ଜଣ ପ୍ରାଣ ହରାଇଥିଲେ । ଏସବୁ ମଧ୍ୟରେ କିଛି ବ୍ୟକ୍ତି ଘଟଣା ସ୍ଥଳରୁ ନିଜ ପରିଜନଙ୍କୁ ଚିହ୍ନଟ କରି ନେଇଯାଇଥିଲେ । 162 ମୃତ ଶରୀର ରହିଯାଇଥିଲା, ଯାହାଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଏମ୍ସକୁ ଅଣାଯାଇଥିଲା । ଏମ୍ସ ଆନାଟୋମି ଏବଂ ଫରେନସିକ ବିଭାଗର ମିଳିତ ପ୍ରୟାସରେ ଡାକ୍ତରୀ ଦଳ ଏହାକୁ ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷିତ କରି ରଖିଲେ । ଏମ୍ସ, ବିଏମ୍ସି, ରେଳବାଇ ଏବଂ ପୋଲିସ ସହାୟତାରେ 81 ଟି ଶବ ପରିବାର ଲୋକଙ୍କୁ ହସ୍ତାନ୍ତରିତ ହୋଇଥିଲା । ଡିଏନ୍ଏ ରିପୋର୍ଟ ପରେ ଆଉ 53 ଶବଙ୍କୁ ତାଙ୍କ ପରିଜନ ଆସି ନେଇଗଲେ । କିନ୍ତୁ 28 ଶବ ରହିଗଲା, ଯାହାଙ୍କ ପରିଚୟ କିମ୍ବା ପରିଜନ ଆଜି ପର୍ଯ୍ୟନ୍ତ ଚିହ୍ନଟ ହୋଇ ପାରିଲା ନାହିଁ ।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
ପୁଣି ଖସିଲା ସୁନା-ରୂପା ରେଟ୍ -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
ନିର୍ବାଚନକୁ ନେଇ ମୁହଁ ଖୋଲିଲେ ନବୀନ: କହିଲେ ଭାଜପା..... -
ଇରାନ ଉପରେ ଟ୍ରମ୍ପଙ୍କ ବଡ଼ ଦାବି, କହିଦେଲେ କିଛି ଏମିତି....... -
୧ ଏପ୍ରିଲରୁ ଆୟକର ନିୟମରେ ହେବ ବଡ଼ ପରିବର୍ତ୍ତନ, ଆୟକର ବିଭାଗ ଆପଣଙ୍କର ସୋସିଆଲ ମିଡିଆ..... -
ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୨ ମୃତ -
ଶୁଭମନ ଗିଲ୍ ସର୍ବଶ୍ରେଷ୍ଠ ଅନ୍ତରାଷ୍ଟ୍ରୀୟ କ୍ରିକେଟର -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
ଏଥର ପ୍ରଚଣ୍ଡ ହେବ ଗୁଷ୍ମ ପ୍ରବାହ, ୪୦ ଛୁଇଁବ ପାରଦ -
ଗହଣା କିଣିବା ପୂର୍ବରୁ ପକାନ୍ତୁ ନଜର, ଜାଣିରଖନ୍ତୁ ଆଜିର ଦାମ୍









Click it and Unblock the Notifications