Get Updates
Get notified of breaking news, exclusive insights, and must-see stories!

ବାହନାଗା ଟ୍ରେନ୍ ଦୁର୍ଘଟଣା : ଅଧିକ ପଚରାଉଚୁରା କରିବାକୁ ତିନି ଅଭିଯୁକ୍ତଙ୍କୁ ଆଉ 4 ଦିନ ରିମାଣ୍ଡରେ ନେଲା ସିବିଆଇ

ଭୁବନେଶ୍ୱର : ବାହାନଗା ଟ୍ରେନ୍ ଦୁର୍ଘଟଣାର କାରଣ ଖୋଜୁଛି ସିବିଆଇ । ଏହି ମାମଲାରେ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କୁ ଅଧିକ ପଚରାଉଚୁରା କରିବ ସିବିଆଇ । ସେଥିଲାଗି ଆଉ 4 ଦିନ ରିମାଣ୍ଡରେ ନେବ । ଏନେଇ ସ୍ପେଶାଲ କୋର୍ଟ ଅନୁମତି ଦେଇଛନ୍ତି ।

Bahanaga train accident accused

ତିନି ଅଭିଯୁକ୍ତ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମୀର ଖାନ୍ ଓ ଟେକ୍ନିସିଆନ ପପୁ କୁମାରଙ୍କୁ କୋର୍ଟରେ ହାଜର କରିବା ପୂର୍ବରୁ ମେଡିକାଲ ଟେଷ୍ଟ ପାଇଁ ଚନ୍ଦକା ଥାନା ଅନ୍ତର୍ଗତ ମେଣ୍ଢାଶାଳ ମେଡିକାଲକୁ ନିଆଯାଇଥିଲା ।

ମେଡିକାଲ ଟେଷ୍ଟ ପରେ ଚନ୍ଦକା ଥାନାକୁ ଅଣାଯାଇଥିଲା । ପରେ ତିନି ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବା ପରେ 4 ଦିନ ରିମାଣ୍ଡ ଅନୁମତି ଦେଇଛନ୍ତି ସ୍ପେଶାଲ କୋର୍ଟ । ତେବେ ରିମାଣ୍ଡକୁ ବିରୋଧ କରିଛନ୍ତି ଅଭିଯୁକ୍ତମାନଙ୍କ ଓକିଲ ।

ସୂଚନାଥାଉକି, ଏହା ପୂର୍ବରୁ ମଧ୍ୟ 5 ଦିନିଆ ରିମାଣ୍ଡରେ ନେଇଥିଲା ସିବିଆଇ । ଜୁଲାଇ 7 ତାରିଖ ଦିନ ସ୍ୱତନ୍ତ୍ର ସିବିଆଇ କୋର୍ଟ ଶୁଣାଣି କରି ରିମାଣ୍ଡ ଅନୁମତି ପ୍ରଦାନ କରିଥିଲେ । ତାହା ସହିତ ସମସ୍ତ ଅଭିଯୁକ୍ତ ମାନଙ୍କୁ ଜେରା କରିବା ପରେ 11 ତାରିଖ ଅର୍ଥାତ୍‌ ଆଜି କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଫଳରେ ଆଜି ସିବିଆଇ ସେମାନଙ୍କୁ ହାଜର କରିବା ସହ ପୁଣି ଥରେ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+